ବାଲେଶ୍ୱର (୨୨.୦୪.୨୦୨୦)- କୋଭିଡ-୧୯ ର ମୁକାବିଲା ଆଜି ସାରା ବିଶ୍ୱ କରୁଛି, ମାତ୍ର ଏପରି ଏକ ଘଡିସନ୍ଧି ମୁହୁର୍ତ୍ତରେ ଆଗେଇ ଆସିଛି ସାମାଜିକ ସଂଗଠନ ଆଚ୍ଛା । ଚାଇନ ପ୍ରଦେଶର ଉହାନ ଠାରୁ ବାଲେଶ୍ୱର କେତେବାଟ ସ୍ୱପ୍ନରେ କଳ୍ପନା କରିବା ଭାରିକଷ୍ଟକର କିନ୍ତୁ ଦୁଃଖର ବିଷୟ କରୋନା ଆଜି ବାଲେଶ୍ୱର ଜିଲ୍ଳାରେ ତାର ଶାଖାମେଲେଇ ସାରିଲାଣି । ଆଜି ବାଲେଶ୍ୱରର ସଦରବ୍ଲକର ଗେଙ୍ଗୁଟୀ ପଞ୍ଚାୟତରେ ସରପଞ୍ଚ ବିରୁପାକ୍ଷ ମହାପାତ୍ରଙ୍କ ନେତୃତ୍ୱ ଓ ଜିଲ୍ଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହଯୋଗରେ ସ୍ଥାନୀୟ ଜନସାଧାରଣଙ୍କୁ ମାସ୍କ ଓ ସାବୁନ୍ ବଣ୍ଟନ କରାଯିବା ସହ ପ୍ରତିଟି ଲୋକମାନଙ୍କୁ ଭୟବିତ ନ ହୋଇ ଘରେ ରହିବା ପାଇଁ ବୁଝାଇ ସରକାରଙ୍କ ନିର୍ଦ୍ଦେଶ ମାନିବା ସମ୍ବନ୍ଧରେ ବୁଝାଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ର ସମସ୍ତ ନିୟମାବଳୀ ସଂଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ ବୁଝାଇଥିଲେ ଓ ସଂପାଦକ ରଣଜିତ୍ କୁମାର ପୃଷ୍ଟି ସାମାଜିକ ଦୂରତାର ଉପାଦେୟତା ବୁଝାଇଥିଲେ । ସ୍ୱାସ୍ଥ୍ୟ ସଂଯୋଜକ ଉଦୟଭାନୁ ନାୟକ , ଉପ‐ସ୍ୱାସ୍ଥ୍ୟ ସଂଯୋଜକ ଅନ୍ତର୍ଯ୍ୟାମୀ ବେହେରା ,ସଂଯୋଜକ ମୋନାଲିଶା ମହାନ୍ତି ,ରାକେଶ ଶିଅଳ ପ୍ରଭୃତି ଉପସ୍ଥିତ ଥିଲେ
You May Also Like
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023

ଆଚ୍ଛା ସଂଗଠନ ତରଫରୁ ଜଳେଶ୍ବର ବଡ଼ନଗର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
mail@isolutionindia.inJanuary 9, 2023