ବାଲେଶ୍ୱର (୧୬.୦୫.୨୦୨୦)- କୋଭିଡ-୧୯ ର ମୁକାବିଲା ଆଜି ସାରା ବିଶ୍ୱ କରୁଛି, ମାତ୍ର ଏପରି ଏକ ଘଡିସନ୍ଧି ମୁହୁର୍ତ୍ତରେ ଆଗେଇ ଆସିଛି ସାମାଜିକ ସଂଗଠନ ଆଚ୍ଛା । କିନ୍ତୁ ଦୁଃଖର ବିଷୟ ବାଲେଶ୍ୱର ଜିଲ୍ଳାରେ ଅାକ୍ରାନ୍ତ ସଂଖ୍ୟାରେ ଶତକ ମାରି ଓଡିଶାର ଦ୍ବିତିୟ ସ୍ଥାନରେ ପହଞ୍ଚିସାରିଲାଣି ।ଏବେବି ଗାଁ ବସ୍ତିରେ କାଁଭାଁ ସଚେତନତା ଦେଖାଯାଉଛି ଆଜି ବାଲେଶ୍ୱରର ସଦରବ୍ଲକର ଚାନ୍ଦିପୁର ଥାନା ଅନ୍ତର୍ଗତ ପଞ୍ଜିବାଗ ଠାରେ ଅାଚ୍ଛା ସଂଗଠନର ଅାବାହକ ଅଜୟ ନାୟକଙ୍କ ସହଯୋଗରେ ସ୍ଥାନୀୟ ଜନସାଧାରଣଙ୍କୁ ମାସ୍କ ଓ ସାବୁନ୍ ବଣ୍ଟନ କରାଯିବା ସହ କୋଶାଧ୍ୟକ୍ଷ ଦୀପକ ନାଥ ପ୍ରତିଟି ଲୋକମାନଙ୍କୁ ଭୟବିତ ନ ହୋଇ ଘରେ ରହିବା ପାଇଁ ବୁଝାଇ ଥିଲେ । ଉପ‐ସଭାପତି ଅଜୟ କୁମାର ବିଶ୍ବାଳ ସରକାରଙ୍କ ନିର୍ଦ୍ଦେଶ ମାନିବା ସମ୍ବନ୍ଧରେ ବୁଝାଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ର ସମସ୍ତ ନିୟମାବଳୀ ସଂଗଠନର ଅନ୍ୟତମ ଉପସଭାପତି କାର୍ତିକ ମାଝୀ ଜନସାଧାରଣଙ୍କୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲିପ୍ ସେନାପତି , କ୍ଷୀରୋଦ କୁମାର ନାୟକ ,ସୁରେଶ୍ କୁମାର ଦାସ,ଅମରଜିତ୍ ଦାସ,ଜନାର୍ଦନ ବିନ୍ଧାଣୀ,କିଶୋର ନାୟକ,ପ୍ରକାଶ ମହାନ୍ତିପ୍ରଭୃତି ଉପସ୍ଥିତ ଥିଲେ
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023