ବାଲେଶ୍ୱର (୨୭.୦୪.୨୦୨୦)- ଦିନକୁଦିନ ନୋବେଲ୍ କରୋନାଭାଇରସ୍ ତାର କାୟାବିସ୍ତାର କରିବାରେ ଲାଗିଥିବା ସମୟରେ ସାରା ବାଲେଶ୍ୱର ଜିଲ୍ଲାରେ ଏକପ୍ରକାରର କୋକୁଆଭୟ ଦେଖାଯାଇଛି ଏଭଳି ଅସମ୍ଭାଳ ପରିସ୍ଥିତିରେ ଆଜି ସୋର ବ୍ଲକ ମୁଳିସିଂ ପଞ୍ଚାୟତର ଉଲ୍ଲାଶଖଡା ପ୍ରଥମିକ ବିଦ୍ୟାଳୟ ଠାରେ ଆଚ୍ଛା ସଙ୍ଗଠନପକ୍ଷରୁ ଏକ ରକ୍ତଦାନ ଶିବିରକରାଯାଇଥିଲା । ଜିଲ୍ଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହଯୋଗ ଓ ଯୁବସମାଜସେବୀ ମାଧବାନନ୍ଦ ବେହେରାଙ୍କ ତତ୍ୱାବଧାନରେ ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚର୍ତୁଭୂଜ କର ଆନୁଷ୍ଠାନିକ ଭାବେ ଉକ୍ତ ରକ୍ତଦାନଶିବିର ଉଦଘାଟନ କରିଥିଲେ । ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ ଏବଂ ଆସିଷ୍ଟାଣ୍ଡ ମେଡିକାଲ କୋଡିନେଟର୍ ଅନ୍ତରର୍ଯ୍ୟମି ବେହେରା ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ସମସ୍ତ ରକ୍ତଦାତାଙ୍କର ନାମପଞ୍ଜିକରଣ କରାଇଥିଲେ । ଏହି ଶିବିରରେ ସମାଜସେବୀ ରାକେଶ ମଲ୍ଲିକ ସମସ୍ତଙ୍କୁ ମାକ୍ସ ବଣ୍ଟନ କରିଥିଲେ ଏବଂ ଗ୍ରାମର ସମାଜସେବୀ ବସନ୍ତ ପଣ୍ଡା, ତ୍ରିଲୋଚନ ସାହୁ, ଜଗନ୍ନାଥ ବାରିକ, ଅଶୋକ କୁମାର ପାତ୍ର, ବିଜୟ କୁମାର ଦାସ, ରତ୍ନାକର ପାଣି, ମନୋରଞ୍ଜନ ରାଉତ, ଅନିଲ ମହାରଣା ପ୍ରଭୃତି ସହଯୋଗ କରିଥିଲେ । ଏହି ଶିବିରରେ ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଜାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ , ଦୁଇ ଲ୍ୟାବ ଟେଷ୍ଟ ଅଧିକାରୀ ବସନ୍ତ କୁମାର ଜେନା, ଜଗନ୍ନାଥ ପଣ୍ଡା, ଏଟେନ୍ଡେନ୍ଟ ବିନୋଦ ବିହାରୀ ଦାସ ଓ ବିଦ୍ୟାଧର ସାହୁ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ବିଷ୍ନୁଧର ବାରିକ, ପ୍ରଶାନ୍ତ ମଲ୍ଲିକ, ରମାକାନ୍ତ ଜେନା, ଅନୁପମା ଦାସ, ଲକ୍ଷ୍ମିପ୍ରିୟା ନାୟକ, ମଧୁସ୍ମିତା ବେହେରା, ସୁକାନ୍ତି ମହାରଣା ପ୍ରଭୃତିଙ୍କ ସହାୟତାରେ ୫୨ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ ।
You May Also Like
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023

ଆଚ୍ଛା ସଂଗଠନ ତରଫରୁ ଜଳେଶ୍ବର ବଡ଼ନଗର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
mail@isolutionindia.inJanuary 9, 2023