Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

Activities

ଆଚ୍ଛା ସଙ୍ଗଠନ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷାରେ ବାଲେଶ୍ଵର ଜିଲ୍ଲା ରେ ସର୍ବାଧିକ ନମ୍ୱର୍ ରଖିଥିବା ଶ୍ରୀମାନ ଜିତେନ୍ ଙ୍କୁ ସମ୍ବର୍ଦ୍ଧନା

By August 6, 2020January 9th, 2023No Comments

ଶିକ୍ଷାର ରାଜଧାନୀ ବାଲେଶ୍ବର , ପ୍ରତିବର୍ଷ ବାଲେଶ୍ବରରେ ପାଶ୍ ହାର ସର୍ବାଧିକ ହେଉଥିବା ସମୟରେ ଏବର୍ଷ କିନ୍ତୁ କିଛିଟା ଅସନ୍ତୋଷ ଫଳ ପ୍ରକାଶ ପାଇଥିଲା , ଯାହାବି ହେଉନା କାହିଁକି ଏବର୍ଷ ବାଲେଶ୍ବରର ରେମୁଣାର ବଡପାଳ ଅଞ୍ଚଳରେ ପିତା ଓ ମାତା ଙ୍କ ଯୋଗ୍ୟତମ ପୁତ୍ର ଶ୍ରୀମାନ୍ ଜିତେନ୍ ମହାଳିକ୍ ଙ୍କ ମ୍ୟାଟ୍ରିକ୍ ପରୀୟକ୍ଷାରେ ସଫଳତା ଅାଜି ବାଲେଶ୍ବର ପାଇଁ ଗୌରବ ଅାଣିଦେଇଛି । ଏହି ପରିପେକ୍ଷିରେ ଓଡିଶାର ସୁନାମଧନ୍ୟ ସାମାଜିକ ସଂଗଠନ “ଅାଚ୍ଛା” ତରଫରୁ ଶ୍ରୀମାନ୍ ଜିତେନ୍ ମହାଳିକ୍ ଙ୍କ ସମେତ ଅାଦ୍ୟଗୁରୁ ତାଙ୍କ ମାତା ରଞ୍ଜିତା ମହାଳିକ୍ ,ପିତା ପ୍ରଭାକର ମହାଳିକ୍ ତଥା ଶିକ୍ଷାଗୁରୁ ଶିକ୍ଷକ ନିୟାମତ୍ ଖାନ୍ ଙ୍କୁ ସଂଗଠନର ଉପଦେଷ୍ଟା ଅଜୟ କୁମାର ନାୟକଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ବିନୋଦ୍ ମାଝୀଙ୍କ ନେତୃତ୍ବରେ ବଡପାଳକୁ ଯାଇ ସମ୍ବର୍ଦ୍ଧନା ପୂର୍ବକ ପୁଷ୍ପଗୁଚ୍ଛ ଉପଢୌକନ , ମାନପତ୍ର ଓ ଅାର୍ଥିକରାଶି ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ଯକ୍ରମରେ ସଂଗଠନର ରାଜ୍ୟ ସଭାପତି ବିସ୍ମିତ ରଞ୍ଜନ ଦାସ, ସଂପାଦକ ରଣଜିତ୍ କୁମାର ପୃଷ୍ଟି ଉପ ସଭାପତି କାର୍ତିକ ମାଝୀ, ଅଜୟ ବିଶ୍ବାଳ, ପ୍ରକାଶ ମହାନ୍ତି,କିଶୋର୍ ନାୟକ, କୋଷାଧ୍ୟକ୍ଷ ଦୀପକ ନାଥ, ଭାର୍ଗବୀ ପତି,ଉଦୟ ଭାନୁ ନାୟକ,ସନ୍ତୋସ ରାୟ,ସୌମ୍ୟାସ୍ବରୂପା ଦାସ,ରାଜେନ୍ଦ୍ର ସିଂହ,ନମିତା ପାତ୍ର,ମନାଲିଶା ମହାନ୍ତି,ରାକେଶ ଶିଅଳ ପ୍ରଭୃତି ଉପସ୍ଥିତ ଥିଲେ

Leave a Reply