Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୧୮.୦୫.୨୦୨୦) ସଂଧ୍ୟାହେଲା ମାତ୍ରକେ ଶୋଇଯାଉଛି ସାରା ସହର ଆଖିରେ ମିଛିମିଛିକା ନିଦ ସିନା ଆସିଛି ହେଲେ ପେଟ ପାଇଁ କାହାରି ନା କାହାରି ଦୟାର ଆବଶ୍ୟକତା ଏବେ ସାରା ଦୁନିଆ ଜାଣିଲାଣି । ଖବରକାଗଜ ଉଲଟାଇବାକ୍ଷଣି ସମାଜସେବୀଙ୍କ ସହଯୋଗର ଖବର ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଥିପାଇଁ ଅଣ୍ଟା ଭିଡିବାରେ ଆଗରେ ହେଲେ କେତେ ଦିନବା ଏମିତି ସହଯୋଗ କରୁଥିବେ ଏହି ଆଚ୍ଛା ଅନୁଷ୍ଠାନମାନେ ଏମିତି କିଛି ଦୃଶ୍ୟ ୧୮ତାରିଖ ରାତିରେ ଆଚ୍ଛା ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ଆଖ ôଆଗକୁ ଆସିବା କ୍ଷଣି ସଂଗଠନର କିଛି ସଦସ୍ୟ ବାଲେଶ୍ୱର ରେଳ ଷ୍ଟେସନ ଠାରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ରାସ୍ତାମଝିର ଲାଇଟ ପୋଷ୍ଟତଳେ ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ବିସ୍କୁଟ ,କେକ୍ ଓ ପାଣି ବୋତଲ ବାଣ୍ଟିଥିଲେ । ଏଥିରେ ସଂଗଠନ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ କୁମାର ପୃଷ୍ଟି, ସଂଯୋଜକ ରାକେଶ କୁମାର ବେହେରା, ଜିତେନ୍ଦ୍ର ସଢଙ୍ଗୀ, ଉଦୟ ଭାନୁ ନାୟକ ପ୍ରଭୃତି ଉପସ୍ଥିତ ଥିଲେ ।

Leave a Reply