Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୦୯/୦୮/୨୦୨୧)- ପ୍ରକୃତିର ଅବଦାନକୁ ଯେତେ ପ୍ରଶଂସା କଲେ କମ୍ ହେବ । ପ୍ରକୃତିର ୧୦ ଲକ୍ଷରୁ ଅଧିକ ପ୍ରଜାତି ଏବେ ବିଲୁପ୍ତ ହେବାକୁ ବସିଥିବା ବେଳେ ସାମାଜିକ ଅନୁଷ୍ଠାନ ଆଚ୍ଛା ସଙ୍ଗଠନ ଆଜି ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ସହ ସବୁ ଯୁବପିଢିଙ୍କୁ ପରିବେଶର ସୁରକ୍ଷା ଦାଏତ୍ୱ ଗ୍ରହଣ କରିବା ପାଇଁ ନିବେଦନ କରିଛି । ଏଥିସହ ଦେଶରେ ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଏବେ ହସପିଟାଲଗୁଡିକରେ ଅକ୍ସିଜେନ୍ (ଅମ୍ଲଜାନ) ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି ।

ଅମ୍ଲଜାନ ଅଭାବ ଜନିତ ମୃତ୍ୟୁ କରୋନା କାଳରେ ଆଉ ଏକ ମାନବିକ ସଂକଟ ରୁପେ ଉଭା ହୋଇଛି । ତେବେ ସାଂପ୍ରତିକ କରୋନା ସଂକ୍ରମଣ କାଳରେ ହସ୍‌ପିଟାଲ୍ ଗୁଡିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅକ୍ସିଜେନର ଚାହିଦା ବଢିଛି । ଯାହାକି ସରକାର ଯୋଗାଇବାରେ ବିଫଳ ହୋଇଛନ୍ତି । ଏହା ସତ୍ୟ ଯେ, ବୃକ୍ଷ ହିଁ ପ୍ରାଣୀ ଜଗତକୁ ଅମ୍ଲଜାନ ଯୋଗାଇଥାଏ । ଯାହା ପ୍ରକୃତିଦତ । ମାତ୍ର ପ୍ରକୃତି ଉପରେ ମଣିଷର ଅନବରତ ଅତ୍ୟାଚାର ଏବଂ ଆଖିବୁଜା ଜଙ୍ଗଲ ଧ୍ୱଂସ ଯୋଗୁଁ ଗୋଟିଏ ପଟେ ଅମ୍ଲଜାନ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ପ୍ରଦୁଷଣର ହାର ବଢିଚାଲିଛି । ତେବେ ଏଭଳି ପରିସ୍ଥିତିରୁ ମଣିଷ ସମାଜକୁ ବ୍ୟାପକ ବୃକ୍ଷ ରୋପଣ ହିଁ ଉଦ୍ଧାର କରିପାରିବ । ଯାହାକି ଭବିଷ୍ୟତରେ ଅମ୍ଲଜାନ ଅଭାବ ପୁରଣ କରିପାରିବ । ଆସନ୍ତୁ ଗଛ ଲଗାଇବା ଜୀବନ ରକ୍ଷା କରିବା ; ଏହି ନାରା ଦେଇ ଆଚ୍ଛା ସଙ୍ଗଠନ ଆଜି ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଛି । ପରିବେସ ସୁରକ୍ଷାରେ ବୃକ୍ଷ ରୋପଣ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଆଚ୍ଛା ସଙ୍ଗଠନ ଆଜି ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ କରିବା ମୁହୁର୍ତ୍ତରେ ରୁପ୍ସା ଥାନା ପରିଷରାରେ ବୃକ୍ଷ ରୋପଣ କରିବା ସହ ସେହି ବୃକ୍ଷର ରକ୍ଷଣାବେକ୍ଷଣ ବାବଦରେ ମଧ୍ୟ ଚିନ୍ତା କରି ଆବଦ୍ଧ ଥିବା କ୍ଷତ୍ରରେ ଲିମ୍ବ, ବର, ଅସ୍ତ, କରଞ୍ଜ, ଅର୍ଜୁନ, ତୁଲସି, ତେନ୍ତୁଳି, ଜାମ, କୁଦମ୍ବ, ବଉଳ ଆଦି ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି ।

ରୁପସା ଥାନା ଅଧିକାରୀ କମଳା କାନ୍ତ ଦାସ, ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ରାଜ୍ୟ ସ୍ୱାସ୍ଥ୍ୟ ସଂଯୋଜକ ଉଦୟଭାନୁ ନାୟକ, ବାଲେଶ୍ୱର ଜିଲ୍ଲା କାର୍ଯ୍ୟକାରି ସଭାପତି ପ୍ରଣୟ ମହାପାତ୍ର, ଜିତେନ୍ଦ୍ର ଦାସ, ଅଶ୍ୱନୀ କୁମାର ବେହେରା, ଶିବ ଶଙ୍କର ପଟ୍ଟନାୟକ, ତପନ କୁମାର ବର୍‌, ସୋମନାଥ ଷେଠୀ, ସର୍ବେଶ୍ୱର ମହାପାତ୍ର, ସଞ୍ଜୟ କୁମାର ବର୍‌, ରାମଚନ୍ଦ୍ର ମାଝୀ, ସଞ୍ଜିବ କୁମାର ବେହେରା, ରମାକାନ୍ତ ବର୍‌, ବିଦ୍ୟାଧର ନାୟକ, ତାପସ ମହାଳିକ ପ୍ରଭୃତି ଉପସ୍ଥିତ ରହି ରୁପ୍ସା ଥାନା ପରିଷରରେ ବୃକ୍ଷରୋପଣ କରିଥିଲେ । ଅନ୍ୟପଟେ ଆଚ୍ଛା ସଙ୍ଗଠନ ପକ୍ଷରୁ କରାଯାଇଥିବା ଏହିଭଲି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave a Reply