Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

୭୫ତମ ସ୍ୱାଧୀନତା ଦିବସକୁ ଆଚ୍ଛା ସଂଗଠନ ପକ୍ଷରୁ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଏକ ମୋଡ଼ରେ ପାଳନ କରାଯାଇଛି । ଆମ ପୂର୍ବ ପୁରୁଷ ମାନେ ଉପହାର ସଦୃଶ ଆମକୁ ଦେଇ ଯାଇଥିବା ଅମୂଲ୍ୟ ସ୍ୱାଧୀନତାର ସ୍ମୃତି ଚାରଣ ପାଇଁ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବୃକ୍ଷ ରୋପଣ, ଖାଦ୍ୟ ବଣ୍ଟନ ଏବଂ ଭିନ୍ନ ଭିନ୍ନ ଡାକ୍ତରଖାନା ଓ ବସ୍ତି ତଥା ନିଷ୍ପେସିତ ଅଞ୍ଚଳ ପରିକ୍ରମା କରି ଲୋକ ମାନଙ୍କର ଅସୁବିଧା ବିଷୟରେ ଆଲୋଚନା କରିଥିଲେ ଆଚ୍ଛା ସଂଗଠନ ସମସ୍ତ ସଦସ୍ୟ ସଦସ୍ୟା ।

ସ୍ୱାଧୀନତାର ୭୫ ବର୍ଷରେ ପଦାର୍ପଣ କରିଛୁ ଆମେ ଭାରତବାସୀ ହେଲେ; ସତରେ କଣ ଆମେ ସ୍ଵାଧୀନ ? ଏହି ପ୍ରଶ୍ନବାଚୀ ସମସ୍ତଙ୍କ ମନରେ ସୃଷ୍ଟି କରିଛି ଆଚ୍ଛା ସଂଗଠନ।ସ୍ୱାଧୀନତାର ମୂଲ୍ୟବୋଧକୁ ଅବଗତ କରାଇବା ଏବଂ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆଚ୍ଛା ସଂଗଠନ ପକ୍ଷରୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେବା ସହ ସଚେତନ କରାଯାଇଛି । ଆଚ୍ଛା ସଂଗଠନର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଣୟ ମହାପାତ୍ରଙ୍କ ଦ୍ଵାରା ନିମନ୍ତ୍ରିତ ସଂଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।

Leave a Reply