Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୩୦/୦୮/୨୦୨୧) – ବାଲେଶ୍ୱର ଜିଲ୍ଳା ସଦର ବ୍ଲକ ଅଧିନସ୍ଥ ରୁପ୍ସା ହସ୍ପିଟାଲକୁ ଆଜି ଆଚ୍ଛା ସଙ୍ଗଠନର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଣୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ପରିଦର୍ଶନ କରାଯାଇ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେ ବୁଝିଥିଲେ । ରୋଗୀ ମାନଙ୍କୁ ସରକାରୀ ସହାୟତା ଠିକ୍ ଭାବେ ମିଳୁଛି କି ନାହିଁ ପଚାରି ବୁଝିବା ସହ ରୋଗୀ ଏବଂ ରୋଗୀ ମାନଙ୍କ ସମ୍ପର୍କୀୟ ମାନଙ୍କୁ ପାଉଁରୁଟି, କ୍ଷୀର, ବିସ୍କୁଟ, ଓ ଆର୍ ଏସ୍ ଏଲ୍ ଲିକୁଇଡ୍ ଆଦି ପ୍ରଦାନ କରିଛନ୍ତି । ଉକ୍ତ ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଣୟ ମହାପାତ୍ରଙ୍କ ସମେତ ରାମଚନ୍ଦ୍ର ମାଝୀ,ସନ୍ତୋଷ କୁମାର ପଣ୍ଡିତ, ତପନ ବର୍ ପ୍ରବୃତ୍ତି ଉପସ୍ଥିତ ଥିଲେ । ଆଚ୍ଛା ସଙ୍ଗଠନର ଏହିଭଳି କାର୍ଯ୍ୟକ୍ରମକୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି ।

Leave a Reply