ବାରିପଦା (୧୪.୧୨.୨୦୨୦)- ଆଚ୍ଛା ସଙ୍ଗଠନ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ଅଁଳା ପଶୁ ଚିକିତ୍ସିକ ଡାକ୍ତର ଚିନ୍ମୟ କୁମାର ସାହୁଙ୍କ ସମ୍ବନ୍ଧରେ ବହୁ ପ୍ରକାରର ଅଭିଯୋଗ ଆଣି ସଙ୍ଗଠନର ରାଜ୍ୟ ସଭାପତି ବିସ୍ମିତ ରଞ୍ଜନ ଦାସ ଓ ସମ୍ପାଦକ ଶ୍ରୀ ରଞ୍ଜିତ କୁମାର ପୃଷ୍ଟି, ନିମ୍ନ ଲିଖିତ ଘଟଣା ପ୍ରତି ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଉଲ୍ଲେଖ କରିଛନ୍ତି କି ଡାକ୍ତର ଚିନ୍ମୟ କୁମାର ସାହୁ ଯେକି ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅଁଳା ପଶୁ ଚିକିତ୍ସା କେନ୍ଦ୍ରରେ ଦୀର୍ଘ ଦିନ ହେଲା କାର୍ଯ୍ୟରତ ଅଛନ୍ତି । କିନ୍ତୁପରିତାପର ବିଷୟ ଏହିକି ଯେ ସେ ତାଙ୍କର ସରକାରୀ କାର୍ଯ୍ୟରେ ଗୁରୁତର ଅବହେଳା କରିବା ସହିତ ତାଙ୍କ ଡାକ୍ତରଖାନା ପରିସରଭୁକ୍ତ ଏରିଆରେ ପଶୁ କୁକୁଡା ଓ ସରକାରଙ୍କର ଧାର୍ଯ୍ୟ ଅନ୍ୟାନ୍ୟ ପଶୁରୋଗ ମୂଳକ କାର୍ଯ୍ୟ ନିର୍ବାହ ନକରି ଓ ଡାକ୍ତରଖାନାର କାର୍ଯ୍ୟ ନିର୍ଘଣ୍ଟ ସମୟରେ ଅନୁପସ୍ଥିତ ରହି ନିଜର ସଦାନନ୍ଦପୁର ଥାନା ବସ୍ତା, ଜିଲ୍ଲା.-ବାଲେଶ୍ୱରରେ ଖୋଲିଥିବା ଫାର୍ମ ଓ ଅନ୍ୟ ସବୁ ଘରୋଇ ସଂସ୍ଥା କାର୍ଯ୍ୟରେ ନିଜକୁ ନିୟୋଜି କରୁଛନ୍ତି । ସେ ତାଙ୍କର ଡାକ୍ତରଖାନା ପରିସର ଭୁକ୍ତ କରିବା ଅସହାୟ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଉପାୟରେ ଭୟଭୀତ କରି ନିଜର ରାଜନୈତିକ ପତିଆରାରେ ଭୟ ଦେଖାଇ ସରକାରୀ କାର୍ଯ୍ୟରୁ ଦୂରେଇ ରହି ସେମାନଙ୍କୁ ଅବହେଲା କରୁଛନ୍ତି । ଆଉ ମଧ୍ୟ ଉକ୍ତ ପଶୁ ଡାକ୍ତର ବାବୁ ଅନୁଗୁଳ ଥାନା କେଶ ନଂ ୨୬/୨୦ ରେ ଏକ ସୁନାଚୋରୀ ମାମଲାରେ ମଧ୍ୟ ସମ୍ପୃକ୍ତ ହୋଇ ମାନବ୍ୟର ହାଇକୋର୍ଟରୁ ଜାମିନରେ ଆସିଛନ୍ତି । (ଏ ବି ଏଲ ଏ ପି ଏଲ ନଂ- ୧୨୧୪/ ୨୦୨୦) ସେ ମଧ୍ୟ ତାଙ୍କର ନିଜର ଏକ ଭିଣୋଇଙ୍କ ସହିତ ବିଭିନ୍ନ ପାରିବାରିକ ମାମଲାରେ ଛନ୍ଦ ହୋଇ ଅନେକ ସମୟରେ ନିଜର ସରକାରୀ କାର୍ଯ୍ୟକୁ ଜଳାଞ୍ଜଳୀ ଦେଇ କାର୍ଟ, କେଚରୀ ଓ ଥାନାରେ ହାଜର ହେଉଛନ୍ତି । ଏଥି ପାଇଁ ତାଙ୍କ ଉଚ୍ଚ କର୍ତ୍ତୁପକ୍ଷଙ୍କ ଠାରୁ ସେ ହେଡକ୍ୱାଟର ଛାଡିବାକୁ ଅନୁମତି ନେଉଛନ୍ତି କି ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ । ତାଙ୍କର ସରକାରୀ କାର୍ଯ୍ୟ ପରିସରଭୁକ୍ତ ଏରିଆର ଜନାସାଧାରଣଙ୍କ ପ୍ରତି ତାଙ୍କର ବ୍ୟବହାର ଅତୀବ ରୁକ୍ଷ ଓ ଅମାନନୀୟ ଅଟେ । ଯେଉଁ ମାନଙ୍କର ସେଥିପାଇଁ ସରକାର ତାଙ୍କୁ ନିଯୁକ୍ତ ଦେଉଅଛନ୍ତି । ଏଣୁ ଆଚ୍ଛା ସଙ୍ଗଠନ ପକ୍ଷରୁ ମାନ୍ୟବର ଲିଲ୍ଲାପାଳଙ୍କୁ ବିନୀତ ଅନୁରୋଧ କରାଯାଇଛି କି ଉକ୍ତ ଡାକ୍ତର ଚିନ୍ମୟ କୁମାର ସାହୁଙ୍କ ଉପରୋକ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟକଳାପର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ କାର୍ଯ୍ୟରେ ଅବହେଳା ପାଇଁ ଦଣ୍ଡବିଧାନ କରାଯାଇ ଆଦିବାସୀ ଅଧ୍ୟୁଷିତ ଅଁଳା ଗ୍ରାମର ଗରୀବ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯାଇବା ପାଇଁ । ଏହି ଅଭିଯୋଗ ର ଏକକିତା ନକଲ ସି.ଡି.ଭି.ଓ. , ମୟୁରଭଞ୍ଜ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ସଢଙ୍ଗୀ, ଭାରତ ସରକାର, ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ, ନିର୍ଦ୍ଦେଶକ ରାଜ୍ୟ ପାଶୁ ସମ୍ପଦ ବିଭାଗ, ଓଡିଶା ସରକାର, ସଚିବ ରାଜ୍ୟ ପାଶୁ ସମ୍ପଦ ବିଭାଗ, ଓଡିଶା ସରକାରଙ୍କୁ ପ୍ରଦାନ କରାଯାଇଛି । ଉକ୍ତ କର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ସଭାପତି ବିନୋଦ କୁମାର ମାଝୀ, ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ କୁମାର ପାଣ୍ଡିଆ, ରାଜ୍ୟ ଉପ ସଭାପତି ମୟୁରଭଞ୍ଜ ଜିଲ୍ଲା ପ୍ରଭାରୀ ପ୍ରଶନ୍ନଜିତ ସାହୁ, ରାଜ୍ୟ ସଂଯୋଜକ ରାକେଶ କୁମାର ଶିଅଲ, ଦୁର୍ଗାମାଧବ ଶତପଥି , ରାଜ୍ୟ ସ୍ୱାସ୍ଥ୍ୟ ସଂଯୋଜକ ଉଦୟଭାନୁ ନାୟକ ପ୍ରଭୃତି ଉପସ୍ଥିତ ଥିଲେ ।