Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

Activities

ଆଚ୍ଛା ସଙ୍ଗଠନ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

By August 29, 2021January 5th, 2023No Comments

ଭୁବନେଶ୍ୱର (୨୯ – ୦୮ – ୨୦୨୧)- ଆଜି ରବିବାର ସନ୍ଧ୍ୟା ୭ (ସାତ) ଘଟିକା ସମୟରେ ଆଚ୍ଛା ସଙ୍ଗଠନ ପକ୍ଷରୁ ସଙ୍ଗଠନର କର୍ଯ୍ୟଶୈଳୀ ବାବଦରେ ଯୁମ୍ ଆପ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଚ୍ଛା ସଙ୍ଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ଆଚ୍ଛା ସଙ୍ଗଠନର ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ଉପ- ସଭାନେତ୍ରୀ ସୋନାଲି ପ୍ରିୟଦାର୍ଶିନୀ, ତେଜସ୍ୱୀନୀ ନାୟକ, ପ୍ରଣୟ ମହାପାତ୍ର, ଦିବାକର ତ୍ରିପାଠୀ, ଅଜୟ କୁମାର ଜେନା, ଭକ୍ତ ବନ୍ଧୁ ବାରିକ୍‌, ତିରୁପତି ଜ୍ୟୋତିଷ, ପ୍ରୀତିଲତା ରାୟ ଓ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର କୋଣ ଅନୁକୋଣ ରୁ ବହୁ ଯୁବ ସମାଜସେବୀ ବନ୍ଧୁ ମାନେ ଯୋଗ ଦେଇଥିଲେ ।

ସଙ୍ଗଠନ ର ସଭାପତି ବିସ୍ମିତ ରଞ୍ଜନ ଦାସ ଉଦବୋଧନ ଦେଇ, ଓଡ଼ିଶାର ପ୍ରତ୍ୟେକ ଅସହାୟ, ଗରିବ ଖଟିଖିଆ, ଦିନମଜୁରିଆ, ଛାତ୍ର, ମହିଳା, ଚାଷୀ ଓ ଯୁବ ସମାଜ କୁ କିପରି ସୁଦୃଢ କରିପାରିବା ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଆଗାମୀ ଦିନରେ ଆଚ୍ଛା ସଙ୍ଗଠନ କିପରି ଓଡ଼ିଶାର ପ୍ରତ୍ୟେକ ଅସହାୟ ପରିବାର ନିକଟରେ ପହଞ୍ଚି ସେମାନଙ୍କ ସ୍ୱରକୁ ଶାଣିତ କରିବା ସହିତ ଏକ ସୁସ୍ଥ ସମାଜ ଗଠନ ଦିଗରେ ନୂତନ ଭୂମିକା ଗ୍ରହଣ କରିବ ଓ ଅନ୍ୟାୟ ବିରୁଦ୍ଧରେ ପ୍ରଶାସନ ନିକଟରେ ସମାଜର ହକ ପାଇଁ ଲଢେଇକୁ ଜୋରଦାର କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି ।

Leave a Reply