Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୧୦/୦୬)- ଆଚ୍ଛା ସଙ୍ଗଠନ ତରଫରୁ ଗତ ୨୦୧୯ ମସିହା ଡିସେମ୍ବର ୧ ତାରିଖରେ ଥାଲାସେମିଆ ରୋଗୀ ମାନଙ୍କର ଉନ୍ନତ ମାନର ଚିକିତ୍ସ୍ୟା ପାଇଁ ୧୧ ଦଫା ଉଚିତ ଦାବି ରଖି ବାଲେଶ୍ୱର ଜିଲ୍ଲା ମୁକ୍ଷ୍ୟ ଚିକିତ୍ସ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଆମରଣ ଅନଶନରେ ବସିଥିଲେ । ଉକ୍ତ ଦାବୀ ଗୁଡିକ ହେଉଛି ; ୧- ବ୍ଲଡ ବ୍ୟଙ୍କ ଠାରେ ରକ୍ତରୁ ପ୍ଲାଜ୍ମା ଓ ଶ୍ୱେତ କଣିକା କାଢିବା ପରେ ପିଲାଙ୍କ ଓଜନ ହିସାବରେ ରକ୍ତ ଦିଆଯାଉ । ୨- ଥାଲାସେମିଆ ମେଜର ମାନଙ୍କୁ ୮ କିମ୍ବା ୯ ହିମୋଗ୍ଲୋବିନ୍ ଥାଇ ରକ୍ତ ଦିଆଯାଉ । ୩- ସ୍ୱତନ୍ତ୍ର ଥାଲାସେମିଆ ଡେ କେୟାରରେ ଡାକ୍ତର ଓ ନର୍ସ ଦିଆଯାଉ । ୪- ହେମୋଗ୍ଲୋବିନ୍ ଇଲେକ୍ଟ୍ରୋଫରସିସ୍ ବା ଏଚ୍‌.ପି.ଏଲ୍‌.ସି. , ସିରମ୍ ଫୋରେଟିନ, ଏଚ୍‌.ଆଇ.ଭି. ଓ ଏଚ୍‌.ସି.ଭି. ର ପରିକ୍ଷଣର ସୁବିଧା କରାଯାଉ । ୫- ରକ୍ତ ଦ୍ୱାରା ପ୍ରବେଶ କରୁଥିବା ରୋଗ ହେପାଟାଇଟିସ୍ ଓ ଏଚ୍‌.ଆଇ.ଭି. ନିରୁପଣ ପାଇଁ ବାର୍ଷିକ ସ୍କ୍ରିନିଙ୍ଗ କରାଯାଉ । ୬- ହେପାଟାଇଟିସ୍‌-ବି ପାଇଁ ପ୍ରତ୍ୟକ ପାଞ୍ଚ ବର୍ଷରେ ଟିକା ଦିଆଯାଉ । ୭- ସ୍କ୍ରିନିଂ ପଜେଟିଭ ହେପାଟାଇଟିସ୍‌-ବି ଓ ସି ର ଭାଇରାଲ ଲୋଡ ଓ ଜେନେଟାଇପ୍ ର ପରିକ୍ଷଣ ପ୍ରତି ବର୍ଷ ମାଗଣାରେ କରାଯାଉ । ୮- ହେପାଟାଇଟିସ୍‌-ବି ଓ ସି ନିମନ୍ତେ ଏଚ୍‌.ଆଇ.ଭି. ରକମ ବାଲେଶ୍ୱର ସରକାରୀ ଡାକ୍ତର ଖାନାରେ ଔଷଧ ଉପଲବ୍ଧ କରାଯାଉ । ୯- ରୋଗୀଙ୍କ ଅବିଭାବକ ମାନେ ରୋଗ ବିଷୟରେ ଭଲଭାବରେ ବୁଝିବା ପାଇଁ ଜେନେଟିକ୍ କାଉନସଲେର ର ନିଯୁକ୍ତି କରାଯାଉ । ୧୦- ଥାଲାସେମିଆ ବାହାକଙ୍କର ପ୍ରସୁତି ସମୟ ପୁର୍ବରୁ ପରିକ୍ଷା ପାଇଁ ସରକାରୀ ଡାକ୍ତରଖାନାରେ ପରିକ୍ଷଣ ପାଇଁ ସୁବିଧା କରାଯାଉ । ୧୧- ଥାଲାସେମିଆ ରୋଗୀଙ୍କ ଚିକିତ୍ସା ପାଇଁ ଗାଇଡଲାଇନର ଅନୁକରଣ କରାଯାଉ । ୧୮ ଘଣ୍ଟାର ଅନଶନ ପରେ ବାଲେଶ୍ୱର ହସ୍ପିଟାଲର ତତ୍ କାଳୀନ ସି.ଡି.ଏମ୍‌.ଓ. ଡାକ୍ତର ବାନାର୍ଜି ପ୍ରଶାଦ ଛୋଟରାୟ, ତତ୍ କାଳୀନ ମେଡିକାଲ ସୁପରିଟେଣ୍ଡ ଡ. ସୁଧିର କୁମାର ଘୋଷ ଏବଂ ବି.ବି.ଓ ଡ. ବସନ୍ତ କୁମାର ଉପାଧ୍ୟାୟ ୮ ଗୋଟି ଦାବୀକୁ ସଙ୍ଗେସଙ୍ଗ ପୂରଣ କରିବା ସହ ଆଉ ୩ ଗୋଟି ଦାବୀକୁ ୬ ମାସ ମଧ୍ୟରେ ପୂରଣ କରିବାର ପ୍ରତିଶୃତି ଦେଇ ଆଚ୍ଛା ସଙ୍ଗଠନର ଅନଶନ ଭଙ୍ଗ କରାଇଥିଲେ । ଏହି ୩ ଦାବୀ ମଧ୍ୟରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦାବୀ ଟି ଥିଲା କି ବ୍ଲଡ ବ୍ୟଙ୍କ ଠାରେ ରକ୍ତରୁ ପ୍ଲାଜ୍ମା ଓ ଶ୍ୱେତ କଣିକା କାଢିବା ପରେ ପିଲାଙ୍କ ଓଜନ ହିସାବରେ ରକ୍ତ ଦିଆଯାଉ ; ଏହା ପଇଁ ବାଲେଶ୍ୱର ବ୍ଲଡ ବ୍ୟାଙ୍କରେ କମ୍ପୋନେଣ୍ଟ ସେପାରେଟର ମେସିନର ଆବଶ୍ୟକ ଥିଲା । ଏହି କମ୍ପୋନେଣ୍ଟ ସେପାରେଟର ମେସିନ ଗତ କାଲି ମାନ୍ୟବର ମୂଖ୍ୟମନ୍ତ୍ରୀ ଉଦ୍ଘାଟନ କରିଲା ପରେ ବାଲେଶ୍ୱର ଜିଲ୍ଲା ଏବଂ ପଡୋଶୀ ଜିଲ୍ଲା ମାନଙ୍କରେ ଥିବା ରକ୍ତହୀନତା ରୋଗୀ ମାନଙ୍କର ଅଭିଭାବକ ମାନଙ୍କ ମନରେ ଖୁସୀର ଲହର ଦେଖାଦେଇଛି । ଏହି କମ୍ପୋନେଣ୍ଟ ସେପାରେଟର ମେସିନ କାର୍ଯ୍ୟକାରୀ ହେବାପରେ ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply