ବାଲେଶ୍ୱର (୧୬.୦୪.୨୦୨୦) – ଅଚାନକ୍ କ୍ରିକେଟ ଟିମ ଏବଂ ଆଚ୍ଛା ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକଙ୍କ ତତ୍ତ୍ୱାବଧାନ ଓ ଆବାହକ ଅଜୟ କୁମାର ନାୟକଙ୍କ ସହୋଯଗରେ ବାଲେଶ୍ୱର ସଦର ବ୍ଲକ ଅଧିନ ପାତ୍ରପଡା ପଞ୍ଚାୟତର ପୁରୁଣା ବାଲେଶ୍ୱରର କାଇଁଚମାଳିଆ ମଠ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଜାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ବସନ୍ତ କୁମାର ଉପାଧ୍ୟାୟ , କାଉନସିଲର ଶ୍ରୀମତୀ ସୁଚିସ୍ମିତା ଦାସ, ଦୁଇ ଲ୍ୟାବ ଟେଷ୍ଟ ଅଧିକାରୀ ଅକ୍ଷୟ କୁମାର ଜେନା ଓ ବିଜୟ କୁମାର ପଟ୍ଟନାୟକ, ଏଟେନ୍ଡେନ୍ଟ ବିନୋଦ ବିହାରୀ ଦାସ ଓ ବିଜୟ କୁମାର ବଳ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏହି ଶିବିରକୁ ଗ୍ରାମର ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ସରୋଜ ବିନ୍ଧାଣୀ ଉଦ୍ଘାଟନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ଆସିଷ୍ଟାଣ୍ଡ ମେଟିକାଲ କୋଡିନେଟର ଅନ୍ତର୍ଯ୍ୟାମି ବେହେରା, ଉପସଭାପତି କାର୍ତ୍ତିକ ମାଝୀ, ଦୀପକ ନାଥ,ଅଜୟ ବିଶ୍ୱଳ, ଅଚାନକ କ୍ରିକେଟ ଟିମର ଅଧିନାୟକ ବିନ୍ମୟ ପ୍ରଧାନ, ଜନାର୍ଦ୍ଦନ ବିନ୍ଧାଣି, ଦିଲ୍ଲିପ ସେନାପତି, କ୍ଷୀରୋଦ ନାୟକ, ଚିନ୍ମୟ ପ୍ରଧାନ, ଅମରଜିତ ଦାସ, ଶୁଭେନ୍ଦୁ ପଣ୍ଡା, ତାପସ ବେହେରା, ଦିଲ୍ଲିପ ବେହେରା, ବିଶ୍ୱଜିତ ବେହେରା, କେଶବ ମାହାର୍ଣା, ସୁରେଶ ଦାସ, ଦିବ୍ୟଜ୍ୟୋତି ଜେନା, ସୁଶାନ୍ତ ଜେନା, ପପୁ ଦାସ, କାଳିଆ ଦାସ, ହୃଦୟ ପ୍ରଧାନ, ଚିନ୍ତାମଣି ଦାସ, ମନୋଜ ପ୍ରଧାନ, ଜୁଲେଶ ବେହେରା ଏବଂ ଅନ୍ୟ ପ୍ରଭୃତିଙ୍କ ସହାୟତାରେ ୭୫ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ ।
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023