ବାଲେଶ୍ୱର (୦୫.୦୫.୨୦୨୦)- ଆଚ୍ଛା ସଙ୍ଗଠନ ପକ୍ଷରୁ କରାଯାଉଥିବା ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ସାମାଜିକ ଗଣମାଧ୍ୟମ ଓ ଖବରକାଗଜ ଦ୍ୱାରା ପ୍ରତିଦିନ ପ୍ରକାଶ ପାଇବା ପରେ ବିଭିନ୍ନ ସ୍ଥାନରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ସଙ୍ଗଠନର କାର୍ଯ୍ୟକଳାପକୁ ପ୍ରସଂଶା କରିବା ସହ ଆଚ୍ଛା ସଙ୍ଗଠନରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଯାହାର ପ୍ରତିଫଳନରେ ଆଜି ବାଲେଶ୍ୱରର ବାହାନଗା ବ୍ଲକର ଗନ୍ଧିଣାଠାରେ ଭୂତପୂର୍ବ ରାଜସ୍ୱ ନୀରିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ସହଯୋଗରେ ସ୍ଥାନୀୟ ଗରିବ ଜନସାଧାରଣଙ୍କୁ ଚାଉଳ, ଡାଲି, ଆଳୁ, ପିଆଜ, ରସୁଣ, ଅଦା,ଲୁଣ, ରିଫାଇନ ପ୍ୟାକେଟ,ମୁଢି ବସ୍ତା, ସୟାବିନ, ପୋଟଳ, ବିଭିନ୍ନପ୍ରକାର ପନିପରିବା ବଣ୍ଟନ କରାଯିବା ସହ ପ୍ରତିଟି ଲୋକମାନଙ୍କୁ ଭୟବିତ ନ ହୋଇ ଘରେ ରହିବା ପାଇଁ ବୁଝାଇ ସରକାରଙ୍କ ନିର୍ଦ୍ଦେଶ ମାନିବା ସମ୍ବନ୍ଧରେ ବୁଝାଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ର ସମସ୍ତ ନିୟମାବଳୀ ସଂଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ ଓ ଉପ‐ସଭାପତି ପ୍ରଶନ୍ନଜିତ୍ ସାହୁ ବୁଝାଇଥିଲେ ଏବଂ ଉପ-ସ୍ୱାସ୍ଥ୍ୟ ସଂଯୋଜକ ଅନ୍ତର୍ଯ୍ୟାମୀ ବେହେରା ,ସଂପାଦକ ରଣଜିତ୍ କୁମାର ପୃଷ୍ଟି ଙ୍କ ସମେତ ପ୍ରଭୃତି ସାମାଜିକ ଦୂରତାର ଉପାଦେୟତା ବୁଝାଇଥିଲେ । ସୁଜୟ କେତନ ଦାସ,ସଞ୍ଜିବ କୁମାର ମହାନ୍ତି ,ରାଜେଶ ସାହୁ,ସାଗର ସେଠି,ଉତ୍ତମ ମହାଳିକ୍ ,ବିଜୟ ଦାସ ପ୍ରଭୃତି ଏହିକାର୍ଯ୍ୟରେ ସହଯୋଗ କରିଥିଲେ । ଶେଷରେ ଗରିବ ଅସହାୟ ଅଞ୍ଚଳ ବାସୀ ମାନଙ୍କର ଗୋଟିଏ ଅଭିଯୋଗ କରିଛନ୍ତି କି ବାହାନଗା ସରପଞ୍ଚ ଶ୍ରୀମତି ରସ୍ମିତା ସିଂ ଙ୍କୁ ରାଜ୍ୟ ସରକାର ଜିଲ୍ଲାପାଳ ଅଧିକାର ଦେବା ପରେ ମଧ୍ୟ ଅଞ୍ଚଳ ବାସୀଙ୍କ ଦୁଃଖ ବୁଝିନାହାନ୍ତି କିମ୍ବା ନିର୍ବାଚନ ଜିତିବା ପର ଠାରୁ ଅଞ୍ଚଳକୁ କେବେବି ଆସି ନାହାନ୍ତି ଫଳରେ ଅଞ୍ଚଳ ବାସୀ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେମାନେ ନିବେଦନ କରିଛନ୍ତି ।