ବାଲେଶ୍ୱର (୦୬.୦୫.୨୦୨୦)- ସରିଯାଇଠି ଲକ୍ ଡାଉନ୍ ୧ ଓ ୨ର ସମୟ ଗତ ୪ତାରିଖରୁ ଆରମ୍ଭ ହୋଇସାରିଲାଣି ଲକ୍ ଡାଉନ୍ ୩ର ସମୟ କେଜାଣି ଆଉ କେତେଦିନ କରୋନାର ତାଣ୍ଡବକୁ ଏ ବିଶ୍ୱବାସୀ ସହିବେ । ଆଉ ସରକାର ଲକ ଡାଉନ୍ ର ସଂସ୍କରଣ ବଢାଇ ଚାଲିଥିବେ । ଏପରି ସ୍ଥଳେ ଦୈନନ୍ଦିନ ସାହାଯ୍ୟ ସହଯୋଗ କରୁଥିବା ଦାତା ମାନଙ୍କର ବି ଆସ୍ତେଆସ୍ତେ ଭୂଷୁଡିବାରେ ଲାଗିଲାଣି ଆର୍ôଥକ ପରିସ୍ଥିତି । ଦୈନନ୍ଦିନ ସାହାଯ୍ୟ ସହଯୋଗରେ ଚଳିଆସୁଥିବା ମଠ ତଥା ଆଶ୍ରମ ମାନଙ୍କ ଅବସ୍ଥା ଅତିଶୋଚନିୟ । ପ୍ରତିଦିନ କରାଯାଉଥିବା ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ସାମାଜିକ ଗଣମାଧ୍ୟମ ଓ ଖବରକାଗଜ ଦ୍ୱାରା ପ୍ରତିଦିନ ପ୍ରକାଶ ପାଇବା ପରେ ବିଭିନ୍ନ ସ୍ଥାନରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ସଙ୍ଗଠନର କାର୍ଯ୍ୟକଳାପକୁ ପ୍ରସଂଶା କରିବା ସହ ଆଚ୍ଛା ସଙ୍ଗଠନରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କଲେଣି । ଆଜି ବାଲେଶ୍ୱର ଯୁବ ସମାଜସେବୀ ପିଣ୍ଟୁ ଶର୍ମା ଙ୍କ ନଜରରେ ଆସିଥିଲା ଏପରି ଏକ ଆଶ୍ରମ । ଆଚ୍ଛା ସଂଗଠନ ସହ ଯୋଗାଯୋଗକରି ସେ ନିଜେ ଓ ସଂଗଠନର ସହାୟତାରେ ଆଜି ସୋର ସ୍ଥିତ ସାଧୁଆପଡାର ଦତ୍ତାତ୍ରୟ କନ୍ୟାଶ୍ରମରେ ଚାଉଳ ବସ୍ତା,ମୁଢିବସ୍ତା , ଆଳୁ, ଡାଲି, ମଟର,ସୋୟାବିନ ରିଫାଇନ୍ ଓ ପନିପରିବା ପ୍ରଦାନକରାଯାଇଥିଲା । ଉକ୍ତ କାର୍ଯ୍ୟରେ ଆଚ୍ଛା ସଂଗଠନର ଆବାହାକ ଅଜୟ ନାୟକ, ଉପ‐ସଭାପତି ଅଜୟ କୁମାର ବିଶ୍ୱାଳ, ପ୍ରକାଶ କୁମାର ମହାନ୍ତି, କିଶୋର କୁମାର ନାୟକ, କାର୍ତିକ ମାଝୀ,କୋଷାଧ୍ୟକ୍ଷ ଦୀପକ କୁମାର ନାଥ,ଅନ୍ତର୍ଯ୍ୟାମୀ ବେହେରାଙ୍କ ସମେତ ସଂପାଦକ ରଣଜିତ୍ କୁମାର ପୃଷ୍ଟି ଉପସ୍ଥିତ ରହି ଉକ୍ତ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ ।
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023