Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର- (୧୭.୦୫.୨୦୨୦) ବିଶ୍ୱ ମହାମାରୀ କରୋନାର ତାଣ୍ଡବ ନ ସରୁଣୁ ଆଉ ଏକ ବିପତ୍ତି ଆସି ମଥା ଉପରେ ଯାହା ବର୍ତ୍ତମାନ ସମୟରେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଯାଇଛି ଯାହାର ନାମ ଅମ୍ପନ । ଆଚ୍ଛା ସଂଗଠନର ଲକ୍ ଡାଉନ୍ ପୂର୍ବରୁ କୋଭିଡ୍ ୧୯ ସହ ସଂଗ୍ରାମ ଆଜି ପର୍ଯ୍ୟନ୍ତ କରିଆସୁଅଛି । ପ୍ରଥମେ ସଚେତନତା କାର୍ଯ୍ୟକ୍ରମ ତାପରେ ପ୍ରତିଦିନ ରକ୍ତଦାନଶିବିର , ମାସ୍କ,ସାନିଟାଇଜର୍ ,ସାବୁନ୍ ବଣ୍ଟନ,ଶୁଖିଲା ଖାଦ୍ୟ ଓ ପନିପରିବା ବଣ୍ଟନ ସହ ଜନସାଧାରଣଙ୍କ ମାସିକିଆ କିସ୍ତି ସମସ୍ୟା ଇତ୍ୟାଦି ପ୍ରଯାସନକୁ ଜଣାଇବାସହ ତାର ପ୍ରତିକାର ମଧ୍ୟକରାଇବାକୁ ଅନୁରୋଧ ମାନ ଏମିତି ଅନେକ କିଛି କାର୍ଯ୍ୟମାନ କରିଆସୁଅଛି । ଯାହାବର୍ତ୍ତମାନ ଖବର କାଗଜ, ବୌଦ୍ୟୁତିକ ଗଣମାଧ୍ୟମ , ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ସାରା ଓଡିଶାରୁ ଅଭିନନ୍ଦର ସୁଅ ଛୁଟିଆସିବାସହ କିଛି ବଦାନ୍ୟବ୍ୟକ୍ତିଙ୍କ ସହଯୋଗ କରୁଛନ୍ତି । ଏହିଭଳି ଭାବେ ଜଗତସିଂହପୁରର ଦମ୍ପତି ଅମରେଶ ସାହୁ ଓ ସୁନିତା ସାହୁ ଦୁହିଁଙ୍କ ୪ର୍ଥ ବିବାହ ବାର୍ଷିକୀ ଉତ୍ସବ କୁ ନ ମନାଇ ଆଚ୍ଛା ସଂଗଠନ ମାଧ୍ୟମରେ ବସ୍ତି ଅଞ୍ଚଳର ପଡି କାର୍ଡରୁ ବଞ୍ଚିତ ଥିବା ପରିବାରକୁ ଚାଉଳ,ଆଳୁ,ପିଆଜ ଓ ପନିପରିବା ଇତ୍ୟାଦି ସାହାଯ୍ୟକରିଛନ୍ତି । ଆଜି ଅଙ୍ଗାରଗଡିଆ ସ୍ଥିତ ବସ୍ତି ଅଞ୍ଚଳରେ ଅଙ୍ଗନବାଡି ଦିଦି ଅମିତା ଚାନ୍ଦଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବାଏହି ଅଞ୍ଚଳରେ ଏହି ସବୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା ଆଚ୍ଛା ସଙ୍ଗଠନର ସଂଯୋଜକ ସୁଶାନ୍ତ କୁମାର ପରିଡା ଓ ସଂଯୋଜିକା କୁମାରୀ ସୌମ୍ୟା ସ୍ୱରୂପା ଦାସ କୋଭିଡ୍‌-୧୯ ର ସରକାରୀ ନିୟମାବଳୀ ତଥା ସଚେତନତା କରାଇଥିଲେ । ଆଚ୍ଛା ସଂଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ, ସଂପାଦକ ରଣଜିତ୍ କୁମାର ପୃଷ୍ଟି, ସ୍ୱାସ୍ଥ୍ୟ ସଂଯୋଜକ ଉଦୟଭାନୁ ନାୟକ, ସଂଯୋଜକ ରାକେଶ ବେହେରା , ମୋନାଲିଶା ମହାନ୍ତି ପ୍ରଭୃତି ଉପସ୍ଥିତ ଥିଲେ ।

Leave a Reply