ବାଲେଶ୍ବର (୨୪.୦୬.୨୦୨୦)- ଦୁଃଖିଟିଏ ଦେଖିଲେ ତାଙ୍କ ଅାଖିରୁ ଜକେଇ ଅାସେ ଲୁହ ।ନିଜ ପାରୁପର୍ଯ୍ୟନ୍ତ ସେ ସହଯୋଗର ହାତ ବଢାନ୍ତି ।ସେ ଚାହିଁଥିଲେ ମହାଅାଡମ୍ବରରେ କରିପାରିଥାଅାନ୍ତେ ତାଙ୍କ ଏକମାତ୍ର ପୁଅର ଜନ୍ମଦିନ । କିନ୍ତୁ କରୋନାର ବିକଟାଳ ମୂର୍ତ୍ତୀ କିପରି ଗରିବ ପରିବାରକୁ ଦଂଶିବାରେ ଲାଗିଛି ସେ ନିଜଚକ୍ଷୁରେ ଦେଖୀସାରିବା ପରେ ସେ ବାରମ୍ବାର ବଢାଇଛନ୍ତି ସାହାଯ୍ୟ ଓ ସହଯୋଗର ଦୁଇହାତ । ଏମିତିକି ସେ ତାଙ୍କ ଜନ୍ମଦିନରେ ମଧ୍ୟ ଉଭୟ ଅନୁଗୁଳ ଓ ବାଲେଶ୍ବର ଜିଲ୍ଲାରେ ଗରିବ ପରିବାରଙ୍କମଧ୍ୟରେ ରାସନ ବାଣ୍ଟିଥିଲେ ।ସେ ହେଉଛନ୍ତି ଅନୁଗୁଳର ଯୁବ ଦନ୍ତ ଚିକିତ୍ସକ ଡାଃ ଶକ୍ତି ପ୍ରସାଦ ସାହୁ । ଡାଃ ସାହୁ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ସାହୁ ଙ୍କ ଏକମାତ୍ର ପୁଅ ପ୍ରୟାଂଶ କୁ ଅାଜି ୫ବର୍ଷ ପୁରିଲା । ଅାଜିର ଦିନରେ ଓଡିଶାର ସୁନାମଧନ୍ୟ ସାମାଜିକ ସଂଗଠନ ଅାଚ୍ଛା ଜରିଅାରେ ବାଲେଶ୍ବରର ରେମୁଣା ବ୍ଲକ ଅଧିନ ଶ୍ରୀକୃଷ୍ଣପୁର ଗ୍ରାମର ରେମୁଣା କଲେଜ ସମ୍ମୁଖ ବସ୍ତି ଠାରେ କିଛି ଗରିବ ପରିବାର ସେମାନଙ୍କ କୁନିକୁନି ପିଲାମାନଙ୍କ ସହ ଅାଜି ଅାଚ୍ଛାସଂଗଠନର କାର୍ଯ୍ୟକର୍ତ୍ତା ମାନେ ପାଳନ କରିଛନ୍ତି । ଡାଃ ସାହୁଙ୍କୁ ଅାଜି ଛୁଟିନମିଳିବାରୁ ସେ ଅାଜି ଉକ୍ତକାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ । ଶ୍ରୀମତୀ ସାହୁ ଓ ଡାଃ ସାହୁ ଆଚ୍ଛା ସଙ୍ଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ କୁମାର ପୃଷ୍ଟି, ଈଶ୍ୱର ଟିଭିର ନିର୍ଦ୍ଦେଶକ ଲୋକନାଥ ପିରି, ସମ୍ପାଦିକା ଅମିତା ପିରି, ଶ୍ୟାମ ଅଗ୍ରୱାଲ, ପିଙ୍କି ଅଗ୍ରୱାଲଙ୍କ ଉପସ୍ଥିତରେ ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ସହ କୁନିକୁନି ପିଲାଙ୍କ ଗହଣରେ କେକ୍ କାଟିବା ସହ ପିଲାମାନଙ୍କୁ ବିସ୍କୁଟ,କେକ୍ ଓ ଚକୋଲେଟ ବଣ୍ଟନ କରାଯାଇଛି । ଏଭଳି ନିଅାରା ଢଙ୍ଗରେ ପୁଅର ଜନ୍ମଦିନ ପାଳନ କରିବା ଅାଜି ସାଧାରଣରେ ଚର୍ଚାର ବିଷୟ ପାଲଟିଛି ।
You May Also Like
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023

ଆଚ୍ଛା ସଂଗଠନ ତରଫରୁ ଜଳେଶ୍ବର ବଡ଼ନଗର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
mail@isolutionindia.inJanuary 9, 2023