ବାଲେଶ୍ୱର (୧୭.୦୪.୨୦୨୦)- ଅଭ୍ୟୁଦମ୍ ଏବଂ ଆଚ୍ଛା ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକଙ୍କ ତତ୍ୱାବଧାନ ଓ ଗେଙ୍ଗୁଟି ପଞ୍ଚାୟତର ସରପଞ୍ଚ ବିରୁପାକ୍ଷ୍ୟ ମହାପାତ୍ରଙ୍କ ସହୋଯଗରେ ବାଲେଶ୍ୱର ସଦର ବ୍ଲକ ଅଧିନ ଗେଙ୍ଗୁଟି ପଞ୍ଚାୟତର ପଲସପୂର୍ ୟୂଜି ଏମି ସ୍କୁଲ୍ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଜାଇଥିଲା । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ମହେଶ କୁମାର ବିଶ୍ୱାଳ, ଦୁଇ ଲ୍ୟାବ ଟେଷ୍ଟ ଅଧିକାରୀ ଜଗନ୍ନାଥ ପଣ୍ଡା ଓ ସାୟଦ ଦିଲଦାର, ଏଟେନ୍ଡେନ୍ଟ ଶ୍ରୀମତି ହେମଲତା ସେଠୀ ଓ ବିଜୟ କୁମାର ବଳ ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ ।ଏହି ଶିବିରକୁ ଗ୍ରାମର ସରପଞ୍ଚ ସରପଞ୍ଚ ବିରୁପାକ୍ଷ୍ୟ ମହାପାତ୍ର ଉଦ୍ଘାଟନ କରିବା ସହ ବାଲେଶ୍ୱର ସଦର ଥାନା କାର୍ଯ୍ୟରତ ପୋଲିଷ ସବ୍ ଇନିସ୍ପେକ୍ଟର ସୁବ୍ରତ ବେହୁରା ଆଚ୍ଛା ସଙ୍ଗଠନର ଏହିଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ପ୍ରଥମେ ରକ୍ତ ଦାନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ଆବାହକ ସୁଶାନ୍ତ ପରିଡ଼ା, ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ଆସିଷ୍ଟାଣ୍ଡ ମେଟିକାଲ କୋଡିନେଟର ଅନ୍ତର୍ଯ୍ୟାମି ବେହେରା, ରତି ରଞ୍ଜନ ଆଚାର୍ଯ୍ୟ, ଅଜୟ ନାୟକ, ସନ୍ନତ ପରିଡ଼ା, ସବ୍ୟଶାଚି ପ୍ରଧାନ, ଶକ୍ତି ପ୍ରଶାଦ ରାଉତ, ଲମ୍ବୋଦର ପ୍ରଧାନ, ଜୟନ୍ତ ସାହୁ, ଶୁଭ୍ରଜିତ ମହାନ୍ତି,ପ୍ରଭୃତିଙ୍କ ସହାୟତାରେ ୫୦ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ ମାତ୍ର ମହାମାରୀ କରନା ସମୟରେ ଆଚ୍ଛା ସଂଗଠନର ଏହି କାର୍ଯ୍ୟକ୍ରମ ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଆଗେଇ ଆସିଥିବା ଶତାଧିକଯୁବକ ସାମାଜିକ ଦୁରତା ଅବଲମ୍ବନ କରୁଥିଲେ ମଧ୍ୟ ପ୍ରସାଶନର କଟକଣା ପାଇଁ ନିରାଶ ହୋଇ ଫେରିଲେ ।
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023