Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୦୮.୦୫.୨୦୨୦)- ଆଜିବି ପ୍ରଶାସନ ଆଖିରେ ଅନ୍ଧପୁଟୁଳି ବନ୍ଧାହୋଇଛି । ମହାମାରୀ କରୋନାରେ କବଳିତ ସଭିଏଁ ଆଉ ରାସନକାର୍ଡ ପାଇବାକୁ ହକ୍ ର ଲଢେଇ ଆଜି ଗରିବ ଲଢୁଛି ପ୍ରଶାସନ ସହ ନୁହଁ ବରଂ ଚାଖଣ୍ଡେ ପେଟସହ । ଏପରି ସ୍ଥଳେ ଆଜି ଯୁବସମାଜସେବୀ ସନାତନ ବାରିକ୍ ଙ୍କ ନଜରକୁ ଆସିଥିଲା କିଛି ରାସନକାର୍ଡ ପାଇନଥିବା ପରିବାର ଉପରେ ।ଶ୍ରୀ ବାରିକ୍ ଆଚ୍ଛାସଂଗଠନର ଆବାହକ ଅଜୟ ନାୟକଙ୍କୁ ଜଣାଇବାପରେ ଉପସଭାପତି ଅଜୟ କୁମାର ବିଶ୍ୱାଳ ଓ କୋଷାଧ୍ୟକ୍ଷ ଦୀପକ ନାଥଙ୍କ ପ୍ରଚେଷ୍ଟାରେ ଆଚ୍ଛାସଂଗଠନ ପକ୍ଷରୁ ପାତ୍ରପଡା ପଞ୍ଚାୟତର ରାସନ କାର୍ଡ ପାଇନଥିବା ପରିବାରକୁ ଚାଉଳ, ଡାଲି, ଆଳୁ, ଅଟା, ପିଆଜ, ରସୁଣ, ଅଦା,ଲୁଣ, ରିଫାଇନ ପ୍ୟାକେଟ, ସୟାବିନ ବିଭିନ୍ନପ୍ରକାର ପନିପରିବା ବଣ୍ଟନ କରାଯିବା ସହ ପ୍ରତିଟି ଲୋକମାନଙ୍କୁ ଭୟବିତ ନ ହୋଇ ଘରେ ରହିବା ପାଇଁ ବୁଝାଇ ସରକାରଙ୍କ ନିର୍ଦ୍ଦେଶ ମାନିବା ସମ୍ବନ୍ଧରେ ବୁଝାଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ର ସମସ୍ତ ନିୟମାବଳୀ ସଂଗଠନରଅନ୍ୟତମ ଉପସଭାପତି କାର୍ତିକ ମାଝୀ,ପ୍ରକାଶ ମହାନ୍ତି ଓ କିଶୋର ନାୟକ ବୁଝାଇଥିଲେ ସଂପାଦକ ରଣଜିତ୍ କୁମାର ପୃଷ୍ଟି ସାମାଜିକ ଦୂରତାର ଉପାଦେୟତା ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ଦେ ,ଗଙ୍ଗାଧର ହେମ୍ବ୍ରମ ,ସୁସାନ୍ତ ସାହୁ,ତନ୍ମୟ ଜେନା ,ଉମେଶ ଚନ୍ଦ୍ର ଓଝା ଓ ବିଶ୍ୱଜିତ୍ ପୃଷ୍ଟି ପ୍ରଭୃତି ଉକ୍ତ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ ।

Leave a Reply