ଆଲୋକର ପର୍ବ ଦୀପାବଳିରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ଵର ସଦର ବ୍ଲକ ଓଲନ୍ଦା ସରଗାଁ ପଞ୍ଚାୟତ ର ଆକିନିଆଁ ସ୍ଥିତ ଆନନ୍ଦ ମାର୍ଗ ଆଶ୍ରମ ବିଦ୍ୟାଳୟରେ କୁନିକୁନି ପିଲା ମାନଙ୍କ ସହ ଏକ ଖୁସିର ଉତ୍ସବ ପାଳନ କରାଯାଇଛି । 2002 ମସିହାରେ ବିଶିଷ୍ଟ ସମାଜସେବୀ ଶ୍ରୀ ଭାସ୍କର ଜେନାଙ୍କ ଦ୍ୱାରା ଗରିବ ଅସହାୟ କୁନିକୁନି ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ଏବଂ ଉତ୍ତମ ଭରଣ ପୋଷଣ ପାଇଁ ନିଜସ୍ଵ ପାଣ୍ଠିରୁ ଏହି ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରି କୁନିକୁନି ପିଲା ମାନଙ୍କୁ ସମାଜର ପ୍ରତିଷ୍ଠିତ ମଣିଷଟିଏ ତିଆରି କରିବାକୁ ଉଦ୍ୟମ କରିଛନ୍ତି । ଆଚ୍ଛା ସଂଗଠନର ଭଦ୍ରକ ଜିଲ୍ଲାର ସଭାପତି ବିଦ୍ୟୁତ ନାୟକଙ୍କ ପରାମର୍ଶ କ୍ରମେ ଏହି ବର୍ଷ ଦୀପାବଳି କୁ ଆକିନିଆଁ ସ୍ଥିତ ଆନଦ ମାର୍ଗ ଆଶ୍ରମ ବିଦ୍ୟାଳୟ ରେ ପାଳନ କରିବା ପାଇଁ ମନସ୍ଥ ହେବା ପରେ ସଙ୍ଗଠନ ର ସମସ୍ତ ସଦସ୍ୟ ଙ୍କ ଆନୁମୋଦନ ରେ ଉକ୍ତ ବିଦ୍ୟାଳୟରେ ଚକଲେଟ ବଣ୍ଟନ ଏବଂ ଭୋଜିଭାତ ସହ ରୋଷଣୀ, ଝରାବତୀ ଓ ଚମକାବତୀ ଲଗାଇ କୁନିକୁନି ପିଲାମାନଙ୍କୁ ମନୋରଞ୍ଜନ କରାଯାଇଥିଲା । ଏଥିସହ ଆଶ୍ରମ ରେ ବୃକ୍ଷ ରୋପଣ, ଭଜନ-କୀର୍ତ୍ତନ ଏବଂ ସଭା ଅନୁଷ୍ଠିତ ହୋଇଥିଲା।
You May Also Like
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023

ଆଚ୍ଛା ସଂଗଠନ ତରଫରୁ ଜଳେଶ୍ବର ବଡ଼ନଗର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
mail@isolutionindia.inJanuary 9, 2023