Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ସରକାରଙ୍କ ହିସାବରେ ବଢୁଛି ଆୱସ୍ ଯୋଜନା ହିତାଧିକାୀ ମାନଙ୍କ ଲମ୍ବା ଚିଠା ମାତ୍ର ବାସ୍ତବରେ ସେହି ଚିଠା କେବଳ କାଗଜ କଲମରେ ରହିଯାଉଛି ; ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ପ୍ରଧାନ ମନ୍ତ୍ରୀ ଆୱସ ଯୋଜନାରେ ବାସଗୃହ ପାଇଛନ୍ତି ମାତ୍ର ଓଡ଼ିଶା ସରକାର ଏହି ଘର ପ୍ରସ୍ତୁତ କରିବା ପାଇଁ ଭୂମିହୀନ ପରିବାରକୁ ଭୂମି ପ୍ରଦାନ କରିବାରେ ହେଉଛି ବିଫଳ । ଧନ୍ୟ ଆମ ବ୍ୟବସ୍ଥା…. 90 ଦିନ ମଧ୍ୟରେ ଆୱସ୍ ଯୋଜନାରେ ପାଇଥିବା ଘର ପ୍ରସ୍ତୁତ କଲେ ସରକାରଙ୍କ ପକ୍ଷରୁ ମିଳିବ ୨୦୦୦୦ ତାଙ୍କର ପ୍ରତ୍ସହନ ରାଶି । ଯେଉଁମନେ ଘର କରିବାରେ ବିଳମ୍ବ କରୁଛନ୍ତି ସେମାନଙ୍କ ଘରକୁ ଯାଉଛି ସରକାରୀ ନୋଟିସ । ଯେଉଁ ମାନେ ଭୂମିହୀନ ପରିବାର ଆଉ ତାଙ୍କୁ ଆବାସ ଯୋଜନାରେ ଘର ମିଳିଛି ମାତ୍ର ସେମାନେ ଆବାସ ଗୃହ କରିବାରେ ବିଫଳ ହେଉଛନ୍ତି ସେ କ୍ଷେତ୍ରରେ କାହା ପାଖକୁ ଯିବ ସରକାରୀ ନୋଟିସ ; ଏ ହେଉଛି ସାଧାରଣରେ ପ୍ରଶ୍ନବାଚୀ । ନିର୍ବାଚନ ସମୟରେ ସରକାର ଖେଳନ୍ତି ଗରିବ କାର୍ଡ , କୁହନ୍ତି ଆମେ ହେଉଛି ଗରୀବର ସରକାର । ଏହା କଣ ପ୍ରକୃତରେ ସତ୍ୟ ନା ନିର୍ବାଚନୀ ଲଲିପପ୍ । ଏବେ ଆମେ ଆପଣଙ୍କୁ ଦେଖାଉଛୁ ଗୋଟିଏ ପରିବାର ମାତ୍ର ଏହିପରି ସମସ୍ୟାରେ ବର୍ତ୍ତମାନ ଅନେକ ପରିବାର । ଆମ ହାତରେ ଲାଗିଚି ଏହିପରି ଅନେକ ପରିବାରର ଲିଷ୍ଟ । ଆମ ଏହି ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରୁଛୁ କି ଦୟାକରି ଏଥିପ୍ରତି ଧ୍ୟାନ ଦେବା ପାଇଁ ।

Leave a Reply