ବାଲେଶ୍ୱର (୧୧.୦୫.୨୦୨୦)- ବିଶ୍ୱ ମହାମାରୀ କରୋନା ଲାଗି ସାରା ବିଶ୍ୱ ର ଅର୍ଥନିତି ଆଜି ଭୁଷୁଡି ସାରିଲାଣି ଏପରି କି ସାରା ଭାରତରେ ତଥା ଓଡିଶା ମଧ୍ୟ ଆଗରେ । ଏସବୁକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଓ ରିଜର୍ବ ବ୍ୟାଙ୍କ ଓଫ୍ ଇଣ୍ଡିଆ ପକ୍ଷରୁ ୩ ମାସ ଲାଗି କୌଣସି ଋଣ ଗ୍ରହିତାଙ୍କ ପାଖରୁ କୌଣସି ମାସିକିଆ କିସ୍ତି ନ ନେବା ପାଇଁ ଏକ ନୋଟିସ ଯାରି କରାଯାଇଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପ୍ରାୟତଃ ସମସ୍ତ ସରକାରି ଓ ବେସରକାରୀ ବ୍ୟାଙ୍କ ତଥା ଋଣ ଦେଉଥିବା ସଂସ୍ଥାମାନେ ଆର୍.ବି.ଆଈ ର ଗାଇଡ ଲାଇନ୍ ବିରୋଧରେ ଯାଇ ମନଇଛା ଋଣ ଗ୍ରହିତାଙ୍କ ବ୍ୟାଙ୍କ ଏକାଉଣ୍ଟରୁ ତାର ମାସିକ କିସ୍ତି କାଟି ନଉଛି । ଯେଉଁ ମାନଙ୍କର ଏକାଉଣ୍ଟରେ ପର୍ଯ୍ୟାପ୍ତ ଅର୍ଥ ରାଶି ନାହିଁ ଅଳ୍ପ ଅର୍ଥ ଅଛି ସେମାନଙ୍କର ଏକାଣ୍ଟରୁ ପେନାଲ୍ଟି କାଟିନଉଛି ବ୍ୟାଙ୍କ । ଆହୁରି ଏମିତି ହେଉଛି ଋଣ ସଂଗ୍ରହ କରିବାର ନିର୍ଦ୍ଧାରିତ ତାରିଖପରେ ମଧ୍ୟ ମନଇଚ୍ଛା ମାସିକ କିସ୍ତି କାଟିନଉଛି । ଏଭଳି ଅନେକ ଘଟଣା ଆଜି ଆଚ୍ଛା ସଂଗଠନର ନଜରକୁ ଆସିବା ପରେ ହଜାର ହଜାର ଏକାଉଣ୍ଟ ଧାରି ରାଜ ରାସ୍ତାକୁ ଓହ୍ଲାଇବାପାଇଁ ମନ ବଳେଇଲେଣି କିନ୍ତୁ ଏସବୁରୁ ନିବୃତରହି କଣ କେମିତି କରିହେବ ବୋଲି କହି ଆଚ୍ଛା ସଂଗଠନ ସେମାନଙ୍କୁ ଆଶ୍ୱାସନା ଦେଇଛି । ଏଭଳି ଏକ ମୁହୁର୍ତ୍ତରେ ସମାଜସେବୀ ତଥା ସ୍ୱେଚ୍ଛାସେବୀ ସଂଗଠନମାନେ ଖାଦ୍ୟ ବାଣ୍ଟୁଥିବା ସମୟରେ ବ୍ୟାଙ୍କ ମାନଙ୍କର ଜାଟ୍ ଶାସନର ଚାବୁକ୍ ପ୍ରହାର ପରି ମନେହେଉଛି । ଆଜି ଆଚ୍ଛା ସଙ୍ଗଠନ ପକ୍ଷରୁ ଏକ ଲିଖିତ ଦାବିପତ୍ର (ପତ୍ର ନମ୍ବର – ୫୩୮/୨୦୨୦) ମାଧ୍ୟମରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସମ୍ବିତ କୁମାର ନାୟକ ଦାବିପତ୍ର ଗ୍ରହଣ କରିଥିଲେ । ସରକାରଙ୍କର ନିର୍ଦ୍ଦେଶାବଳୀ ତଥା କୋଭିଡ-୧୯ର ନିୟମାବଳୀ କୁ ନ ମାନୁଥିବା ଏହିପରି ସଂସ୍ଥା ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାଧାରଣ ଗରିବ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଆଚ୍ଛା ସଙ୍ଗଠନ ତରଫରୁ ପ୍ରଶାସନ ଠାରେ ନିବେଦନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ସଂଯୋଜକ ଅନ୍ତର୍ଯ୍ୟାମି ବେହେରା, ରାକେଶ କୁମାର ବେହେରା ପ୍ରଭୃତି ଉପସ୍ଥିତ ଥିଲେ । ଏକକିତା ଦାବୀପତ୍ର ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ପ୍ରଧାନ ମନ୍ତ୍ରୀ କାର୍ଯ୍ୟାଳୟ, ଆର.ବି.ଆଇ ଗଭର୍ଣ୍ଣର, ଅର୍ଥମନ୍ତ୍ରାଳୟ ଓଡିଶା, ଅର୍ଥମନ୍ତ୍ରାଳୟ ଭାରତ, ଗୃହ ମନ୍ତ୍ରାଳୟ ଭାରତଙ୍କୁ ଅବଗତ କରାଯାଇଅଛି ।
You May Also Like
Activities
ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ
mail@isolutionindia.inMay 18, 2023
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023