Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ଭୁବନେଶ୍ୱର (୦୫/୦୬/୨୦୨୧)- ପ୍ରକୃତିର ଅବଦାନକୁ ଯେତେ ପ୍ରଶଂସା କଲେ କମ୍ ହେବ । ପ୍ରକୃତିର ୧୦ ଲକ୍ଷରୁ ଅଧିକ ପ୍ରଜାତି ଏବେ ବିଲୁପ୍ତ ହେବାକୁ ବସିଥିବା ବେଳେ ଆଜି ବିଶ୍ୱ ପରିବେଶ ଦିବସରେ ସାମାଜିକ ଅନୁଷ୍ଠାନ ଆଚ୍ଛା ସଙ୍ଗଠନ ଆଜି ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ସହ ସବୁ ଯୁବପିଢିଙ୍କୁ ପରିବେଶର ସୁରକ୍ଷା ଦାଏତ୍ୱ ଗ୍ରହଣ କରିବା ପାଇଁ ନିବେଦନ କରିଛି । ଏଥିସହ ଦେଶରେ ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଏବେ ହସପିଟାଲଗୁଡିକରେ ଅକ୍ସିଜେନ୍ (ଅମ୍ଲଜାନ) ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଅମ୍ଲଜାନ ଅଭାବ ଜନିତ ମୃତ୍ୟୁ କରୋନା କାଳରେ ଆଉ ଏକ ମାନବିକ ସଂକଟ ରୁପେ ଉଭା ହୋଇଛି । ତେବେ ସାଂପ୍ରତିକ କରୋନା ସଂକ୍ରମଣ କାଳରେ ହସ୍‌ପିଟାଲ ଗୁଡିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅକ୍ସିଜେନର ଚାହିଦା ବଢିଛି । ଯାହାକି ସରକାର ଯୋଗାଇବାରେ ବିଫଳ ହୋଇଛନ୍ତି । ଏହା ସତ୍ୟ ଯେ, ବୃକ୍ଷ ହିଁ ପ୍ରାଣୀ ଜଗତକୁ ଅମ୍ଲଜାନ ଯୋଗାଇଥାଏ । ଯାହା ପ୍ରକୃତିଦତ । ମାତ୍ର ପ୍ରକୃତି ଉପରେ ମଣିଷର ଅନବରତ ଅତ୍ୟାଚାର ଏବଂ ଆଖିବୁଜା ଜଙ୍ଗଲ ଧ୍ୱଂସ ଯୋଗୁଁ ଗୋଟିଏ ପଟେ ଅମ୍ଲଜାନ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ପ୍ରଦୁଷଣର ହାର ବଢିଚାଲିଛି । ତେବେ ଏଭଳି ପରିସ୍ଥିତିରୁ ମଣିଷ ସମାଜକୁ ବ୍ୟାପକ ବୃକ୍ଷ ରୋପଣ ହିଁ ଉଦ୍ଧାର କରିପାରିବ । ଯାହାକି ଭବିଷ୍ୟତରେ ଅମ୍ଲଜାନ ଅଭାବ ପୁରଣ କରିପାରିବ । ଆସନ୍ତୁ ଗଛ ଲଗାଇବା ଜୀବନ ରକ୍ଷା କରିବା ; ଏହି ନାରା ଦେଇ ଆଚ୍ଛା ସଙ୍ଗଠନ ଆଜି ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଛି । ପରିବେସ ସୁରକ୍ଷାରେ ବୃକ୍ଷ ରୋପଣ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଆଚ୍ଛା ସଙ୍ଗଠନ ଆଜି ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ କରିବା ସହ ସେହି ବୃକ୍ଷର ରକ୍ଷଣାବେକ୍ଷଣ ବାବଦରେ ମଧ୍ୟ ଚିନ୍ତା କରି ନିଜ ସଙ୍ଗଠନର ସଦଶ୍ୟ ମାନଙ୍କ ଆବଦ୍ଧ ଥିବା ବାଡିରେ ଲିମ୍ବ, ବର, ଅସ୍ତ, କରଞ୍ଜ, ଅର୍ଜୁନ, ତୁଲସି, ତେନ୍ତୁଳି, ଜାମ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ଉପ-ସଭାନେତ୍ରୀ ସୋନାଲି ପ୍ରୀୟଦର୍ଶିନୀ, ରାଜ୍ୟ ସ୍ୱାସ୍ଥ୍ୟ ସଂଯୋଜକ ଉଦୟଭାନୁ ନାୟକ, କୋଷାଧକ୍ଷ ରାକେଶ କୁମାର ଶିଅଳ ପ୍ରଭୃତି ଓଡିଶାର ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ରହି ବୃକ୍ଷରୋପଣ କରାଇବା ସହ ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ଦୁର୍ଗା ମାଧବ ଶତପଥି,ଅନ୍ତର୍ଯ୍ୟାମି ବେହେରା,ରୁତୁରାଜ ମଲ୍ଲିକ, ସମ୍ବିତ ପୃଷ୍ଟି, ମଧୁସ୍ମିତା ପରିଡା, କାଳି ଚରଣ ବିର୍‌, ସୁଦର୍ଶନ ଜେନା, ମଳୟ ବେହେରା, ଭରତ ପରମାଣିକ, ଅବନି ଜେନା, ଗାୟତ୍ରୀ ରାଉତ, ସୁଶମା ବେହେରା, କମଳାକାନ୍ତ ସିଂ, ନିର୍ମଳା ସିଂ, ଶୁଭମୟ ଜେନା, ଅନୁସ୍ମିତା ଜେନା, ବିକାଶ ଜେନା ପ୍ରଭୃତି ବାଲେଶ୍ୱର ଜିଲ୍ଲାରେ ଆବଦ୍ଧ ଏବଂ ପଡିଆ ପଡିଥିବା ବାଡିରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । କଟକ ଜିଲ୍ଲା ଆଚ୍ଛା ସଙ୍ଗଠନ ପକ୍ଷରୁ ଜିଲ୍ଲା ଉପ-ସଭପତି ଲୋକନାଥ ବେହେରା ଓ ସତ୍ୟଜିତ ସେନାପତି, ଯୁଗ୍ମ ସମ୍ପାଦକ ଆଶିଷ କୁମାର ପାଇଟଲ୍‌, ରାଜେଶ କୁମାର ମହାନ୍ତି, ଜିଲ୍ଲା ପ୍ରବକ୍ତା ରାଜେଶ କୁମାର ମହାନ୍ତି, ଯୁବମୋର୍ଚ୍ଚା ସଭାପତି ମାନସ ଦାସ, ମହିଳା ମୋର୍ଚ୍ଚା ସଭାନେତ୍ରୀ ରଶ୍ମିତା ମହାପାତ୍ର, ସଂଯୋଜିକା ବାନ୍ଦିତା ପାତ୍ର, ଝୁନୁ ବେହେରା, ସଙ୍ଗିତା ସୁତାର, ସଂଯୋଜକ ସୌମ୍ୟ ରଞ୍ଜନ ବେହେରା, ବିଶ୍ୱଜିତ୍ ନାୟକ, ଅମରନାଥ ସାହୁ, ସତ୍ୟଜିତ୍ ପରିଡା, ସୌମେନ୍ଦ୍ର ସାହୁ, ରାକେଶ ମହାରଣା ପ୍ରଭୃତି କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଆବଦ୍ଧ ଏବଂ ପଡିଆ ପଡିଥିବା ବାଡିରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ସେହିପରି ଆଚ୍ଛା ସଙ୍ଗଠନର ଭଦ୍ରକ ଜିଲ୍ଲା ତରଫରୁ ସୋମ୍ୟ ରଞ୍ଜନ ଜେନା, ଜିତେନ୍ଦ୍ର ଜେନା, ଜୟନ୍ତ ଜେନା, ସୌମ୍ୟ ଜେନା, ଚନ୍ଦନ ଜେନ ପ୍ରଭୃତି ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଆବଦ୍ଧ ଏବଂ ପଡିଆ ପଡିଥିବା ବାଡିରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । କେନ୍ଦୁଝର ଜିଲ୍ଲା ପକ୍ଷରୁ ପଟଣା ବ୍ଲକ ଗୌରାଙ୍ଗ ନାୟକ, ବାଉଁଶପାଳ ବ୍ଲକ କୃଷ୍ନ ଚନ୍ଦ୍ର ମୁଣ୍ଡା, ଆନନ୍ଦପୁର ବ୍ଲକ ଛବିନ୍ଦ୍ର ପାତ୍ର, ଘଷିପୁରା ସମରେନ୍ଦ୍ର ମିଶ୍ର ପ୍ରଭୃତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଆବଦ୍ଧ ଏବଂ ପଡିଆ ପଡିଥିବା ବାଡିରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ଆଚ୍ଛା ସଙ୍ଗଠନର କେନ୍ଦ୍ରାପଡା ଜିଲ୍ଲା ତରଫରୁ ସର୍ମିଷ୍ଠା ମହାନ୍ତି, ମୋନାଲିଶା ଦାସ, ମଧୁସ୍ମିତା ଦାସ, ଲିପ୍ସା ଦାସ, ପୁଷ୍ପଲତା ଦାସ ପ୍ରଭୃତି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଆବଦ୍ଧ ଏବଂ ପଡିଆ ପଡିଥିବା ବାଡିରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ଆଚ୍ଛା ସଙ୍ଗଠନର ଯାଜପୁର ଜିଲ୍ଲା ତରଫରୁ ସଞ୍ଜୟ କୁମାର ଶତପଥି ,ଦୟାନିଧି ବିଶ୍ୱାଳ ପ୍ରଭୃତି ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଆବଦ୍ଧ ଏବଂ ପଡିଆ ପଡିଥିବା ବାଡିରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ଆଚ୍ଛା ସଙ୍ଗଠନର ସୁନ୍ଦରଗଡ ଜିଲ୍ଲାରେ ଶୋମ୍ ଆନନ୍ଦ ସ୍ୱାଇଁ ଓ ସନ୍ତୋଷୀ ସିଂ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆବଦ୍ଧ ଏବଂ ପଡିଆ ପଡିଥିବା ବାଡିରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ଆଚ୍ଛା ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲାରେ ଜୟନ୍ତ ବଳିଆରସିଂ, ଶାନ୍ତିଲତା ଦାସ, ସୁମତି ପଟ୍ଟନାୟକ, ସୁଶିଲ ପଟ୍ଟନାୟକ ପ୍ରଭୃତି ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆବଦ୍ଧ ଏବଂ ପଡିଆ ପଡିଥିବା ବାଡିରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ଆଚ୍ଛା ସଙ୍ଗଠନର ଢେଙ୍କାନାଳ ଜିଲ୍ଲାରେ ଶ୍ୱାତି ରଞ୍ଜନ ନାୟକ, ସୌମ୍ୟ ରଞ୍ଜନ ନାୟକ, ଲିପିକା ନାୟକ ପ୍ରଭୃତି ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆବଦ୍ଧ ଏବଂ ପଡିଆ ପଡିଥିବା ବାଡିରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ଆଚ୍ଛା ସଙ୍ଗଠନର ପୁରି ଜିଲ୍ଲାରେ ରଜତ ସ୍ୱାଇଁ, ସୁମିତ ପଟ୍ଟନାୟକ ଓ ମଧୁସ୍ମିତା ଦାସ ପ୍ରଭୃତି ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆବଦ୍ଧ ଏବଂ ପଡିଆ ପଡିଥିବା ବାଡିରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ଅନ୍ୟପଟେ ଆଚ୍ଛା ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ କ୍ରମେ ଓଡିଶାର ୩୦ ଜିଲ୍ଲାରେ ବିଭିନ୍ନ ଗ୍ରାମଞ୍ଚଳର ବହୁ ବରିଷ୍ଠ ବ୍ୟକ୍ତି ମାନଙ୍କ ସହଯୋଗରେ ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ କରାଯାଇଛି ଯାହାକୁ କି ସାଧାରଣରେ ପ୍ରଶଂସା କରାଯାଇଛି ।

Leave a Reply