Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

କଟକ (୨୦/୦୬) : NH-16 ଠାରୁ ମାତ୍ର ୫ କିଲୋମିଟର ଦୂରରେ କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର କହ୍ନେଇପୁର ପଞ୍ଚାୟତର କନ୍ମିରା ଗ୍ରାମବାସୀ ସ୍ବାଧୀନତାର ୭୪ ବର୍ଷ ପରେ ବି ସରକାରୀ ସୁବିଧା ପାଇବାରୁ ବଞ୍ଚିତ । ଆଜି ଅଞ୍ଚଳବାସୀ ଙ୍କ ସହ ଆଲୋଚନା କରିବା ପାଇଁ ସେହି ଗ୍ରାମରେ ପହଁଚିଛି ଆଚ୍ଛା ସଙ୍ଗଠନ । ଏହି ଅଞ୍ଚଳରେ ୨୦୦ ରୁ ଉର୍ଦ୍ଧ୍ବ ଆଦିବାସୀ ଲୋକେ ବସବାସ କରୁଛନ୍ତି । ଏହି ଅଞ୍ଚଳରେ ଲୋକମାନେ ଯାତାୟତ କରିବା ପାଇଁ ରାସ୍ତା ନାହିଁ । ଲୋକମାନେ ହସ୍ପିଟାଲ ଯିବା ପାଇଁ ଆମ୍ବୁଲାନ୍ସ ଗ୍ରାମକୁ ଆସିପାରେ ନାହିଁ । ଅଧିକାଂଶ ପରିବାର କୁଟା ଛପର ବାଡ଼ ଛାଟି ଘରେ ନିଜର କୁନିକୁନି ପିଲାମାନଙ୍କୁ ଧରି ବସବାସ କରୁଛନ୍ତି ।

ଆବାସ ଯୋଜନାରେ ଘର ଖଣ୍ଡିଏ ବି ପାଇବାରୁ ବଞ୍ଚିତ ଆଞ୍ଚଳର ଅର୍ଦ୍ଧାଧିକ ପରିବାର । ରେଶନ କାର୍ଡ଼ରୁ ମଧ୍ୟ ବଞ୍ଚିତ ଅର୍ଦ୍ଧାଧିକ ପରିବାର । ମୋଟାମୋଟି ଭାବେ କହିବାକୁ ଗଲେ ସରକାରଙ୍କର ସ୍ଲୋଗାନ “ମାଆ କୁ ସମ୍ନାନ ଆଉ ଗାଁ କୁ କାମ” ; ଏହି ଗ୍ରାମରେ ସମ୍ପୁର୍ଣ୍ଣ ବିଫଳ । ଏଥିସହ ପ୍ରଥମ କରୋନା ଲହରିରେ କେନ୍ଦ୍ର ଓ ରାଜ୍ୟ ସରକାର କଡାକଡି ନିୟମ କରି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କରିବା ଯୋଗୁଁ ଗରିବ, ଦିନମଜୁରିଆ, ମଧ୍ୟବର୍ତ୍ତୀ ପରିବାର ମାନଙ୍କର ଆର୍ଥିକ ମାନଦଣ୍ଡ ଭାଙ୍ଗିପଡିଥିଲା । ପୁନଶ୍ଚ କରୋନାର ଦ୍ୱିତୀୟ ଲହରି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଗତ ୫ ତାରିଖ ଠାରୁ ରାଜ୍ୟ ସରକାର ଲଗାଇବା ପରେ ଗରିବ, ଦିନମଜୁରିଆ ଓ ଅସହାୟ ପରିବାରଙ୍କ ଆର୍ଥିକ ମାନଦଣ୍ଡ କହିଲେ ନ ସରେ । ତାହା ସାଙ୍ଗକୁ ବେପାରୀମାନେ ଅତ୍ୟାବଶ୍ୟକ ସାମଗ୍ରୀ ଦରବଢାଇ ଦେଇଥିବାରୁ ଗରିବ ଲୋକମାନଙ୍କ କଥା କହିଲେ ନ ସରେ । ସଟ୍‌ଡାଉନ୍ ସମୟରେ ଦିନ ମଜୁରିଆ, ଅସହାୟ, ଯେଉଁ ଲୋକ ଦିନେ କାମ ନକଲେ ତାଙ୍କ ଘର ଭୋକିଲା ରହୁଛନ୍ତି । ଏହି ପରିପେକ୍ଷିରେ ଆସହାୟ ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ଦୁଃଖ ଦୂର କରିବା ପାଇଁ ଚେଷ୍ଟା ଚଳାଇଛି ଆଚ୍ଛା ସଙ୍ଗଠନ । ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାନେତ୍ରୀ ସୋନାଲି ପ୍ରିୟଦର୍ଶିନୀଙ୍କ ନେତୃତ୍ୱରେ ସୂର୍ଯ୍ୟକାନ୍ତ ନାୟକ, ରାଜେଶ ମହାନ୍ତି, ମାନସ କୁମାର ଦାସ, ସନ୍ତୋଷ ଦାସ, ରାଜ୍ କୁମାର ସାହୁ, ସଲିଲ ରଞ୍ଜନ ଦାସ, ଇତିଶ୍ରୀ ମହାନ୍ତି, ସଂଗୀତା ସୁତାର ପ୍ରଭୃତି ଆଚ୍ଛା ସଙ୍ଗଠନ ପକ୍ଷରୁ ଯାଇ କନ୍ମିରା ଗ୍ରାମରେ ପହଞ୍ଚିଥିଲେ ।

ସେଠାରେ ଗ୍ରାମବାସୀ ମାନଙ୍କ ସହ ଅଞ୍ଚଳରେ ଘଟୁଥିବା ସମସ୍ୟା ବାବଦରେ ଆଲୋଚନା କରି ଆସିବା ସହ ଘଟଣା ବାବଦରେ କଟକ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି ପ୍ରକାଶ କରିଛନ୍ତି । ଏଥିସହଆଚ୍ଛା ସଂଗଠନ ପକ୍ଷରୁ ଗ୍ରାମରେ ଶୁଖିଲା ଖାଦ୍ୟ ଓ ମାକ୍ସ ବଣ୍ଟନ କରାଯାଇଛି । ଆଚ୍ଛା ସଙ୍ଗଠନର ଏହିଭଳି ପଦକ୍ଷେପକୁ ଗ୍ରାମବାସୀ ପ୍ରଶଂସା କରିବା ସହ ସଙ୍ଗଠନକୁ ସହଯୋଗ କରିବେ ବୋଲି କହିଛନ୍ତି ।

Leave a Reply