Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ସାରାବିଶ୍ବ କୋରନାର ଶିକାର ହେଉଥିବା ସମୟରେ ଅାଜି ବାଲେଶ୍ବରର ପୌରାଞ୍ଚଳରେ ଅବହେଳିତ ଗାଁ ଗୋଧିବସାଠାରେ ଅାଚ୍ଛା ସଂଗଠନ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସରକାରଙ୍କ ନିୟମାବଳି ଅନୁଯାୟି କିପରି ଭାବରେ ସାଧାରଣ ଲୋକେ ଉପକୃତ ହେବେ ଅର୍ଥାତ କୋରନାକୁ କିପରି ଭାବରେ ମୁକାବିଲା ପୂର୍ବକ ନିଜ ହାତକୁ ବାରମ୍ବାର ସାବୁନ ପାଣି ,ହ୍ୟାଣ୍ତୱାସ ଓ ସାଇଟାଇଜର ମାଧ୍ୟମରେ ଧୋଇବା , କାଶିବା ଓ ଛିଙ୍କିବା ସମୟରେ ମୁଁହରେ କପଡା ବ୍ୟବହାର କରିବା ଓ ଯଦି ଥଣ୍ତା ହୋଇଥାଏ ତେବେ ମୁଁହରେ ମାସ୍କ ବ୍ୟବହାର କରିବା କାହାରି ସହ ହାତ ଓ କାନ୍ଧ ନମିଳେଇବା ଏଭଳି ଅନେକ ନିୟମାବଳୀକୁ ପୁଙ୍ଖାନୁପୁଙ୍ଖ ଅାଲୋଚନା କରିବା ସହ ଘରଘରବୁଲି ଗ୍ରାମବାସିଙ୍କୁ ସଚେତନ ପୂର୍ବକ ହାତଧୋଇବାର ପ୍ରଣାଳୀ ଜଣାଇ ଶିଖାଇ ଦିଅାଯାଇଥିଲା କରାଯାଇଥିଲା ଏବଂ ସଚେତନତା ପୋଷ୍ଟର ମାନ କାନ୍ଥରେ ମରାଯାଇ ଲୋକଙ୍କୁ ଏ ବାବଦରେ ଅବଗତ କରାଯାଇଥିଲା । ଅାଚ୍ଛା ସଂଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ,ସଂପାଦକ ରଣଜିତ୍ କୁମାର ପଷ୍ଟି ଙ୍କ ସମେତ ସଂଯୋଜକ ମୋନାଲିଶା ମହାନ୍ତି,ଅନିତା ଦାସ,ଅାଶାଦିଦି ସବିତା ନାୟକ,ସୁଭଦ୍ରା ପାତ୍ର,ଛବି ଦାସ,ସବିତାଦେହୁରି,ଶକୁନ୍ତଳା ପାତ୍ର ପ୍ରଭୃତି ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଥିଲେ ।

Leave a Reply