Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

କଟକ (୦୭/୦୬)- ସମଗ୍ର ଦେଶରେ କରୋନା ବିରୋଧରେ ଲଢେଇ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ କଟକଣା ଜାରି ହୋଇଛି । ତେବେ ଏହି ବିଶ୍ୱ ମହାମାରୀ କରୋନା ପାଇଁ ଗୋଟିଏ ପଟେ ଜନସାଧାରଣ ଜୀବନ ରକ୍ଷା ପାଇଁ ଲଢେଇ କରୁଛନ୍ତି ତ ଅନ୍ୟ ପଟେ ଜୀବିକା ପାଇଁ ଲଢେଇ କରୁଛନ୍ତି । ପ୍ରଥମ କରୋନା ଲହରିରେ କେନ୍ଦ୍ର ଓ ରାଜ୍ୟ ସରକାର କଡାକଡି ନିୟମ କରି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କରିବା ଯୋଗୁଁ ଗରିବ, ଦିନମଜୁରିଆ, ମଧ୍ୟବର୍ତ୍ତର୍ୀ ପରିବାର ମାନଙ୍କର ଆର୍ଥିକ ମାନଦଣ୍ଡ ଭାଙ୍ଗିପଡିଥିଲା । ପୁନଶ୍ଚ କରୋନାର ଦ୍ୱିତୀୟ ଲହରି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଗତ ୫ ତାରିଖ ଠାରୁ ରାଜ୍ୟ ସରକାର ଲଗାଇବା ପରେ ଗରିବ, ଦିନମଜୁରିଆ ଓ ଅସହାୟ ପରିବାରଙ୍କ ଆର୍ଥିକ ମାନଦଣ୍ଡ କହିଲେ ନ ସରେ ।

ତାହା ସାଙ୍ଗକୁ ମୁନାଫାଖୋର ବେପାରୀମାନେ ଅତ୍ୟାବଶ୍ୟକ ସାମଗ୍ରୀ ଦରବଢାଇ ଦେଇଥିବାରୁ ଗରିବ ଲୋକମାନଙ୍କ କଥା କହିଲେ ନ ସରେ । ସଟ୍‌ଡାଉନ୍ ସମୟରେ ଦିନ ମଜୁରିଆ, ଅସହାୟ, ଯେଉଁ ଲୋକ ଦିନେ କାମ ନକଲେ ତାଙ୍କ ଘର ଭୋକିଲା ରହିବା ପରିସ୍ଥତି ଥିବା ଲୋକଙ୍କୁ ଆଚ୍ଛା ସଙ୍ଗଠନ ପକ୍ଷରୁ ସହଯୋଗର ହାତ ବଢାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଆଚ୍ଛା ସଙ୍ଗଠନର ପ୍ରଦେଶ ଉପ-ସଭାନେତ୍ରୀ ସୋନାଲି ପ୍ରିୟଦର୍ଶିନୀ, କଟକ ଜିଲ୍ଲା ଉପ ସଭପତି ଲୋକନାଥ ବେହେରା ଓ ସତ୍ୟଜିତ ସେନାପତି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମାନସ ଦାସ, ଜିଲ୍ଲା ପ୍ରବକ୍ତା ରାଜେଶ ମହାନ୍ତି, ସଂଯୋଜିକା ସଙ୍ଗୀତା ସୁତାର, ସଂଯୋଜକ ସନ୍ତୋଷ ଦାସ, ରାକେଶ ମହାରଣା ପ୍ରଭୃତି ଆଜି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ବିଭିନ୍ନ ହସ୍ପିଟାଲରେ ଥିବା ରୋଗୀଙ୍କ ସମ୍ପର୍କୀୟ ତଥା ବିଭିନ୍ନ ବସ୍ତିରେ ବୁଲିବୁଲି ଅସହାୟଙ୍କୁ ସହଯୋଗର ହାତ ବଢାଇ ରନ୍ଧା ଖାଦ୍ୟ ବାଣ୍ଟିଛନ୍ତି ।

ଏହି କାର୍ଯ୍ୟକ୍ରମ ସଟ୍‌ଡାଉନ୍ ଆରମ୍ଭ ହେବା ଦିନ ଠାରୁ ଆରମ୍ଭ ହୋଇଛି ଏବଂ ସଟ୍‌ଡାଉନ୍ ଶେଷ ହେବା ଯାଏ ଅସହାୟ ଲୋକ ମୁହଁରେ ଖାଦ୍ୟ ଯୋଗାଇବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆଚ୍ଛା ସଙ୍ଗଠନ ପକ୍ଷରୁ ସୁଚନା ଦିଆଯାଇଛି । ଏହା ସହ ସାପ୍ତାହିକ ଦୁଇଦିନ ଧରି ଚାଲୁଥିବା ସଟ୍‌ଡାଉନ୍ ସମୟରେ କଟକ ସହରର ବିଭିନ୍ନ ସ୍ଥାନରେ ରାସ୍ତାରେ ବୁଲୁଥିବା କୁକୁର, ଗାଇ, ପଶୁପକ୍ଷି ମାନଙ୍କର ଖାଦ୍ୟ ଅଭାବ ମଧ୍ୟ ସଙ୍ଗଠନର ଦୃଷ୍ଟିଗୋଚର ହେବାରୁ ଆଜି ଆଚ୍ଛା ସଙ୍ଗଠନର କାର୍ଯ୍ୟକର୍ତ୍ତା ମାନେ ବୁଲା ପଶୁପକ୍ଷି ମାନଙ୍କୁ ଖାଦ୍ୟ ଖୁଆଇ ବେଶ ଅନନ୍ଦିତ ଅନୁଭବ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ସାଧାରଣରେ ଆଚ୍ଛା ସଙ୍ଗଠନର ଏହିଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave a Reply