Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବର୍ତ୍ତମାନ ବିଶ୍ୱ ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଚାଲିଛି ତାଲାବନ୍ଦ (Lockdown) । ଏପରି କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟର ବ୍ଲଡ଼ବ୍ୟାଙ୍କ ତରଫରୁ ଆଗ ଭଳି ଆଉ ପ୍ରତି ସ୍ଥାନରେ ବ୍ଲଡ଼ କଲେକ୍ସନ କ୍ୟାମ୍ପ ହେବାରେ ବିପଦ ଥିବାରୁ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳିଛି ; ମାତ୍ର ହସ୍ପିଟାଲରେ ରକ୍ତହୀନତା ରୋଗୀଙ୍କର ରକ୍ତର ଆବଶ୍ୟକତା କାମୁନାହିଁ । ବିଭିନ୍ନ ସଙ୍ଗଠନ ଏହି ମହାମାରୀ କରୋନା ସମୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରୁଥିବା ବେଳେ ସାମାଜିକ ସଂଗଠନ ଆଚ୍ଛା ସଙ୍ଗଠନ ପକ୍ଷରୁ ଏହି ରକ୍ତ ଅଭାବକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି ।

ସଙ୍ଗଠନ ପକ୍ଷରୁ କୁହାଯାଇଛି କି ପ୍ରତିଦିନ ରକ୍ତ ଭଣ୍ଡାର ନିକଟକୁ ଅଲଗା ଅଲଗା ସମୟରେ ୨୦ ରୁ ୩୦ ୟୁନିଟ ରକ୍ତ ସଂଗ୍ରହ କରାଇ ରକ୍ତର ଅଭାବକୁ ଦୁର କରାଇବେ ଏବଂ ସଙ୍ଗଠନ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଞ୍ଜିତ କୁମାର ପୃଷ୍ଟି ସମସ୍ତ ଜନସାଧାରଣ ମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି କି ରୋଗୀମାନଙ୍କ ଜୀବନ ରକ୍ଷା କାରିବା ପାଇଁ ରକ୍ତ ଭଣ୍ଡାରରେ ରକ୍ତ ସଂଗ୍ରହ କରାଇବାରେ ସହୋଜଗ କରାଇବା ସହ ଏହି ସଂକଟ ସମୟରେ ରକ୍ତ ଦାନ କରିବା ପାଇଁ । ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ଆଚ୍ଛା ସଙ୍ଗଠନ ପକ୍ଷରୁ ଏହାର ଆରମ୍ଭ କରାଯାଇଛି । ପ୍ରଥମେ ସଂଗଠନର ମେଡିକାଲ କୋଡ଼ିନେଟର ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ ନିଜର B (+) ଗ୍ରୁପର ବ୍ଲଡ଼ ଦାନ କରିବା ସହ ଆଚ୍ଛା ସଙ୍ଗଠନ ପକ୍ଷରୁ ରକ୍ତ ସଂଗ୍ରହ କରିବା ପାଇଁ ଦାଇତ୍ୱ ବହନ କରିଛନ୍ତି ।

Leave a Reply