କଟକ (୨୨/୦୫): ସଟ୍ଡାଉନ୍ ସମୟରେ ଦିନ ମଜୁରିଆ, ଅସହାୟ, ଯେଉଁ ଲୋକ ଦିନେ କାମ ନକଲେ ତାଙ୍କ ଘର ଭୋକିଲା ରହିବା ପରିସ୍ଥତି ଥିବା ଲୋକଙ୍କୁ ଆଚ୍ଛା ସଙ୍ଗଠନ ସଦାସର୍ବଦା ସହଯୋଗର ହାତ ବଢାଇଛି । ଆଚ୍ଛା ସଙ୍ଗଠନର କଟକ ଜିଲ୍ଲା ସଦସ୍ୟ ଓ ସଦସ୍ୟାଙ୍କ ସହଯୋଗରେ ଆଜି ରାତ୍ରି ସମୟରେ କଟକ ସହରର ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ବିଭିନ୍ନ ହସ୍ପିଟାଲରେ ଥିବା ରୋଗୀଙ୍କ ସମ୍ପର୍କୀୟ ତଥା ବିଭିନ୍ନ ବସ୍ତିରେ ବୁଲିବୁଲି ଅସହାୟଙ୍କୁ ସହଯୋଗର ହାତ ବଢାଇ ରନ୍ଧା ଖାଦ୍ୟ ବାଣ୍ଟିଛନ୍ତି । ଏଥିରେ ଆଚ୍ଛା ସଙ୍ଗଠନର ପ୍ରଦେଶ ଉପ-ସଭାନେତ୍ରୀ ସୋନାଲି ପ୍ରିୟଦର୍ଶିନୀ, କଟକ ଜିଲ୍ଳା ସଭାପତି ଅଲେଖ ମହାନ୍ତି, କଟକ ଜିଲ୍ଲା ଉପ-ସଭପତି ଲୋକନାଥ ବେହେରା ଓ ସତ୍ୟଜିତ ସେନାପତି, ଯୁଗ୍ମ ସମ୍ପାଦକ ରାଜେଶ କୁମାର ମହାନ୍ତି, ଜିଲ୍ଲା ପ୍ରବକ୍ତା ରାଜେଶ ମହାନ୍ତି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମାନସ ଦାସ, ସଂଯୋଜିକା ଝୁନୁ ବେହେରା, ସଙ୍ଗିତା ସୁତାର, ସଂଯୋଜକ ସୌମ୍ୟ ରଞ୍ଜନ ସାହୁ, ସୌମ୍ୟ ରଞ୍ଜନ ବେହେରା ପ୍ରଭୃତି ଉପସ୍ଥିତ ରହି ରନ୍ଧା ଖାଦ୍ୟ ବାଣ୍ଟିବା ସହ ବିଶ୍ୱ ମହାମାରୀ କରୋନା ସମୟରେ କିଭଳି ସଚେତନ ରହିବା, ମାକ୍ସ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା ସର୍ବମୋଟ କିପରି ପରିଷ୍କାର ପରିଚ୍ଛନ ରହି କରୋନାକୁ ଦୂର କରିବା ଏହି ବାବଦରେ ଲୋକ ମାନଙ୍କୁ ବୁଝାଇଥିଲେ ।
You May Also Like
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023

ଆଚ୍ଛା ସଂଗଠନ ତରଫରୁ ଜଳେଶ୍ବର ବଡ଼ନଗର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
mail@isolutionindia.inJanuary 9, 2023