Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

କେନ୍ଦୁଝର (୧୪/୦୬)- କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକର ବୀରଗୋବିନ୍ଦପୁର ଗ୍ରାମର ନିରୁପମା ଦାଶ ବୟସ- ୪୮ ବର୍ଷ ; ଆଜିକୁ ଦୁଇ ବର୍ଷ ହେବ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କର ଚିକିତ୍ସ୍ୟା ନିମନ୍ତେ ପରିବାର ପକ୍ଷରୁ ସମସ୍ତ ପ୍ରକାରର ଚେଷ୍ଟା କରାଯାଉଥିଲେ ହେଁ ବାଧକ ସାଜୁଛି ଆର୍ôଥକ ସ୍ଥିତି । ନିରୁପମାଙ୍କ ଚିକିତ୍ସ୍ୟା ପାଇଁ ହରାଇସାରିଲେଣି ନିଜର ସବୁକିଛି । ଚିକିତ୍ସ୍ୟା ତ ଦୂରର କଥା ଏବେ ତାଙ୍କର ପାଞ୍ଚ ପ୍ରାଣୀର କୁଟୁମ୍ବ ଦିନକୁ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ମଧ୍ୟ ସମ୍ବଳ ଯୋଗାଡ କରିପାରୁନାହାନ୍ତି; କାରଣ ତାଙ୍କର ଦୁଇ ପୁତ୍ର ଓଡିଶା ବାହାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ମାତ୍ର ବିଶ୍ୱ ମହାମାରୀ କରୋନା ପ୍ରଭାବରେ ନିଜର ଜୀବିକା ହରାଇ ଘରେ ବସିଛନ୍ତି ।

ଆଚ୍ଛା ସଙ୍ଗଠନର ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର ଆଜି ନିରୁପମାଙ୍କ ଘରେ ପହଞ୍ôଚ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବା ସହ ତାଙ୍କର ଚିକିତ୍ସ୍ୟା ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଏବଂ ନିରୁପମାଙ୍କ ପାରିପାର୍ଶିକ ଅବସ୍ଥା ବାବଦରେ ପ୍ରଶାସନକୁ ଚିଠି ଲେଖିବେ ବୋଲି କହିଛନ୍ତି । ସମସ୍ତ ସମାଜସେବୀ, ଅଗ୍ରଣୀ ସ୍ୱଚ୍ଛାସେବୀ ସଙ୍ଗଠନ, ଜିଲ୍ଲା ପ୍ରଶାସନ, ଅଞ୍ଚଳର ବିଧାୟକ ତଥା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଓଡିଶା ସରକାରଙ୍କ ଉଦ୍ଦେଶ୍ୟରେ ପରିବାର ପକ୍ଷରୁ ଆକୁଳ ନିବେଦନ କରାଯାଇଛି କି ତାଙ୍କୁ ସହଯୋଗର ହାତବଢାଇବା ପାଇଁ । ନିରୁପମାଙ୍କ ପୁତ୍ର ଅଜୟ କୁମାର ଦାସଙ୍କର ଫୋନ୍ ପେ, ଗୁଗୁଲ ପେ, ପେଟିଏମ୍ ନମ୍ବର ହେଉଛି ୮୨୬୦୩୬୯୦୮୮ ; ଏହି ନମ୍ବରରେ ସହାୟତା କରିବାକୁ ଆଗ୍ରହୀ ଥିବା ଦାତା ମାନେ ନିଜନିଜର ସହାୟତା ରାଶି ପ୍ରଦାନ କରିପାରିବେ ।

Leave a Reply