Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୦୩/୦୯/୨୦୨୧)- ଦରଦିବନ୍ଧୁ ଫାଉଣ୍ଡେସନ ଏବଂ ଆଚ୍ଛା ସଙ୍ଗଠନ ମିଳିତ ଭାବେ ସହଯୋଗର ହାତ ବଢାଇଲେ । ବାଲେଶ୍ୱର ଜିଲ୍ଲା, ଖଇରା ବ୍ଲକ, ସାରକୋଣା ପଞ୍ଚାୟତ ଝିଙ୍କିରିଅ ଗ୍ରାମର ଉପେନ୍ଦ୍ର ଦାସଙ୍କ ଝିଅ କବିତା ଦାସ, ବୟସ – ୧୩ । ଆଜକୁ ପ୍ରାୟ ୮ ବର୍ଷ ହେବ ତାଙ୍କର କିଡ଼ିନି ଜନିତ ସମସ୍ୟା ଯୋଗୁଁ ରୋଗଗ୍ରସ୍ତ ହୋଇ ବିଛଣାରେ ପଡ଼ି ରହିଛନ୍ତି । ତାଙ୍କ ପିତା ଉପେନ୍ଦ୍ର ଦାସ ଜଣେ ଗରିବ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ପରିବାର ପାଇଁ ଦୁଇ ଓଳି ଦୁଇ ମୁଠା ଖାଇବା ବନ୍ଦୋବସ୍ତ କରିବା କଷ୍ଟକର ହୋଇପଡି ଥିଲା, ତଥାପି ସେ ଜୀବନ ଯୁଦ୍ଧରେ ହରିନଯାଇ ନିଜ ପରିବାର ମୁହଁରେ ଖୁସି ଦେବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ବିଧିର ବିଧାନ ଥିଲା କିଛି ଓଲଟା, ଛଡେଇ ନେଲା ତାଙ୍କ ଛୋଟ ଝିଅ ମୁହଁରୁ ହସ ଆଉ ଭାଙ୍ଗିଦେଲା ତାଙ୍କ ହସ ଖୁସିର ସଂସାର ।

ଆଉ ଓଜାଡି ହୋଇପଡ଼ିଲା ଦୁଃଖର ପାହାଡ଼, ହଠାତ୍ ତାଙ୍କ ଝିଅର ଦେହ ଅସୁସ୍ଥ ହୋଇପଡ଼ିଲା । ବାପା ମନ ବୁଝିବ ବା କେମିତି ପାଖରେ ଅର୍ଥ ନଥିଲେ ମଧ୍ୟ ନିଜର ଯାହା କିଛି ଥିଲା ତାକୁ ବିକି ଭାଙ୍ଗି ନିଜ ଝିଅର ଉତ୍ତମ ଚିକିତ୍ସା ନିମିତ୍ତ ଚେଷ୍ଟା କରିଥିଲେ । କିନ୍ତୁ ଏବେ ସେ ସମ୍ପୂର୍ଣ ବେସାହାରା ହୋଇପଡ଼ିଛନ୍ତି, ନା ଅଛି ଆର୍ôଥକ ସମ୍ବଳ, ନା ଅଛି ଆଉ କିଛି ଭରସା, ନା ଅଛି ପାଖରେ ସକ୍ଷମ, ସେ କୋମଳ ହୃଦୟ କୁ ସୁସ୍ଥ କରିବା ପାଇଁ, ତେଣୁ ତାଙ୍କ ପରିବାର ଲୋକେ ଅତ୍ୟନ୍ତ ମର୍ମାହତ । ପରିବାରଙ୍କୁ ସାହାଭରଷା କେହିନାହାନ୍ତି । ଆଜକୁ ଆଠ ବର୍ଷ ହେଲାଣି ଝିଅପାଇଁ ସବୁ ମେଡିକାଲ୍ ଯାଇ ଯାଇ ନିରାଶ ହୋଇ ସାରିଲେଣି ପରିବାର ଲୋକେ । ବହୁ ଦୁଃଖକଷ୍ଟରେ ଚାଲିଛନ୍ତି ସତେ ଯେମିତି ସରକାର ଭୁଲିଯାଇଛନ୍ତି ସେମାନଙ୍କୁ । କାମ କରି ପରିବାର ଚଳନ୍ତି, ଜଙ୍ଗଲରୁ ଫଳ, କାଠ, ପତ୍ର ସଂଗ୍ରହ କରି ତାକୁ ବିକି ଯାହା ଦିପଇସା ହୁଏ ସେତିକିରେ ଚଳନ୍ତି ।

ଘର ଖଣ୍ଡିକ ବି ପୁରୁଣା । ଏହି ଖବର ପାଇ ଦରଦୀ ବନ୍ଧୁ ଫାଉଣ୍ଡେସନ ର ପ୍ରତିଷ୍ଠାତା ଗୀତି ରଞ୍ଜନ ବେହେରା ଏବଂ ଆଚ୍ଛା ସଙ୍ଗଠନର ରାଜ୍ୟ ସଂପାଦକ ଶ୍ରୀକାନ୍ତ ମିଶ୍ର, ମନୋଜ କୁମାର ମାଝୀ ଏବଂ ଦରଦୀ ବନ୍ଧୁ ଫାଉଣ୍ଡେସନ ର ସକ୍ରିୟ ସଦଶ୍ୟ ଭଗବାନ ଜେନା , ରିନରାଣୀ ଜେନା , ଖଇରା ଅଞ୍ଚଳର ବିଶିଷ୍ଟ ସମାଜସେବୀ ମୁକ୍ତିକାନ୍ତ ପାଣିଗ୍ରାହୀ ପ୍ରମୁଖ ପରିବାରଙ୍କ ନିକଟରେ ପହଞ୍ଚି ଥିଲେ । ସେମାନେ ତାଙ୍କ ପରିବାରର ସ୍ତିସ୍ଥି ଦେଖିବା ପରେ ତାଙ୍କ ସହିତ ଆଲୋଚନା ତାଙ୍କ ପରିବାର ପାଇଁ ରାସନ୍ ସାମଗ୍ରୀ, ବସ୍ତ୍ର ଆଦି ଦେଇ ସାହାର୍ଯ୍ୟ ର ହାତ ବଢାଇଛନ୍ତି ।

ଏପରି ଦୁଃଖଦ ପରିସ୍ଥିତିରେ ତାଙ୍କୁ କିଛି ଆର୍ôଥକ ସାହାଯ୍ୟ ଓ ସହଯୋଗର ପ୍ରତିଶୃତି ଦେବା ସହିତ ଏବଂ ଆଗମୀ ଦିନରେ ଉପେନ୍ଦ୍ର ଙ୍କ ପରିବରକୁ ସମ୍ପୁର୍ଣ୍ଣ ସାହାଯ୍ୟ ଓ ସହଯୋଗ କରିବେ ବୋଲି ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର ଓ ଦରଦୀ ବନ୍ଧୁ ଫାଉଣ୍ଡେସନର ପ୍ରତିଷ୍ଠାତା ଗୀତି ରଞ୍ଜନ ବେହେରା କହିଛନ୍ତି ।

Leave a Reply