Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୩୧/୦୮)- ବାଲେଶ୍ୱର ସଦର ବ୍ଲକ ଅଧିନସ୍ଥ କଷିପଦା ଗ୍ରାମର ସ୍ୱର୍ଗତ ଚାଲକାଣୀ ଗିରିଙ୍କ ଘରେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ନିଆଁ ଲାଗି ଯିବାରୁ ତାଙ୍କ ବିଧବା ପତ୍ନୀ (ବୟସ-୬୦) ଚିତ୍କାର କରିଥିଲେ । ଉକ୍ତ ସମୟରେ ଆଚ୍ଛା ସଙ୍ଗଠନର ସଦସ୍ୟ ଚନ୍ଦନ ଗିରି ଚିତ୍କାର ଶୁଣି ସେଠାରେ ପହଁଚି ନିଆଁକୁ ଆୟତ୍ତ କରିବା ସହ ଆଚ୍ଛା ସଙ୍ଗଠନର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଣୟ ମହାପାତ୍ରଙ୍କୁ ଫୋନ୍ କରି ଡକାଇଥିଲେ । ଫୋନ୍ ପାଇବାକ୍ଷଣି ପ୍ରଣୟ ମହାପାତ୍ରଙ୍କ ସମେତ ଆଚ୍ଛା ସଙ୍ଗଠନର ସଂଜୀବ ବେହେରା, ତପନ ବର୍‌, ରାଜେଶ କୁମାର ବେହେରା, ଅଶ୍ୱନୀ ପ୍ରଧାନ ସେଠାରେ ପହଞ୍ଚିଥିଲେ । ସେମାନେ ସେଠାରେ ପହଞ୍ଚି ସମସ୍ତେ ମିଶି ସ୍ୱର୍ଗତ ଚାଲକାଣୀ ଗିରିଙ୍କ ଘର ଭିତରୁ ସମସ୍ତ ଆସବାବପତ୍ରକୁ ନିଆଁ ଠାରୁ ଦୁରେଇବା ସହ ଡରି ଯାଇଥିବା ବିଧବା ମହିଳାଙ୍କୁ ସାହସ ଯୋଗାଇଥିଲେ । ସ୍ୱର୍ଗତ ଚାଲକାଣୀ ଗିରିଙ୍କ ପରିବାର ଅତ୍ୟନ୍ତ ଅସହାୟ ହୋଇଥିବାରୁ ଆଚ୍ଛା ସଙ୍ଗଠନ ପକ୍ଷରୁ ଉକ୍ତ ପରିବାରକୁ ନଷ୍ଟ ହୋଇଯାଇଥିବା ରେଗୁଲେଟର, ପାଇପ୍ ଆଦି ସନ୍ଧ୍ୟା ସମୟରେ ଯାଇ ପ୍ରଦାନ କରିଛନ୍ତି । ଏଥିରେ ଉକ୍ତ ବିଧବା ବୃଦ୍ଧା ମହିଳା ଜଣକ ଅତ୍ୟନ୍ତ ଖୁସି ପ୍ରକୋଠ କରିଛନ୍ତି ।

Leave a Reply