ବାଲେଶ୍ବର ମୁନିସିପାଲଟିର 1 ନମ୍ବର ୱାର୍ଡ ର ମମତା ବେହେରା ବୟସ 30 ଓ 2 ନମ୍ବର ୱାର୍ଡରେ କାଲା ମାଝୀ ବୟସ 46 ଦୂଷିତ ପାଣି ପାଇଁ ଦୁଇ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ 50ରୁ ଉର୍ଦ୍ଧ୍ବ ଲୋକ ରୋଗରେ ଆକ୍ରାନ୍ତ ଅଛନ୍ତି । ଏହି ବାବଦରେ ଆଚ୍ଛା ସଙ୍ଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ ଏବଂ ସମ୍ପାଦକ ରଞ୍ଜିତ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ସଂଗଠନର କର୍ମକର୍ତ୍ତା ମାନେ ବାଲେଶ୍ବର CDMO ଙ୍କୁ ଅବଗତ କରାଇବା ସହ ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଗଠନ କରି ବାଲେଶ୍ବର କୁ ସୁସ୍ଥ, ସବଳ ଓ ନିରାମୟ କରିବାକୁ ସଂଗଠନ ତରଫରୁ ଦାବି କରାଯାଇଛି । CDMO ଙ୍କ ଦ୍ଵାରା ଦକ୍ଷ ଡାକ୍ତରମାନଙ୍କୁ ନେଇ ତୁରନ୍ତ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଆସନ୍ତା କାଲି ଏକ ଟିମ ସେହି ଅଞ୍ଚଳରେ ପହଂଚି ସେଠାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ବାଲେଶ୍ବର CDMO ଏହି ସାମାଜିକ ସଙ୍ଗଠନକୁ ପ୍ରତିଶ୍ରୁତି ଦେବା ସହ ଏହି ସଂଗଠନ ଏହି ଘଟଣାଟିକୁ ତାଙ୍କ ନଜରକୁ ଆଣିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।
You May Also Like

ଆଚ୍ଛା ସଙ୍ଗଠନ ପକ୍ଷରୁ ରାସ୍ତାମଝିର ଶୋଇଥିବା କିଛ ଅସହାୟ ବାସହରାମାନଙ୍କୁ ଖାଦ୍ୟ ବଣ୍ଟନ

mail@isolutionindia.inMay 18, 2023
Activities

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

mail@isolutionindia.inJanuary 9, 2023
Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

mail@isolutionindia.inJanuary 9, 2023