Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

Activities

ଦୁଇ ଡାକ୍ତରଙ୍କ ସହାୟତାରେ ଆଚ୍ଛା ସଙ୍ଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ପରିବା ବଣ୍ଟନ ସହ ସଚେତନାତା କାର୍ଯ୍ୟକ୍ରମ ଅନୁଷ୍ଠିତ

By May 13, 2020January 9th, 2023No Comments

ବାଲେଶ୍ୱର (୧୩.୦୫.୨୦୨୦)- ଆଚ୍ଛା ସଙ୍ଗଠନ ପକ୍ଷରୁ କରାଯାଉଥିବା ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ସାମାଜିକ ଗଣମାଧ୍ୟମ ଓ ଖବରକାଗଜ ଦ୍ୱାରା ପ୍ରତିଦିନ ପ୍ରକାଶ ପାଇବା ପରେ ବିଭିନ୍ନ ସ୍ଥାନରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ସଙ୍ଗଠନର କାର୍ଯ୍ୟକଳାପକୁ ପ୍ରସଂଶା କରିବା ସହ ଆଚ୍ଛା ସଙ୍ଗଠନରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଯାହାର ପ୍ରତିଫଳନରେ ଆଜି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ମଳଙ୍ଗ ଅଞ୍ଚଳରେ ହାଇଟେକ୍ ମେଡିକାଲ କଲେଜର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଏବଂ ଅନୁଗୁଳର ସୁନାମଧନ୍ୟ ଡାକ୍ତର ଶକ୍ତି ପ୍ରସାଦ ସାହୁଙ୍କ ସହଯୋଗରେ ସ୍ଥାନୀୟ ଗରିବ ଜନସାଧାରଣଙ୍କୁ ଚାଉଳ, ଡାଲି, ଆଳୁ, ପିଆଜ, ରସୁଣ, ଅଦା,ଲୁଣ, ରିଫାଇନ ପ୍ୟାକେଟ, ସୟାବିନ, ପୋଟଳ, ବିଲାତି, ଭେଣ୍ଡି, କୁନ୍ଦୁରି, ବୋଇତାଳୁ, ଲଙ୍କା, କଲରା ପ୍ରବୃତି ବଣ୍ଟନ କରାଯିବା ସହ ପ୍ରତିଟି ଲୋକମାନଙ୍କୁ ଭୟବିତ ନ ହୋଇ ଘରେ ରହିବା ପାଇଁ ବୁଝାଇ ସରକାରଙ୍କ ନିର୍ଦ୍ଦେଶ ମାନିବା ସମ୍ବନ୍ଧରେ ବୁଝାଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ର ସମସ୍ତ ନିୟମାବଳୀ ସଂଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ ଓ ସଂପାଦକ ରଣଜିତ୍ କୁମାର ପୃଷ୍ଟି ବୁଝାଇଥିଲେ, ସଂଯୋଜକ ଅନ୍ତର୍ଯ୍ୟାମୀ ବେହେରା, ରାକେଶ କୁମାର ବେହେରା ପ୍ରଭୃତି ସାମାଜିକ ଦୂରତାର ଉପାଦେୟତା ବୁଝାଇଥିଲେ । ଆବାହାକ ଅଜୟ ନାୟକ, ଉପ‐ସଭାପତି ଅଜୟ କୁମାର ବିଶ୍ୱାଳ, ପ୍ରକାଶ କୁମାର ମହାନ୍ତି, କିଶୋର କୁମାର ନାୟକ, କାର୍ତିକ ମାଝୀ,କୋଷାଧ୍ୟକ୍ଷ ଦୀପକ କୁମାର ନାଥ ପ୍ରଭୃତି ଉପସ୍ଥିତ ଥିବା ସହ ଏହିପରି ସାଧାରଣ ଲୋକ ମାନଙ୍କର ଅସୁବିଧାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟା କରିଥିଲେ ।

Leave a Reply