Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୨୨/୦୮) – ଗତ ତା ୧୪ ଅପ୍ରେଲ ୨୦୨୦ ରିଖରେ ଥାଲାସେମିଆ ରୋଗରେ ଆକ୍ରାନ୍ତ ହୋଇ ୨୨ ବର୍ଷୀୟ ରାହୁଲ ଥାପା ଯିଏକି ଜଣେ ଭଲ ଛାତ୍ର ମଧ୍ୟ ଥିଲେ ତାଙ୍କ ପ୍ରାଣ ହରାଇଥିଲେ । ଗୋଟିଏ ବୋଲି ପୁଅକୁ ହରାଇ ପରିବାର ଶୋକାକୁଳ ଅବସ୍ଥାରେ ଥିଲେ । ଆଜି ପବିତ୍ର ରକ୍ଷା ବନ୍ଧନରେ ତାଙ୍କର ଭଉଣୀ ଦେବାଶ୍ରିତା ଥାପା ଜନ୍ମ ତା ୨୮ ଅଗଷ୍ଟ ୨୦୦୪ ରିଖ ସେ ମଧ୍ୟ ଜଣେ ଥାଲାସେମିଆ ଆକ୍ରାନ୍ତ । ଥାଲାସେମିଆ ରୋଗର ଉତ୍ତମ ଚିକିତ୍ସା ପାଇଁ ସଦାସର୍ବଦା ଆନ୍ଦୋଳନ କରୁଥିବା ଆଚ୍ଛା ସଙ୍ଗଠନ ଆଜି ଦେବାଶ୍ରିତା ଥାପାଙ୍କ ନିକଟରେ ପହଞ୍ଚି ତାଙ୍କୁ ଭଉଣୀ ଭାବେ ଗ୍ରହଣ କରିଛି । ଉକ୍ତ କାର୍ଯ୍ୟକ୍ରମରେ ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ପ୍ରଦେଶ ସ୍ୱାସ୍ଥ୍ୟ ସଂଯୋଜିକ ଉଦୟ ଭାନୁ ନାୟକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଣୟ ମହାପାତ୍ର, ବିଭମୟୀ ମହାପାତ୍ର, ଶିବଶଙ୍କର ପଟ୍ଟନାୟକ, ଅଜୟ ବେହେରା, ଅଶ୍ୱନୀ ବେହେରା, ବିଦ୍ୟାଧର ନାୟକ ପ୍ରବୃତ୍ତି ଉପସ୍ଥିତ ରହି ପ୍ରତିଶୃତି ପ୍ରଦାନ କରିଛନ୍ତି । ଆର୍ଯ୍ୟ ସଂସ୍କୃତିର ଭାଇ ଭଉଣୀ ସମ୍ପର୍କ ଏକ ପବିତ୍ର ସମ୍ପର୍କ ଅଟେ । ଯେଉଁ ସମ୍ପର୍କ ହିଁ ଭଉଣୀ କୁ ସାରା ଜୀବନ ଅଧିକ ବିଶ୍ୱାସର ବନ୍ଧନରେ ବାନ୍ଧିଦିଏ ଏବଂ ତାର ସମସ୍ତ ପ୍ରକାରର ସୁରକ୍ଷାର ବନ୍ଧବସ୍ତ କରିଥାଏ ।

ସେହିଭଳି ଆଚ୍ଛା ସଙ୍ଗଠନ ଦେବାଶ୍ରିତା ଥାପାଙ୍କ ଭଳି ଜଣେ ଭଉଣୀକୁ ପାଇ ଆଚ୍ଛା ସଙ୍ଗଠନ ଆଜି ଅତ୍ୟନ୍ତ ଖୁସିରେ ଆନନ୍ଦମୟ ହୋଇଉଠିଛି । ପ୍ରତିଶ୍ରୁତି ର ସୂତ୍ରରେ ବନ୍ଧା ହୋଇ ପୁଣି ଥରେ ଆଜି ଆଚ୍ଛା ସଙ୍ଗଠନ କଥା ଦେଇଛି ଯେ ସାରା ଜୀବନ ଆଚ୍ଛା ସଙ୍ଗଠନର ଦେବାଶ୍ରିତା ଜଣେ ଭଉଣୀ ଭଳି ଉପଯୁକ୍ତ ସମ୍ମାନ ପାଇବେ ଏବଂ ଦେବାଶ୍ରିତାଙ୍କ ସୁରକ୍ଷା ଏ ଅନୁଷ୍ଠାନର ଦାୟିତ୍ୱ ରହିବ । ପବିତ୍ର ରକ୍ଷ୍ୟା ବନ୍ଧନରେ ଆଚ୍ଛା ସଙ୍ଗଠନ ଦେବାଶ୍ରିତାଙ୍କୁ ଭଉଣୀର ସ୍ୱୀକୃତି ପ୍ରଦାନ କଲା । ଦେବାଶ୍ରିତାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ,ବିଭୂମୟ, ନିରାମୟ ଏବଂ ପ୍ରେମମୟ ହେଉ ଆଚ୍ଛା ସଙ୍ଗଠନ କାମନା କରିଛି ।

Leave a Reply