ଫଳକରେ ଅଛି ବୋଇତା ହନୁମାନ ମନ୍ଦିର ଠାରୁ ବିଦୁ ସିଂହ ଛକ ପର୍ଯ୍ୟନ୍ତ ଗାର୍ଡୱାଲ ଓ ରାସ୍ତା ମରାମତି କାର୍ଯ୍ୟ ; ଯାହାର ଅଟକଳ ମୂଲ୍ୟ ସମୁଦାୟ ସାଢ଼େ ସାତ ଲକ୍ଷ ଟଙ୍କା । ଆମେ କହୁଛୁ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ମହରାଜପୁର ଗ୍ରାମ ପଞ୍ଚାୟତ କଥା । ଏହି ପ୍ରକଳ୍ପର ସମୁଦାୟ ଦୂରତା ୨୦୦ ମିଟର । ଗ୍ରାମବାସୀ ମାନଙ୍କର ଅଭିଯୋଗ କି ଏକ ଲକ୍ଷ ଟଙ୍କାର ନୂତନ ରାସ୍ତା ନିର୍ମାଣ ହେଲେ ମୋଟ କାର୍ଯ୍ୟ ହୁଏ ୯୦୦ ଘନ ଫୁଟ ଅର୍ଥାତ ଯଦି ଏକ ଫୁଟ ଉଚ୍ଚତାରେ କାର୍ଯ୍ୟ ହେବ ଆଉ ୧୦ ଫୁଟ ଉଷାର ରହିବ ତାହାଲେ ଲମ୍ଵ ହେବ ୯୦ ଫୁଟ ଯାହାକି ପ୍ରାୟତଃ ୨୭.୨୭ ମିଟରର ରାସ୍ତା । ସେହି ଅନୁସାରେ ସାଢ଼େ ସାତ ଲକ୍ଷ ଟଙ୍କାରେ ୧୦ ଫୁଟ ଉଷାରର ନୂତନ ରାସ୍ତା ହୋଇପାରିବ ୨୦୫ ମିଟର । ମାତ୍ର ଫଳକ ଅନୁସାରେ ପୂର୍ବରୁ ସେଠାରେ ରାସ୍ତା ଥିଲା ଏବେ ଖାଲି ମରାମତି କରାଯାଇଛି ଏବଂ ଗାର୍ଡୱାଲ କରାଯାଇଛି । ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ କହିଛନ୍ତି କି ଏହି କାର୍ଯ୍ୟରେ କଉଠି ବି ୱାଲକୁ ଗାର୍ଡ ଦେବା ପାଇଁ କିଛି ବି କରାଯାଇ ନାହିଁ ଏବଂ ପୁରୁଣା କାର୍ଯ୍ୟ ଉପରେ ଖାଲି ଅଳ୍ପ ମରାମତି କରି ସମ୍ପୁର୍ଣ୍ଣ ଭାବରେ ନୂତନ କାର୍ଯ୍ୟର ବିଲ କରାଯାଇଛି । ଆହୁରି ମଧ୍ୟ କହିଛନ୍ତି କି ଏକ ଲକ୍ଷ ଟଙ୍କାରୁ କମ ଖର୍ଚ୍ଚ କରି ବଳକା ଟଙ୍କାକୁ ଆତ୍ମସାତ କରାଯାଇଛି । ଏଣୁ ସେ ଏହି ବାବଦରେ ଆଗାମୀ ଦିନରେ ଭିଜିଲାନ୍ସ ର ଆଶ୍ରୟ ନେବେ । ବର୍ତ୍ତମାନର ସରପଞ୍ଚ ଶରତ ଚନ୍ଦ୍ର ପାଣି ମଧ୍ୟ ସମାନ କଥା କହିଛନ୍ତି କି ଏହି ଦୁର୍ନୀତିରେ ପୂର୍ବତନ ସରପଞ୍ଚ ଏବଂ ବିଭାଗୀୟ ସମସ୍ତ କତ୍ତୃପକ୍ଷ ଭାଗିଦାରୀ ରହିଛନ୍ତି ବୋଲି ।