(ବାଲେଶ୍ୱର) ୨୨.୦୭.୨୦୧୯ – ବାଲେଶ୍ୱର ପୌରାଞ୍ଚଳରେ ବଡ଼ଖୁଆ ଗ୍ରାମର ବଡ଼ଖୁଆ ପୋଖରୀରେ ସର୍ବ ବୃହତ୍ତମ ପୋଖରୀ ରୂପେ ପରିଗଣିତ ହେଉଥିବା ସମୟରେ ଆଜି ଉକ୍ତ ପୋଖରୀରେ ଦଳ ପୂର୍ଣ୍ଣ ହେବା ସହ ଏହା ଉପରେ ନିର୍ଭର କରି ରହୁଥିବା ୧୫୦ ପରିବାର ଏବେ ଏହି ଦୂଷିତ ଜଳକୁ ବ୍ୟବହାର କରିବା ସଙ୍ଗେସଙ୍ଗେ ଆନେକ ରୋଗରେ ସ୍ୱୀକାର ହେଉଛନ୍ତି । ଏତଦ୍ବ୍ୟବତିତ୍ ଏଠାରେ ଡ଼୍ରେନେଜ୍ ସିଷ୍ଟମ ମଧ୍ୟ ନାହିଁ ଯାହା ଦ୍ୱାରା ଗ୍ରାମବାସୀ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ଜଳ ସବୁ ପୋଖରୀ ମଧ୍ୟକୁ ଯାଉଛି । ଏଠାରେ ଅନେକ ଆବର୍ଜନା କୁଣ୍ଡ ବା ଖାତ ଡ଼ବା ଅଛି କିନ୍ତୁ ଏହା ଠିକ୍ ସମୟରେ ଏଥିରୁ ମଇଳା ଓ ଅଳିଆ କଢ଼ାଯାଇନାହିଁ । ଯାହାଦ୍ୱାରା ଏଠାରେ ମଶା ମାନଙ୍କର ଅବିର୍ଭାବ ବଢ଼ିବାରେ ଲାଗିଛି । ପାନ୍ୟ ଜଳର ସମସ୍ୟା ମଧ୍ୟ ଦିନକୁ ଦିନ ଜଟିଲ ହେବାରେ ଲାଗିଛି । ପାଣି ଠୁପେ ପାଇଁ ହନ୍ତସନ୍ତ ହେଉଛନ୍ତି ଏଠାକାର ଜନସାଧାରଣ ଆପଣଙ୍କୁ ଅନୁରୋଧ ଆପଣ ତୁରନ୍ତ ଉକ୍ତ ବଡ଼ଖୁଆ ପୋଖରୀଟିକୁ ପରିଷ୍କାର କରାଇବା ସଙ୍ଗେସଙ୍ଗେ ନାଳର ବ୍ୟବସ୍ଥା କରାଇ ଦୈନନ୍ଦିନ ବ୍ୟବହାର ହେଉଥିବା ମଇଳା ପାଣିକୁ ନିଷ୍କାସନ କରିବା ସଙ୍ଗେସଙ୍ଗେ ଏଠି ଅଳିଆ ଡ଼ମାକୁ ପରିଷ୍କାର କରାଇବା ଏବଂ ଯଥାଶୀଘ୍ର ପାନୀୟ ଜଳ ପାଇଁ ଡ଼ବା ବସିବାକୁ ସଂଗଠନ ତରଫରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଏତଦ୍ବ୍ୟତିତ ବାଲେଶ୍ୱର ଟାଉନର ନିଷ୍କାଶିତ ଜଳ ମହା ନାଳକୁ ଯିବା ସମୟରେ ନାଳରେ ପ୍ରୋଟେକ୍ସନ୍ ୱାଲ ନଥିବାରୁ ଏହା ପାଇଁ ସାଧାରଣ ଜୀବନରରେ ଲୋକମାନେ ଦୂଷିତ ଜଳ ପାଇଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଣୁ ଏହା ପାଇଁ ଏକ ପ୍ରୋଟେକ୍ସନ୍ ୱାଲ ବ୍ୟବସ୍ଥା କଲେ ସାଧାରଣ ଜୀବନରେ ଲୋକମାନେ ଉପକୃତ ହୋଇପାରିବେ । ଆଗକୁ ବର୍ଷା ଦିନ ଆସୁଥିବାରୁ ସାଧାରଣ ଲୋକଙ୍କ ଘରର ପାଣି କିପରି ଠିକ୍ ଭାବେ ନାଳ ପର୍ଯ୍ୟନ୍ତ ଏବଂ ସଂପୂର୍ଣ୍ଣ ନାଳକୁ ସଫା କରାଇବା ପାଇଁ ଆଦେଶ ନାମା ପ୍ରଦାନ କରାଗଲେ ସାଧାରଣ ଜୀବନରେ ଲୋକମାନେ ଉପକୃତ ହେବେ ବୋଲି ସଂଗଠନ ତରଫରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଛି ।