Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

କେନ୍ଦୁଝର ( ୦୯/୦୯/୨୦୨୧ ): ଆଚ୍ଛା ସଙ୍ଗଠନର ମୂଳ ଲକ୍ଷ୍ୟ ହେଉଛି ଅସହାୟ ଲୋକଙ୍କୁ ସଚେତନ କରାଇବା ସହ ସେମାନଙ୍କ ମୌଳିକ ଅଧିକାରକୁ ପ୍ରଶାସନ ସହିତ ଆଲୋଚନା କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା । ସରକାର ପ୍ରତିଟି ଅସହାୟ ଲୋକଙ୍କ ହିତ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି ମାତ୍ର ଆଜିବି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହଦଗଡ଼ ପଞ୍ଚାୟତର ଦଲକି, ପିତନାଉ, ଯୁନପଶି, ରତ୍ନମରା, ସୁଜୁନାପାଳ ଭଳି ଗ୍ରାମର ପାଖା ପାଖି ୭୦୦ରୁ ଉର୍ଦ୍ଧ୍ୱ ପରିବାର ୩୦୦୦ ରୁ ଉର୍ଦ୍ଧ୍ୱ ଲୋକେ ବିସ୍ଥାପିତ ହୋଇ ରହୁଛନ୍ତି, ତେଣୁ ସେମାନଙ୍କର ମୌଳିକ ଅଧିକାରକୁ ଫେରାଇ ଆଣିବା ପାଇଁ ଆଚ୍ଛା ସଙ୍ଗଠନ ପକ୍ଷରୁ ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସଙ୍କ ନେତୃତ୍ୱରେ ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ସମରେନ୍ଦ୍ର ମିଶ୍ର, ସକଳ ଜେନା ଓ ପ୍ରଶାନ୍ତ ଖଣ୍ଡାଙ୍କ ଦ୍ୱାରା ହାଟଡିହି ବ୍ଲକ୍‌ର ବିଡ଼ିଓ ସୁଶ୍ରୀ ବିନିତା ବିଜୟୀନିଙ୍କୁ ୬ ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିବା ସହିତ ବନବାସୀ ମାନଙ୍କର ମୌଳିକ ଅଧିକାର ନିମନ୍ତେ ସରକାରୀ ସୁବିଧା ଯଥା – ଗ୍ରାମକୁ ରାସ୍ତା ସଂଯୋଗି କରଣ, ବିଦୁତ୍ ସଂଯୋଗ ର ବ୍ୟବସ୍ଥା, ସେମାନଙ୍କୁ ଜମି ପ୍ରମାଣପତ୍ର ର ବ୍ୟବସ୍ଥା, ଶିକ୍ଷା ର ବ୍ୟବସ୍ଥା, ସ୍ୱାସ୍ଥ୍ୟ ର ବ୍ୟବସ୍ଥା, ପିଇବା ଜଳର ବ୍ୟବସ୍ଥା ।

ଆଗାମୀ ୧୫ ଦିନ ମଧ୍ୟରେ ଏହାର ତଦନ୍ତ କରି ଉକ୍ତ ଲୋକ ମାନଙ୍କୁ ତାଙ୍କର ମୌଳିକ ଅଧିକାର ଫେରାଇଲେ ଆଚ୍ଛା ସଙ୍ଗଠନ ସରକାର ତଥା ପ୍ରଶାସନ ନିକଟରେ ଚିରୋଉପକୃତଜ୍ଞ ରହିବ ବୋଲି ଦର୍ଶାଇଛି ନଚେତ୍ ଆଚ୍ଛା ସଙ୍ଗଠନ ବିପ୍ଲାମାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ ଓ ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ମିଶ୍ର ପ୍ରକାଶ କରିଛନ୍ତି ।

Leave a Reply