Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୦୫/୦୬/୨୦୨୧)- ପ୍ରକୃତିର ଅବଦାନକୁ ଯେତେ ପ୍ରଶଂସା କଲେ କମ୍ ହେବ । ପ୍ରକୃତିର ୧୦ ଲକ୍ଷରୁ ଅଧିକ ପ୍ରଜାତି ଏବେ ବିଲୁପ୍ତ ହେବାକୁ ବସିଥିବା ବେଳେ ଆଜି ବିଶ୍ୱ ପରିବେଶ ଦିବସରେ ସାମାଜିକ ଅନୁଷ୍ଠାନ ଆଚ୍ଛା ସଙ୍ଗଠନ ଆଜି ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ସହ ସବୁ ଯୁବପିଢିଙ୍କୁ ପରିବେଶର ସୁରକ୍ଷା ଦାଏତ୍ୱ ଗ୍ରହଣ କରିବା ପାଇଁ ନିବେଦନ କରିଛି । ଏଥିସହ ଦେଶରେ ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଏବେ ହସପିଟାଲଗୁଡିକରେ ଅକ୍ସିଜେନ୍ (ଅମ୍ଲଜାନ) ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଅମ୍ଲଜାନ ଅଭାବ ଜନିତ ମୃତ୍ୟୁ କରୋନା କାଳରେ ଆଉ ଏକ ମାନବିକ ସଂକଟ ରୁପେ ଉଭା ହୋଇଛି । ତେବେ ସାଂପ୍ରତିକ କରୋନା ସଂକ୍ରମଣ କାଳରେ ହସ୍‌ପିଟଖ୍ଲଗୁଡିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅକ୍ସିଜେନର ଚାହିଦା ବଢିଛି । ଯାହାକି ସରକାର ଯୋଗାଇବାରେ ବିଫଳ ହୋଇଛନ୍ତି । ଏହା ସତ୍ୟ ଯେ, ବୃକ୍ଷ ହିଁ ପ୍ରାଣୀ ଜଗତକୁ ଅମ୍ଲଜାନ ଯୋଗାଇଥାଏ । ଯାହା ପ୍ରକୃତିଦତ । ମାତ୍ର ପ୍ରକୃତି ଉପରେ ମଣିଷର ଅନବରତ ଅତ୍ୟାଚାର ଏବଂ ଆଖିବୁଜା ଜଙ୍ଗଲ ଧ୍ୱଂସ ଯୋଗୁଁ ଗୋଟିଏ ପଟେ ଅମ୍ଲଜାନ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ପ୍ରଦୁଷଣର ହାର ବଢିଚାଲିଛି । ତେବେ ଏଭଳି ପରିସ୍ଥିତିରୁ ମଣିଷ ସମାଜକୁ ବ୍ୟାପକ ବୃକ୍ଷ ରୋପଣ ହିଁ ଉଦ୍ଧାର କରିପାରିବ । ଯାହାକି ଭବିଷ୍ୟତରେ ଅମ୍ଲଜାନ ଅଭାବ ପୁରଣ କରିପାରିବ । ଆସନ୍ତୁ ଗଛ ଲଗାଇବା ଜୀବନ ରକ୍ଷା କରିବା ; ଏହି ନାରା ଦେଇ ଆଚ୍ଛା ସଙ୍ଗଠନ ଆଜି ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଛି । ପରିବେସ ସୁରକ୍ଷାରେ ବୃକ୍ଷ ରୋପଣ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଆଚ୍ଛା ସଙ୍ଗଠନ ଆଜି ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ କରିବା ସହ ସେହି ବୃକ୍ଷର ରକ୍ଷଣାବେକ୍ଷଣ ବାବଦରେ ମଧ୍ୟ ଚିନ୍ତା କରି ନିଜ ସଙ୍ଗଠନର ସଦଶ୍ୟ ମାନଙ୍କ ଆବଦ୍ଧ ଥିବା ବାଡିରେ ଲିମ୍ବ, ବର, ଅସ୍ତ, କରଞ୍ଜ, ଅର୍ଜୁନ, ତୁଲସି, ତେନ୍ତୁଳି, ଜାମ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ରାଜ୍ୟ ସ୍ୱାସ୍ଥ୍ୟ ସଂଯୋଜକ ଉଦୟଭାନୁ ନାୟକ, କୋଷାଧକ୍ଷ ରାକେଶ କୁମାର ଶିଅଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗା ମାଧବ ଶତପଥି,ଅନ୍ତର୍ଯ୍ୟାମି ବେହେରା,ରୁତୁରାଜ ମଲ୍ଲିକ, ସମ୍ବିତ ପୃଷ୍ଟି, ମଧୁସ୍ମିତା ପରିଡା, କାଳି ଚରଣ ବିର୍‌, ସୁଦର୍ଶନ ଜେନା, ମଳୟ ବେହେରା, ଭରତ ପରମାଣିକ, ଅବନି ଜେନା, ଗାୟତ୍ରୀ ରାଉତ, ସୁଶମା ବେହେରା, କମଳାକାନ୍ତ ସିଂ, ନିର୍ମଳା ସିଂ, ଶୁଭମୟ ଜେନା, ଅନୁସ୍ମିତା ଜେନା, ବିକାଶ ଜେନା ପ୍ରଭୃତି ଆବଦ୍ଧ ଏବଂ ପଡିଆ ପଡିଥିବା ବାଡିରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ଅନ୍ୟପଟେ ଆଚ୍ଛା ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ କ୍ରମେ ବିଭିନ୍ନ ଗ୍ରାମଞ୍ଚଳେ ବହୁ ପରିଷ୍ଠ ବ୍ୟକ୍ତି ମାନଙ୍କ ସହଯୋଗରେ ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ କରାଯାଇଛି ଯାହାକୁ କି ସାଧାରଣରେ ପ୍ରଶଂସା କରାଯାଇଛି ।

Leave a Reply