Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

୨୦୧୯ ମସିହାରେ ଆଚ୍ଛା ସଙ୍ଗଠନ ପକ୍ଷରୁ ଏକ ଟିମ୍ ଯାଇ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଚିକିତ୍ସ୍ୟାଳୟର ଶିଶୁ ଭବନରେ ବୁଲି ଦେଖିବାକୁ ପାଇଥିଲା ଯେ, ଗୋଟିଏ ସେଲାଇନ୍ ବୋତଲରୁ ସମାନ ସିରିଞ୍ଚରେ ସମସ୍ତ ଶିଶୁଙ୍କୁ ତାଙ୍କ ନିଜ ନିଜ ସିରିଞ୍ଚରୁ ପାଣି ଦେଉଛନ୍ତି; ଯାହା ଦ୍ୱାରାକି ଥାଲସେମିଆ ଶିଶୁଙ୍କର ଏଚ୍‌.ଆଇ.ଭି. ପ୍ରସାରିତ ହେଉଅଛି । ଏହି ଘଟଣାଟି ଆଚ୍ଛା ସଙ୍ଗଠନର ଟିମ୍ କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କୁ ଜଣାଇବାରୁ ଶିଶୁଙ୍କୁ ରକ୍ତ ଦେଉଥିବା ବ୍ୟକ୍ତି ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ଶିଶୁ ମାନଙ୍କୁ ଛାଡି ଅନୁପସ୍ଥିତ ଥିଲେ ।

ରୋଗିମାନଙ୍କ ଅବିଭାବକ ମାନଙ୍କ ଅସନ୍ତୋସକୁ ଦେଖି ଆଚ୍ଛା ସଙ୍ଗଠନର କାର୍ଯ୍ୟକର୍ତ୍ତା କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କୁ ଅବଗତ କରାଇବାରୁ ଉଭୟେ ସଙ୍ଗଠନର କାର୍ଯ୍ୟକର୍ତ୍ତାମାନଙ୍କ ପ୍ରତି ଅଶାଳିନ ବ୍ୟବହାର ପ୍ରଦର୍ଶନ କାରିଥିଲେ । ଏହା ବାବଦରେ ସଙ୍ଗଠନର ପକ୍ଷରୁ ତତ୍‌କାଳିନ ହସପିଟାଲ ସୁପରିଟେଣ୍ଡେଣ୍ଟ ସୁଧିର କୁମାର ଘୋଷଙ୍କୁ ଲିଖିତ ଅଭିଯୋଗ ଦିଆଯାଇଛି । ଯାହାର ଚିଠି ନମ୍ବର ୧୬୭୫ / ୧୮.୧୧.୨୦୧୯ । ଅପରପକ୍ଷେ ଆଚ୍ଛା ସଙ୍ଗଠନର ପକ୍ଷରୁ ଗତ ତା-୦୨-୧୨-୨୦୧୯ ରିଖରେ ଆମରଣ ଅନଶନ କରି ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଏପରି ନହେବାର ପ୍ରତିଶୃତି ପାଇବା ପରେ ଅନଶନ ଭଙ୍ଗ କରାଯାଇଥିଲା । ଏବେ ପୁଣି ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର କତୃପକ୍ଷଙ୍କ ଅବହେଳା ପାଇଁ ୧୩ ବର୍ଷିୟ ଥାଲାସେମିଆ ପିଲାକୁ ମେଡିକାଲ ପକ୍ଷରୁ ବନାଇଦିଆଯାଇଛି ଏଚ୍‌.ଆଇ.ଭି. ରୋଗୀ । ଏହି ବାବଦରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାରମ୍ବାର ପ୍ରମାଣ ସହ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ସୁପରିଟେଣ୍ଡଙ୍କୁ ଜଣାଇଲା ପରେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ମେଡ଼ିକାଲ ପକ୍ଷରୁ ହେଉଥିବା ଭୁଲ ବାବଦରେ ମେଡ଼ିକାଲ ସୁପରିଟେଣ୍ଡ ସୁଜାତା ମିଶ୍ରଙ୍କୁ ଏହି ବାବଦରେ ଫୋନରେ ଏବଂ ସିଧାସଳଖ ଦେଖା କରି ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ ଅବଗତ କରାଇବା ପରେ ମଧ୍ୟ ମେଡିକାଲ ପକ୍ଷରୁ କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି ଉତ୍ତର ମିଳୁଛି । ଯେହେତୁ ଏଚ. ଆଇ. ଭି .ର ତଥ୍ୟକୁ ଗୋପନୀୟ ରଖାଯିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଅଛି ତେଣୁ ଆଚ୍ଛା ସଙ୍ଗଠନ ପକ୍ଷରୁ ମେଡିକାଲ କତ୍ତୃପକ୍ଷଙ୍କୁ ସହଯୋଗ କରି ଏହାର ସମାଧାନ କରାଇ ପିଲାମାନଙ୍କ ଭବିଷ୍ୟତ ବଞ୍ଚାଇବା ପାଇଁ ଉଦ୍ୟମ କରାଯାଇଥିଲା ।

ଗତ ୨୦୧୯ ମସିହାରେ ଏହି ବାବଦରେ ଆଚ୍ଛା ସଙ୍ଗଠନ ଆମରଣ ଅନଶନରେ ବସିବା ପରେ ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିଥିଲା କି ଏହାର ପୁନରାବୃତ୍ତି ହେବନାହିଁ ବୋଲି । ସେତେବେଳେ ବି ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତି ଥିଲେ ଆଜିବି ସେ ଅଛନ୍ତି । ଜିଲ୍ଲାପାଳ କିମ୍ବା ମେଡ଼ିକାଲ ସୁପରିଟେଣ୍ଡଙ୍କୁ ଫୋନ କଲେ ସେମାନଙ୍କର ରେସ୍ପୋଣ୍ଡ ନାହିଁ । ଗରିବ ଲୋକମାନଙ୍କ ଟିକସ ପଇସାରେ ଦରମା ନେଉଛନ୍ତି ମାତ୍ର ଗରିବଙ୍କୁ ସୁରକ୍ଷା ଦେବା ବଦଳରେ ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ । ଆଚ୍ଛା ସଙ୍ଗଠନ ପକ୍ଷରୁ ସାଧାରଣ ଅସହାୟ ରୋଗୀମାନଙ୍କ ହିତ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଦୟାପୂର୍ବକ ଏଥିପ୍ରତି ଧ୍ୟାନ ଦେଇ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ ମାଗଣାରେ ଔଷଧ ବଦଳରେ ମିଳୁଥିବା ମାଗଣା ଏଚ. ଆଇ. ଭି . ବାବାଦରେ ଉଚ୍ଚସ୍ତରୀୟ ତଦନ୍ତ କରାଇବା ସହ ଏ ଭଳି ଦାଇତ୍ୱହୀନ ମେଡ଼ିକାଲ ସୁପରିଟେଣ୍ଡ ଏବଂ ବାଲେଶ୍ୱର ଜିଲ୍ଲାପାଳଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅନୁରୋଧ କରାଯାଇଅଛି ନଚେତ ଆଗାମୀ ୧୫ ଦିନ ମଧ୍ୟରେ ସଙ୍ଗଠନ ପକ୍ଷରୁ ଏହି ବାବଦରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଅଛି ।

ଏହି ବାବଦରେ ଲିଖିତ ଦାବୀପତ୍ର ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ, କମିଶନର, କ୍ୟାବିନେଟ ମନ୍ତ୍ରୀ, ୫-ଟି ଶଚିବ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ସତ୍ୟଜିତ ସେନାପତି, ମାନସ ଦାସ, ସଳିଲ୍ ରଞ୍ଜନ ଦାସ, ଇତିଶ୍ରୀ ସ୍ୱାଇଁ, ବନ୍ଦିତା ପାତ୍ର, ଶ୍ୱାତୀ ପ୍ରିୟା ନାହାକ ପ୍ରଭୃତି ଉପସ୍ଥିତ ଥିଲେ ।

Leave a Reply