Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୨୪.୦୨.୨୦୨୦) – ଗତ ତା୧୭.୦୨.୨୦୨୦ରିଖରେ ମହିଳାଙ୍କୁ ବିକଳ୍ପ ଆତ୍ମନିଯୁକ୍ତି ପ୍ରସଂଗରେ ଅଣତାରକା-୯୨. ଶ୍ରୀ ରମେଶ ଚନ୍ଦ୍ର ସାଏଙ୍କ ପ୍ରଶ୍ନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କୁ ପ୍ରଶ୍ନ କରିଥିଲେ କି ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଓ ସରକାରୀ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟର କେଉଁ ଜିଲ୍ଲାର କେଉଁ ଅଂଚଳରେ କେତେ ମହିଳା ଯୌନ କର୍ମୀ ଭାବେ ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି, ପ୍ରକାଶ କରି ସେମାନଙ୍କୁ ବିକଳ୍ପ ଆତ୍ମନିଯୁକ୍ତି ଯୋଗାଇ ଏହି କୁତ୍ସିତ ବୃତ୍ତିରୁ ନିବୃତ ପାଇଁ କି ପଦକ୍ଷେପ ଗ୍ରହଣ କରୁଛନ୍ତି ? ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ କହିଥିଲେ ଯେ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି, ଜାତୀୟ ଏଡସ୍ ନିୟନ୍ତ୍ରଣ ସଂସ୍ଥା , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାରଙ୍କର ନିର୍ଦ୍ଦେଶାବଳୀ ଓ ମାର୍ଗଦର୍ଶୀକା ଅନୁଯାୟୀ ରାଜ୍ୟରେ ଏଚ.ଆଇ.ଭି. ଓ ଏଡସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମମାନ କରୁଅଛି ।

୧୦୨୧୦ ଜଣ ମହିଳା ଯୌନକର୍ମୀଙ୍କ ନିମନ୍ତେ ଲକ୍ଷ୍ୟଭେଦି ପ୍ରକଳ୍ପ ମାଧ୍ୟମରେ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି , ଏଚ.ଆଇ.ଭି. ଓ ଏଡସ୍ ସମ୍ପର୍କିତ ସେବା ଓ ସୁବିଧା ଯୋଗାଇ ଆସୁଅଛି । ଉପରୋକ୍ତ ୧୦୨୧୦ ଜଣ ମହିଳା ଯୌନକର୍ମୀଙ୍କ ଜିଲ୍ଲା ଭିତ୍ତିକ ସଂଖ୍ୟାର ଏକ ତାଲିକା ମଧ୍ୟ ପ୍ରଦତ୍ତ କରାଯାଇଛି । ଯେଉଁଥିରେ ସାରା ଓଡିଶାର ୩୦ଟି ଜିଲ୍ଲା ମଧ୍ୟରୁ ୨୨ଗୋଟି ଜିଲ୍ଲାର ସଂଖ୍ୟାକୁ ଦର୍ଶାଯାଇଥିବା ବେଳେ ଆଉ ୮ ଗୋଟି ଜିଲ୍ଲାରେ ସଂଖ୍ୟା ନାହାନ୍ତି । ପୁନଃଶ୍ଚ ମନ୍ତ୍ରୀ ନିଜର ମନ୍ତବ୍ୟରେ ବାଲେଶ୍ୱର ଜିଲ୍ଲାର ସର୍ବାଧିକ ମହିଳା ଯୌନକର୍ମୀ ଥିବାର ଆଲୋଚନା କରିଛନ୍ତି । କଟକ, ଭୁବନେଶ୍ୱରରେ ଖୁଲମଖୁଲା ଦେହ ବ୍ୟବସାୟ କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲାର ସର୍ବାଧିକ ମହିଳା ଯୌନ କାରବାରରେ ଥିବା ରିପୋର୍ଟ ବାଲେଶ୍ୱରର ସମଗ ନାରୀ ଜାତି ତଥା ବାଲେଶ୍ୱରବାସୀଙ୍କ ପ୍ରତି ଦୁଃଖର ବିଷୟ । ଏହାର ସଠିକ୍ ଭାବରେ ତଦନ୍ତ କରି ଏହା କେଉଁ ଆଧାରରେ ପ୍ରସ୍ତୁତ କରାଯାଇଛି ତା’ର ସଠିକ୍ ପ୍ରମାଣ ନଦେଲେ ଆଗାମୀ ୭ଦିନ ମଧ୍ୟରେ ଆମ୍ଭେ ତଥା ସମଗ୍ର ବାଲେଶ୍ୱର ଜିଲ୍ଲାବାସୀ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ରାସ୍ତାକୁ ଓହ୍ଲାଇବା ସହ ସମଗ୍ର ବାଲେଶ୍ୱର ଜିଲ୍ଲାକୁ ବନ୍ଦ କରିବେ ଏବଂ ଆଗାମୀ ଦିନରେ ମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତକୁ ବିରୋଧ କରିବେ ବୋଲି ସ୍ୱେଚ୍ଛାସେବୀ ସଙ୍ଗଠନ ଆଚ୍ଛା ଚେତାବନୀ ଦେଇଛି । ତତ୍ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଚ୍ଛା ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଅଛି କି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଯଦି ଭୂଲ ଥାଏ ତେବେ ନାରୀ ଜାତିକୁ ସମ୍ମାନ ଦେଉଥିବା ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ତାଙ୍କର ମନ୍ତ୍ରୀ ମଣ୍ଡଳରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବହିଷ୍କାର କଲେ ସମଗ୍ର ବାଲେଶ୍ୱରର ନାରୀ ସମାଜ ତଥା ବାଲେଶ୍ୱରବାସୀ ଆପଣଙ୍କଠାରେ ଚିରଉପକୃତ ହେବେ । ଏଥିରେ ଆଚ୍ଛା ସଙ୍ଗଠନର ସଭାପତି ବିସ୍ମିତ୍ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ରାକେଶ କୁମାର ଶିଅଳ, ହେମନ୍ତ ଶିଅଳ, ନମିତା ପାତ୍ର, ମୋନାଲିଶା ମହାନ୍ତି, ଭଗବାନ ବେହେରା ପ୍ରଭୃତି ଶତାଧିକ ସଦଶ୍ୟ ଓ ସଦଶ୍ୟା ଉପସ୍ଥିତ ଥିଲେ ।

Leave a Reply