ବାଲେଶ୍ୱର (୨୯.୦୪.୨୦୨୦)- ବିଶ୍ୱ ମହାମାରୀ କୋରାନାର ଭୟାବହ ସଂକ୍ରମଣ ସମୟରେ ବାଲେଶ୍ୱର ବାସୀ ଏବେ ଆତଙ୍କିତ । ଘରୁ ବାହାରକୁ ନ ବହାଇବା ପାଇଁ ସରକାରଙ୍କର ରହିଛି ପରାମର୍ଶ । ମାତ୍ର ରାଜ୍ୟର ପ୍ରତ୍ୟେକ ରକ୍ତ ଭଣ୍ଡାରରେ ତାଲା ବନ୍ଦ ପାଇଁ ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଅନୁଭବ କରିଛନ୍ତି ବାଲେଶ୍ୱର ସଦର ବିଧାୟକ ଶ୍ରୀଯୁକ୍ତ ମଦନମୋହନ ଦତ୍ତ । ନିଜେ ଶାରୀରିକ ଅସୁସ୍ଥ ଥିଲେ ମଧ୍ୟ ଶ୍ରୀଯୁକ୍ତ ଦତ୍ତ ରକ୍ତହୀନତା ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ନିଜ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଓଲଣ୍ଡା ସରଗାଁ ପଞ୍ଚାୟତର ରାଧାମୋହନ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରତିଦିନ ରକ୍ତ ଦାନ ଶିବିର ଆୟୋଜନ କରୁଥିବା ସାମାଜିକ ସଂଗଠନ ଆଚ୍ଛା ପକ୍ଷରୁ ଏକ ରକ୍ତ ଦାନ ଶିବିର କରାଇ ବାଲେଶ୍ୱର ରକ୍ତ ଭଣ୍ଡାରକୁ ଯୋଗାଇଛନ୍ତି । ସରକାରଙ୍କର ନିୟମାବଳୀ କୁ ପାଳନ କରି ଆଜିମଧ୍ୟ ସାମାଜିକ ଦୂରତା,ସ୍ୱଚ୍ଛତା ଓ ମାସ୍କକୁ ଗୁରୁତ୍ୱ ଦେଇ ରକ୍ତଦାନର ଅଧିକାରୀ ଡଃ ବସନ୍ତ କୁମାର ଉପାଧ୍ୟାୟ ଓ ଦୁଇ ଲ୍ୟାବ ଟେଷ୍ଟ ଅଧିକାରୀ ଅକ୍ଷୟ କୁମାର ଜେନା, ସାୟାଦ ଦିଲଦାର, ଏଟେନ୍ଡେନ୍ଟ ବିନୋଦ ବିହାରୀ ଦାସ ଓ ବିଜୟ ବଳ ସହଯୋଗରେ ସରକାରୀ କଟକଣା ସତ୍ୱେ ୩୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରକୁ ସଦର ବିଧାୟକଙ୍କ ପ୍ରତିନିଧି ଗୌରାଙ୍ଗ ଚରଣ ଦାସ, ସରପଞ୍ଚ ଜଳଧର ବିଶ୍ୱାଳ, ବାଲେଶ୍ୱର ବିଜେପିର ସାମାଜିକ ଗଣମାଧ୍ୟମ ପ୍ରମୁଖ ମାନସ କୁମାର ଦତ୍ତ, ସମାଜସେବୀ ଅନନ୍ତ ନାୟକ ଆନୁଷ୍ଠାନିକ ଭାବେ ଉକ୍ତ ରକ୍ତଦାନଶିବିରକୁ ଉଦଘାଟନ କରିଥିଲେ । ଅଞ୍ଚଳର ସମାଜସେବୀ ପିତାମ୍ବର ଭୂୟାଁଙ୍କ ତତ୍ୱବାଧାନରେ ସନ୍ଦୀପ ସାହୁ ବିଦ୍ୟାଳୟ ପରିଷରକୁ ସ୍ପ୍ରେ ମେସିନ ଦ୍ୱାରା ସମ୍ପୂର୍ଣ୍ଣ ସାନିଟାଇଜ କରିଥିଲେ ଏବଂ ଏହି ଶିବିରରେ ଅଜୟ କୁମାର ଜେନା, ଅଭିରାମ ବାରିକ, କାର୍ତ୍ତିକ ଶତପଥୀ, ସୁରଜିତ ଜେନା, ପ୍ରଶାନ୍ତ ଦାସ ପ୍ରଭୃତି ସହଯୋଗ କରିଥିଲେ । ସଙ୍ଗଠନର ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ ଏବଂ ଆସିଷ୍ଟାଣ୍ଡ ମେଡିକାଲ କୋଡିନେଟର୍ ଅନ୍ତରର୍ଯ୍ୟମି ବେହେରା ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ସମସ୍ତ ରକ୍ତଦାତାଙ୍କର ନାମପଞ୍ଜିକରଣ କରାଇଥିଲେ । ସଙ୍ଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି ଉପସ୍ଥିତ ଥିଲେ ।