Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍‌. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର

ବାଲେଶ୍ୱର (୨୯.୧୨.୨୦୨୦)- ଗତ ତା୨୫.୧୨.୨୦୨୦ରିଖରେ ନୀଳଗିରି ଅଂଚଳର ବିଶେଶ୍ୱର ମହାଦେବଙ୍କ ନିକଟରେ କାର୍ଯ୍ୟରତ ଅର୍ଗସ ଟିଭିର ସାମ୍ବାଦିକ ସଂଜୟ କୁମାର ମହାଳିକଙ୍କୁ ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀ ଏବଂ ତାଙ୍କର କିଛି କର୍ମଚାରୀ ଓ ଠିକାଦାରମାନେ ଯେଉଁଭଳି ଅମାନୁଷିକଭାବେ ଆକ୍ରମଣ ଓ ତାଙ୍କର ସାମଗ୍ରୀ ଛଡ଼ାଇନେବା ଘଟଣାକୁ ବିରୋଧ କରି ଆଚ୍ଛା ସଂଗଠନ ପକ୍ଷରୁ ଦୃଢ ନିନ୍ଦା କରିବା ସହ ବାହାନଗା ବି.ଡ଼ି.ଓ. ସମେତ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦବୀ କରିଛନ୍ତି । ଗଣମାଧ୍ୟମରେ ତାଙ୍କ ବିରୁଦ୍ଧରେ ସମ୍ପୂର୍ଣ୍ଣ ପ୍ରମାଣ ଥାଇ ମଧ୍ୟ କାହିଁକି ତାଙ୍କୁ ଗିରଫ କରାଯାଉନାହିଁ ଏହା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ କଉଠି ନା କଉଠି ବି.ଡ଼ି.ଓ. ମହୋଦୟଙ୍କ ଦୋଷ ଘୋଡ଼ାଇବାରେ ପୋଲିସ ସହଯୋଗ କରୁଅଛି ବୋଲି ଏହା ସ୍ପଷ୍ଟ ଜଣା ପଡୁଛି । ଏଥିସହିତ ଘଟିଥିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଆମ ସଂଗଠନ ପୁଙ୍ଖାନୁପୁଙ୍ଖ ଅନୁସଂଧ୍ୟାନ କରିଥିଲା, ଯେଉଁଥିରେ ବି.ଡ଼ି.ଓ. ସାମ୍ବାଦିକଙ୍କୁ ଆକ୍ରମଣ କରି ତାଙ୍କର ମୋବାଇଲ ଫୋନ୍‌, ବୁମ୍ ନେଇଯାଇଥିବାର ଜାଣିବାକୁ ପାଇଛୁ । ଏହାକୁ ପ୍ରତିବାଦ କରି ଆମ୍ଭେ ବାଲେଶ୍ୱର ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜଣାଇଥିଲୁ । ମାତ୍ର ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇଥିବାରୁ ଆସନ୍ତା କାଲିଠାରୁ ଗଣତନ୍ତ୍ରର ନ୍ୟାୟ ପାଇଁ ଏସ.ପି. ଅଫିସ ସମ୍ମୁଖରେ ଆଚ୍ଛା ସଂଗଠନ ପକ୍ଷରୁ ଦିବାରାତ୍ର ଆମରଣ ଅନଶନରେ ବସିବୁ । ସଂଗଠନ ପକ୍ଷରୁ ପ୍ରଦେଶ ସଭାପତି ବିସ୍ମିତ ରଂଜନ ଦାସ, ସମ୍ପାଦକ ରଣଜିତ କୁମାର ପୃଷ୍ଟି, ବାଲେଶ୍ୱର ଜିଲ୍ଲା ସଭାପତି ବିନୋଦ କୁମାର ମାଝୀ ଅନସନରେ ବସିବେ । କୋଭିଡ-୧୯ର ସମସ୍ତ ନୀୟମ ପାଳନ କରିବା ସହିତ ସଂଗଠନର ସଦସ୍ୟ/ସଦସ୍ୟାମାନେ ଭିଡ଼ ନଜମାଇ ୩୦ ଜଣ ସଦସ୍ୟ ଅନଶନରେ ଭାଗ ନେବେ ବୋଲି ଆଚ୍ଛା ସଙ୍ଗଠନର ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ରାଜେଶ କୁମାର ପାଣ୍ଡିଆ ଏବଂ ଜିଲ୍ଲା ଯୁଗ୍ମ ସମ୍ପାଦକ ଜଳଧର ମହାନ୍ତି ଜଣାଇଛନ୍ତି ।

Leave a Reply