Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

Activities

ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ପାଇଁ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଜିଲ୍ଲାପାଳ ଏବଂ ଏସ୍‌. ପି. ଙ୍କୁ ଲିଖିତ ଦାବିପତ୍ର

By December 28, 2020January 9th, 2023No Comments

ବାଲେଶ୍ୱର (୨୮.୧୨.୨୦୨୦) – ଗତ ତା୨୫.୧୨.୨୦୨୦ରିଖରେ ନୀଳଗିରି ଅଂଚଳର ବିଶେଶ୍ୱର ମହାଦେବଙ୍କ ନିକଟରେ କାର୍ଯ୍ୟରତ ଅର୍ଗସ ଟିଭିର ସାମ୍ବାଦିକ ସଂଜୟ କୁମାର ମହାଳିକଙ୍କୁ ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀ ଏବଂ ତାଙ୍କର କିଛି କର୍ମଚାରୀ ଓ ଠିକାଦାରମାନେ ଯେଉଁଭଳି ଅମାନୁଷିକଭାବେ ଆକ୍ରମଣ ଓ ତାଙ୍କର ସାମଗ୍ରୀ ଛଡ଼ାଇନେବା ଘଟଣାକୁ ବିରୋଧ କରି ଆଚ୍ଛା ସଂଗଠନ ପକ୍ଷରୁ ଦୃଢ ନିନ୍ଦା କରିବା ସହ ବାହାନଗା ବି.ଡ଼ି.ଓ. ସମେତ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ଗଣମାଧ୍ୟମରେ ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ବିରୁଦ୍ଧରେ ସମ୍ପୂର୍ଣ୍ଣ ପ୍ରମାଣ ଥାଇ ମଧ୍ୟ କାହିଁକି ତାଙ୍କୁ ଗିରଫ କରାଯାଉନାହିଁ ଏହା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ କଉଠି ନା କଉଠି ବି.ଡ଼ି.ଓ. ମହୋଦୟଙ୍କ ଦୋଷ ଘୋଡ଼ାଇବାରେ ପୋଲିସ ସହଯୋଗ କରୁଅଛି ବୋଲି ଏହା ସ୍ପଷ୍ଟ ଜଣା ପଡୁଛି ବୋଲି ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି କହିଛନ୍ତି । ଏଥିସହିତ ଘଟିଥିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଆଚ୍ଛା ସଂଗଠନ ପୁଙ୍ଖାନୁପୁଙ୍ଖ ଅନୁସଂଧ୍ୟାନ କରିଅଛି, ଯେଉଁଥିରେ ବି.ଡ଼ି.ଓ. ସାମ୍ବାଦିକଙ୍କୁ ଆକ୍ରମଣ କରି ତାଙ୍କର ମୋବାଇଲ ଫୋନ୍‌, ବୁମ୍ ନେଇଯାଇଥିବାର ଜାଣିବାକୁ ପାଇଛନ୍ତି ବୋଲି ଆଚ୍ଛା ସଙ୍ଗଠନର ସମ୍ପଦକ ରଞ୍ଜିତ କୁମାର ପୃଷ୍ଟି ପ୍ରକାଶ କରିଥିଲେ । ଏଣୁ ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ସଙ୍ଗଠନର ଜିଲ୍ଲା ସଭାପତି ବିନୋଦ କୁମାର ମାଝୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି କି ଯଦି ଯଥାଶୀଘ୍ର ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହାହେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ସଂଗଠନ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ । ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀ ସାମ୍ବାଦିକଙ୍କୁ ଆକ୍ରମଣରେ ସଂପୃକ୍ତି ଥିବାର ପ୍ରମାଣ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ ତାଙ୍କୁ ନିଲମ୍ବନ ଏବଂ ଗିରଫ କରିବା ପାଇଁ ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କାରଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ରଞ୍ଜନ କୁମାର ପାଣ୍ଡିଆ, ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ କୁମାର ପଣ୍ଡିଆ, ରାଜ୍ୟ ମେଡିକାଲ କୋଡିନେଟର ଉଦୟଭାନୁ ନାୟକ, ରାଜ୍ୟ କୋଡିନେଟର ରାକେଶ ଶିଅଳ, ଜିଲ୍ଲା ମହିଳା କୋଡିନେଟର ମୀନାକ୍ଷୀ ମହାନ୍ତି, ଜିଲ୍ଲା କୋଡିନେଟର ଖଗେଶ୍ୱର ବଢେଇ, ଉତ୍ତମ କୁମାର ବେହେରା, ଜଳଧର ମହାନ୍ତି, ପିତବାଶ ମହାରଣା, ରାହୁଲ ମଲ୍ଲିକ, କେଦାର ଦାସ ପ୍ରଭୃତି ସଦଶ୍ୟ ସଦଶ୍ୟା ଉପସ୍ଥିତ ଥିଲେ ।

Leave a Reply