Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ବର ଜିଲ୍ଲାର ସଦର ବ୍ଲକ ଅଧିନ ରଣସହି ଗ୍ରାମର ମଧ୍ୟବିତ୍ତ ପରିବାର ବୈରାଗୀ ଚରଣ ନାୟକଙ୍କ ଚତୁର୍ଥ (ସାନ) ପୁତ୍ର ସୁବାଷ ଚନ୍ଦ୍ର ନାୟକ । ପିଲାଟି ବେଳୁ ସବୁ ଗୁଣରେ ପାରଙ୍ଗମ ଓ ଶିକ୍ଷାରେ କୃତିତ୍ୱ ଅର୍ଜନ କରବା ସହ ନିଜର ଦଶମ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ଅର୍ଜନ କରିଥିଲେ । କଲେଜ କ୍ୟାରିଅର ଠାରୁ ସମାଜସେବା କରିବାର ମନବୃତି ରଖିଥିବା ସୁବାଷ ନିଜକୁ ଡାକ୍ତର କରି ଲୋକ ମାନଙ୍କର ସେବା କରିବାର ସ୍ବପ୍ନ ଦେଖିଥିଲେ । ଶେଷରେ କଟକ ଏସ.ସି.ବି. ମେଡିକାଲ କଲେଜରୁ ଦାନ୍ତ ବିଶେଷଜ୍ଞ ଭାବେ ପ୍ରସ୍ତୁତ କଲା ପରେ ହାଇଟେକ ମେଡିକାଲ କଲେଜରେ ଦାନ୍ତ ବିଭାଗର ଉପାଧ୍ୟକ୍ଷ ଭାବେ କର୍ମରତ ଅଛନ୍ତି । ମାତ୍ର ସେତିକିରେ ସେ ଅଟକିଲେ ନାହିଁ । ସମାଜସେବା କରିବା ପାଇଁ ସେ ସଦାସର୍ବଦା ବିଭିନ୍ନ ସଙ୍ଗଠନ ସହ ମିଶି ନିଜ ଉପାର୍ଜିତ ଅର୍ଥକୁ ଲୋକ ମାନଙ୍କ ସେବାରେ ଲାଗନ୍ତି । ଏବେ ବିଶ୍ୱ ମହାମାରୀ କୋରାନା ସମୟରେ ବାଲେଶ୍ୱର ଜିଲ୍ଲାରେ ଆଚ୍ଛା ସଙ୍ଗଠନ ସହ ମିଶି ବିଭିନ୍ନ ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ, ମାକ୍ସ ବଣ୍ଟନ, ରକ୍ତ ଦାନ ଶିବିର ଆଦିରେ ନିଜକୁ ନିୟୋଜିତ କରିଛନ୍ତି । ଯୁବ ଅବସ୍ଥାରେ ତାଙ୍କର ଏହିପରି କାର୍ଯ୍ୟକ୍ରମ କୁ ସାଧାରଣରେ ଗରିବ ଓ ଅସହାୟ ଲୋକମାନେ ପ୍ରଶଂସା କରିଛନ୍ତି ଏବଂ ଆଗାମୀ ଦିନରେ ଡ଼. ନାୟକ ଆଗାମୀ ଦିନରେ ସେ ନିଜର ଜୀବନକୁ ଗରିବ ଲୋକମାନଙ୍କ ସେବାରେ ନିୟୋଜିତ କରିବେ ବୋଲି ପ୍ରକାଶ କରିଛନ୍ତି ।

Leave a Reply