Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ଭୁବନେଶ୍ୱର(୧୫/୦୮): ଆଜି ୭୫ତମ ସ୍ୱାଧୀନତା ଦିବସକୁ ଆଚ୍ଛା ସଂଗଠନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଏକ ମୋଡ଼ରେ ପାଳନ କରାଯାଇଛି । ଆମ ପୂର୍ବ ପୁରୁଷ ମାନେ ଉପହାରଣ ସଦୃଶ ଆମକୁ ଦେଇ ଯାଇଥିବା ଅମୂଲ୍ୟ ସ୍ୱାଧୀନତାର ସ୍ମୃତି ଚାରଣ ପାଇଁ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବୃକ୍ଷ ରୋପଣ, ଖାଦ୍ୟ ବଣ୍ଟନ ଏବଂ ଭିନ୍ନ ଭିନ୍ନ ଡାକ୍ତରଖାନା ଓ ବସ୍ତି ତଥା ନିଷ୍ପେସିତ ଅଞ୍ଚଳ ପରିକ୍ରମା କରି ଲୋକ ମାନଙ୍କର ଅସୁବିଧା ବିଷୟରେ ଆଲୋଚନା କରିଥିଲେ ଆଚ୍ଛା ସଂଗଠନ ସମସ୍ତ ସଦସ୍ୟ ସଦସ୍ୟା ।

ସ୍ୱାଧୀନତାର ୭୫ ବର୍ଷରେ ପଦାର୍ପଣ କରିଛୁ ଆମେ ଭାରତବାସୀ; ହେଲେ ସତରେ କଣ ଆମେ ସ୍ୱାଧୀନ? ଏହି ପ୍ରଶ୍ନବାଚୀ ସମସ୍ତଙ୍କ ମନରେ ସୃଷ୍ଟି କରିଛି ଆଚ୍ଛା ସଂଗଠନ । ସ୍ୱାଧୀନତାର ମୂଲ୍ୟବୋଧକୁ ଅବଗତ କରାଇବା ଏବଂ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆଚ୍ଛା ସଂଗଠନ ପକ୍ଷରୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେବା ସହ ସଚେତନ କରାଯାଇଛି । ଆଚ୍ଛା ସଂଗଠନର ଜିଲ୍ଲା ରାଜ୍ୟ ମହିଳା ସଶକ୍ତିକରଣ ସଂଯୋଜିକା ତେଜସ୍ୱିନୀ ନାୟକ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

Leave a Reply