Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

Activities

ମହନୀୟତା ଦେଖାଇ ଆଚ୍ଛା ସଙ୍ଗଠନ ସହାୟତାରେ ଅନୁଗୁଳର ଡାକ୍ତର ଶକ୍ତି ପ୍ରସାଦ ସାହୁ ଶୁଖିଲା ଖାଦ୍ୟ ଓ ପରିବା ବଣ୍ଟନ ସହ ସଚେତନାତା କାର୍ଯ୍ୟକ୍ରମ ଅନୁଷ୍ଠିତ

By May 2, 2020January 9th, 2023No Comments

ବାଲେଶ୍ୱର (୦୨.୦୫.୨୦୨୦)- ଆଚ୍ଛା ସଙ୍ଗଠନ ପକ୍ଷରୁ କରାଯାଉଥିବା ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ସାମାଜିକ ଗଣମାଧ୍ୟମ ଓ ଖବରକାଗଜ ଦ୍ୱାରା ପ୍ରତିଦିନ ପ୍ରକାଶ ପାଇବା ପରେ ବିଭିନ୍ନ ସ୍ଥାନରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ସଙ୍ଗଠନର କାର୍ଯ୍ୟକଳାପକୁ ପ୍ରସଂଶା କରିବା ସହ ଆଚ୍ଛା ସଙ୍ଗଠନରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଯାହାର ପ୍ରତିଫଳନରେ ଆଜି ବାଲେଶ୍ୱର ସହର ଚାନ୍ଦିପୁରର ବସ୍ତି ଅଞ୍ଚଳରେ ଅନୁଗୁଳର ସୁନାମଧନ୍ୟ ଡାକ୍ତର ଶକ୍ତି ପ୍ରସାଦ ସାହୁଙ୍କ ସହଯୋଗରେ ସ୍ଥାନୀୟ ଗରିବ ଜନସାଧାରଣଙ୍କୁ ଚାଉଳ, ଡାଲି, ଆଳୁ, ପିଆଜ, ରସୁଣ, ଅଦା,ଲୁଣ, ରିଫାଇନ ପ୍ୟାକେଟ, ସୟାବିନ, ପୋଟଳ, ବିଲାତି, ଭେଣ୍ଡି, କୁନ୍ଦୁରି, ବୋଇତାଳୁ, ଲଙ୍କା, କଲରା ପ୍ରବୃତି ବଣ୍ଟନ କରାଯିବା ସହ ପ୍ରତିଟି ଲୋକମାନଙ୍କୁ ଭୟବିତ ନ ହୋଇ ଘରେ ରହିବା ପାଇଁ ବୁଝାଇ ସରକାରଙ୍କ ନିର୍ଦ୍ଦେଶ ମାନିବା ସମ୍ବନ୍ଧରେ ବୁଝାଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ର ସମସ୍ତ ନିୟମାବଳୀ ସଂଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ ଓ ସଂପାଦକ ରଣଜିତ୍ କୁମାର ପୃଷ୍ଟି ବୁଝାଇଥିଲେ ଏବଂ ଉପ-ସ୍ୱାସ୍ଥ୍ୟ ସଂଯୋଜକ ଅନ୍ତର୍ଯ୍ୟାମୀ ବେହେରା, ଯୁବ ସମାଜସେବୀ ଯୋଗେନ୍ଦ୍ର ନାଥ ପାଢ଼ୀ ପ୍ରଭୃତି ସାମାଜିକ ଦୂରତାର ଉପାଦେୟତା ବୁଝାଇଥିଲେ । ସ୍ୱାସ୍ଥ୍ୟ ସଂଯୋଜକ ଉଦୟଭାନୁ ନାୟକ , ସଂଯୋଜକ ରାକେଶ କୁମାର ଶିଅଳ , ଜ୍ଞାନ ରଞ୍ଜନ ଦାସ, ସଂଯୋଜିକା ମୋନାଲିଶା ମହାନ୍ତି, ଅରୁନ୍ଧତୀ ଦାସ ପ୍ରଭୃତି ଉପସ୍ଥିତ ଥିବା ସହ ଏହିପରି ସାଧାରଣ ଲୋକ ମାନଙ୍କର ଅସୁବିଧାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟା କରିଥିଲେ । ଆଗାମୀ ଦିନରେ ଡାକ୍ତର ସାହୁ ସାଧାରଣ ଗରିବ ଲୋକମାନଙ୍କ ସେବାରେ ଅଧିକ ସହଯୋଗ କରିବେ ବୋଲି କହିଛନ୍ତି ।

Leave a Reply