Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୧୯/୦୮): ବାଲେଶ୍ୱର ଜିଲ୍ଲା ୬୦ ନଂ ଜାତୀୟ ରାଜପଥ ନିକଟସ୍ଥ ରୁପ୍ସା ବସ୍ ଷ୍ଟାଣ୍ଡକୁ ଶତାଧିକ ଯାତ୍ରୀ ନିର୍ଭର କରନ୍ତି । ଏହି ବସ୍ ଷ୍ଟାଣ୍ଡଠାରୁ ୫୦ମିଟର ଦୂରରେ ନୀଳମଣି ମହାବିଦ୍ୟାଳୟ, ୧କି.ମି. ଦୂରରେ ରୁପ୍ସା ଚିକିତ୍ସାଳୟ ଏବଂ ରୁପ୍ସା ରେଲୱେ ଷ୍ଟେସନ ଅବସ୍ଥିତ । ଏଣୁ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବହୁ ରୋଗୀ ଏବଂ ବହୁ ଯାତ୍ରୀ ବସ୍ ଯୋଗେ ଖରା, ବର୍ଷା, ଶୀତ କାକର ସମୟରେ ମଧ୍ୟ ଏଠାକୁ ଯାତାୟତ କରନ୍ତି ମାତ୍ର ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ଏହି ବସ୍ ଷ୍ଟାଣ୍ଡ ନିକଟରେ କୌଣସି ବିଶ୍ରାମଗାରର ବ୍ୟବସ୍ଥା କରାଯାଇ ନଥିବା ବେଳେ ଏହାର ପାଖାପାଖି ରାସ୍ତା ମଧ୍ୟ ଖାଲଖମା ହୋଇଥିବା ଯୋଗୁଁ ଧୂଳି ଏବଂ ପାଣି ଜମିରହି ପରିବେଶକୁ ଦୂଷିତ କରିଥାଏ । କିଛିଦିନ ତଳେ ଆଚ୍ଛା ସଂଗଠନର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଣୟ ମହାପାତ୍ର ଏବଂ ଆଚ୍ଛା ସଂଗଠନର ସଦସ୍ୟ ମାନଙ୍କ ଦୃଷ୍ଟିରେ ରାସ୍ତାର ମୁର୍ମୁଶ ଅବସ୍ଥା ନଜରକୁ ଆସିବା ପରେ ଅଗଷ୍ଟ ୧୩ରିଖ ଦିନ ଆଚ୍ଛା ସଂଗଠନ ପ୍ରଚେଷ୍ଟା ବଳରେ ରାସ୍ତାର ଏକ ପାର୍ଶ୍ୱ ମରାମତି କରାଯାଇଥିଲା ।

ସରକାରଙ୍କ ତରଫରୁ ଏଥିପ୍ରତି ଦୃଷ୍ଟି ନ ଦିଆଯିବାରୁ ଆଚ୍ଛା ସଂଗଠନର ସମସ୍ତ ସଦସ୍ୟ ମିଶି ରାସ୍ତାର ଅନ୍ୟ ପାର୍ଶ୍ୱ ଏବଂ ଅସ୍ଥାୟୀ ବିଶ୍ରାମଗାର ଆସନ୍ତା ଅଗଷ୍ଟ ୨୧ ତାରିଖ ଦିବା ୧୧ଘଟିକା ସମୟରେ କରିବେ ବୋଲି ତପନ କୁମାର ବର୍‌, ଶିବ ଶଙ୍କର ପଟ୍ଟନାୟକ, ଭବାନୀ ଶଙ୍କର ଆଢ୍ୟ, ଚନ୍ଦନ ଗିରି, ସଞ୍ଜୟ କୁମାର ବର୍‌, ସଞ୍ଜୀବ କୁମାର ବେହେରା, ରମାକାନ୍ତ ବର୍‌, ବିଦ୍ୟାଧର ନାୟକ, ସମୋନାଥ ସେଠୀ, ରମେଶ ଚନ୍ଦ୍ର ବର୍‌, ଗଙ୍ଗାମଣି ବର୍‌, ମଧୁସ୍ମିତା ଦଳାଇ ଓ ସସ୍ମିତା ଦଳାଇ ପ୍ରଭୃତି ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟ କରାଇବେ ବୋଲି ସ୍ଥିର କରିଥିଲେ । ଏଣୁ ଅଞ୍ଚଳବାସୀ, ପ୍ରଶାସନ ଏବଂ ଗଣମାଧ୍ୟମର ସାହାଯ୍ୟ ଏକାନ୍ତ କାମ୍ୟ ବୋଲି ଆଚ୍ଛା ସଂଗଠନ ପକ୍ଷରୁ ନିବେଦନ କରାଯାଉଛି ।

Leave a Reply