Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ଭୁବନେଶ୍ୱର (୧୩/୦୫)- ମହାମାରୀ କରୋନାର ପ୍ରାଦୁର୍ଭାବରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସେତେବେଳେ ବିଭିନ୍ନ ବର୍ଗର ଲୋକେ ପ୍ରଭାବିତ ହେଉଛନ୍ତି । ଏହା ଭିତରେ ରକ୍ତ ଭଣ୍ଡାରରେ ରକ୍ତ ସଂଗ୍ରହ ମଧ୍ୟ କମି କମି ଯାଉଛି । ମାତ୍ର ଏମିତି ବହୁତ ରୋଗୀ ଅଛନ୍ତି ଯେଉଁମାନେ କି ରକ୍ତ ବିନା ବଞ୍ôଚବା ଅସମ୍ଭବ । ସରକାରଙ୍କ ପକ୍ଷରୁ ରକ୍ତ ଭଣ୍ଡାରକୁ କୌଣସି ନିର୍ଦ୍ଦେଶ ନଥିବାରୁ କଟକ ରକ୍ତ ଭଣ୍ଡାରରେ ରକ୍ତ ଅଭାବରୁ ସବୁ ରୋଗୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରକ୍ତ ସଂଗ୍ରହରେ ସହାୟତା କରୁଥିବା ସଂଗଠନ ମାନେ ମଧ୍ୟ ବାହାରି ରକ୍ତ ସଂଗ୍ରହ କରାଇବାରେ ରକ୍ତ ଭଣ୍ଡାରକୁ ସହଯୋଗ କରିପାରୁନାହାନ୍ତି । ଯେହେତୁ ରକ୍ତର କୌଣସି ବିକଳ୍ପ ନାହିଁ ତେଣୁ ରକ୍ତ ସଂଗ୍ରହ ନକାରଇଲେ ରକ୍ତ ହିନତା ରୋଗୀ, ଗର୍ଭବତୀ ମହିଳା ତଥା ରକ୍ତ ଆବଶ୍ୟକ କରୁଥିବା ଲୋକମାନଙ୍କୁ ସରକାର ଜାଣିଜାଣି ମରଣ ମୁହଁକୁ ଠେଲିଦେବା କହିବା ଟା ଭୁଲହେବ ନାହିଁ । ଏଥିପାଇଁ ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ ଆଜି ଷ୍ଟେଟ୍ ବ୍ଲଡ ଟ୍ରନ୍ସଫ୍ୟୁଜନ୍ କାଉନ୍ସିଲ୍ ( ଏସ୍‌.ବି.ଟି.ସି.) ଓଡିଶାଙ୍କୁ ଏକ ଚିଠି ଦ୍ୱାରା ରକ୍ତ ଦାନ ଶିବିର ଆୟଯୋନ କରାଇବାର ଶିକୃତି ଦେବା ପାଇଁ ଅନୁରୋଧ କରିଛନ୍ତି ।

Leave a Reply