କଟକ (୧୩/୦୬): ସଟ୍ଡାଉନ୍ ସମୟରେ ଦିନ ମଜୁରିଆ, ଅସହାୟ, ଯେଉଁ ଲୋକ ଦିନେ କାମ ନକଲେ ତାଙ୍କ ଘର ଭୋକିଲା ରହିବା ପରିସ୍ଥତି ଥିବା ଲୋକ ମାନଙ୍କ ସହ ପଶୁପକ୍ଷି ମାନଙ୍କୁ ଆଚ୍ଛା ସଙ୍ଗଠନ ପକ୍ଷରୁ ସହଯୋଗର ହାତ ବଢାଇଛି । ଏଥିରେ ଆଚ୍ଛା ସଙ୍ଗଠନ କଟକ ଜିଲ୍ଳାର ଲୋକନାଥ ବେହେରା , ସତ୍ୟଜିତ ସେନାପତି, ଆଶିଷ ପାଇଟଲ, ମାନସ ଦାସ, ରାଜେଶ ମହାନ୍ତି, ଝୁନୁ ବେହେରା ଓ ସଙ୍ଗିତା ସୁତାର ପ୍ରଭୃତି ଆଜି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ବିଭିନ୍ନ ହସ୍ପିଟାଲରେ ଥିବା ରୋଗୀଙ୍କ ସମ୍ପର୍କୀୟ ତଥା ବିଭିନ୍ନ ବସ୍ତିରେ ବୁଲିବୁଲି ଅସହାୟଙ୍କୁ ସହଯୋଗର ହାତ ବଢାଇ ରନ୍ଧା ଖାଦ୍ୟ ବାଣ୍ଟିଛନ୍ତି । ଏହି କାର୍ଯ୍ୟକ୍ରମ ସଟ୍ଡାଉନ୍ ଆରମ୍ଭ ହେବା ଦିନ ଠାରୁ ଆରମ୍ଭ ହୋଇଛି ଏବଂ ସଟ୍ଡାଉନ୍ ଶେଷ ହେବା ଯାଏ ଅସହାୟ ଲୋକ ମୁହଁରେ ଖାଦ୍ୟ ଯୋଗାଇବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆଚ୍ଛା ସଙ୍ଗଠନ ପକ୍ଷରୁ ସୁଚନା ଦିଆଯାଇଛି । ଏହା ସହ ସାପ୍ତାହିକ ଦୁଇଦିନ ଧରି ଚାଲୁଥିବା ସଟ୍ଡାଉନ୍ ସମୟରେ କଟକ ସହରର ବିଭିନ୍ନ ସ୍ଥାନରେ ରାସ୍ତାରେ ବୁଲୁଥିବା କୁକୁର, ଗାଇ, ପଶୁପକ୍ଷି ମାନଙ୍କର ଖାଦ୍ୟ ଅଭାବ ମଧ୍ୟ ସଙ୍ଗଠନର ଦୃଷ୍ଟିଗୋଚର ହେବାରୁ ଆଜି ଆଚ୍ଛା ସଙ୍ଗଠନର କାର୍ଯ୍ୟକର୍ତ୍ତା ମାନେ ବୁଲା ପଶୁପକ୍ଷି ମାନଙ୍କୁ ଖାଦ୍ୟ ଖୁଆଇ ବେଶ ଅନନ୍ଦିତ ଅନୁଭବ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ସାଧାରଣରେ ଆଚ୍ଛା ସଙ୍ଗଠନର ଏହିଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
You May Also Like
Activities
ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
mail@isolutionindia.inJanuary 9, 2023
Activities
ବାହାନଗା ବି.ଡ଼ି.ଓ. ରଘୁନାଥ ପାଣିଗ୍ରାହୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ଏସ୍. ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଥାନାରେ ଲିଖିତ ପତ୍ର
mail@isolutionindia.inJanuary 9, 2023

ଆଚ୍ଛା ସଂଗଠନ ତରଫରୁ ଜଳେଶ୍ବର ବଡ଼ନଗର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
mail@isolutionindia.inJanuary 9, 2023