Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

Activities

ସଟ୍‌ଡାଉନ୍ ସମୟରେ ଆହାର କେନ୍ଦ୍ର ଗୁଡିକୁ ଖୋଲା ରଖିବା ସହ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଆଚ୍ଛ ସଙ୍ଗଠନର ଜିଲ୍ଲାପାଳଙ୍କୁ ଦାବୀପତ୍ର

By June 20, 2021January 5th, 2023No Comments

ସମଗ୍ର ଦେଶରେ କରୋନା ବିରୋଧରେ ଲଢେଇ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ କଟକଣା ଜାରି ହୋଇଛି । ତେବେ ଏହି ବିଶ୍ୱ ମହାମାରୀ କରୋନା ପାଇଁ ଗୋଟିଏ ପଟେ ଜନସାଧାରଣ ଜୀବନ ରକ୍ଷା ପାଇଁ ଲଢେଇ କରୁଛନ୍ତି ତ ଅନ୍ୟ ପଟେ ଜୀବିକା ପାଇଁ ଲଢେଇ କରୁଛନ୍ତି । ପ୍ରଥମ କରୋନା ଲହରିରେ କେନ୍ଦ୍ର ଓ ରାଜ୍ୟ ସରକାର କଡାକଡି ନିୟମ କରି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କରିବା ଯୋଗୁଁ ଗରିବ, ଦିନମଜୁରିଆ, ମଧ୍ୟବର୍ତ୍ତର୍ୀ ପରିବାର ମାନଙ୍କର ଆର୍ଥିକ ମାନଦଣ୍ଡ ଭାଙ୍ଗି ପଡିଥିଲା । ପୁନଶ୍ଚ କରୋନାର ଦ୍ୱିତୀୟ ଲହରି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଗତ ମଇ ମାସ ୫ ତାରିଖ ଠାରୁ ରାଜ୍ୟ ସରକାର ଲଗାଇବା ପରେ ଗରିବ, ଦିନମଜୁରିଆ ଓ ଅସହାୟ ପରିବାରଙ୍କ ଆର୍ଥିକ ମାନଦଣ୍ଡ କହିଲେ ନ ସରେ ।

ତାହା ସାଙ୍ଗକୁ ମୁନାଫାଖୋର ବେପାରୀମାନେ ଅତ୍ୟାବଶ୍ୟକ ସାମଗ୍ରୀ ଦରବଢାଇ ଦେଇଥିବାରୁ ଗରିବ ଲୋକମାନଙ୍କ କଥା କହିଲେ ନ ସରେ । ସଟ୍‌ଡାଉନ୍ ସମୟରେ ଦିନ ମଜୁରିଆ, ଅସହାୟ, ଯେଉଁ ଲୋକ ଦିନେ କାମ ନକଲେ ତାଙ୍କ ଘର ଭୋକିଲା ରହିବା ପରିସ୍ଥତି ଥିବା ଲୋକଙ୍କୁ ଆଚ୍ଛା ସଙ୍ଗଠନ ପକ୍ଷରୁ ସହଯୋଗର ହାତ ବଢାଯାଇଛି । ଏହାରି ଭିତରେ ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଶନିବାର ଓ ରବିବାର ଦିନକୁ ସଟ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ କଟକ ସ୍ଥିତ ଏସ.ସି.ବି. ମେଡିକାଲକୁ ପ୍ରତିଦିନ ଆସୁଥିବା ରୋଗୀ ମାନଙ୍କ ସମ୍ପର୍କିୟ ମାନେ ଖାଦ୍ୟ ଖାଇବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି କଟକ ଶିଶୁଭବନକୁ ଚିକିତ୍ସ୍ୟା ହେବାପାଇଁ ଆସୁଥିବା ଶିଶୁ ମାନଙ୍କର ଅଭିଭାବକ ମାନେ ମଧ୍ୟ କଟକ ସହରର ହଟେଲ କିମ୍ବା ଢାବା ଖୋଲା ନଥିବାରୁ ଖାଇବାକୁ ପାଉନଥିବା ବେଳେ ସରକାରୀ ଆହାର କେନ୍ଦ୍ରକୁ ନିର୍ଭର କରୁଛନ୍ତି । ମାତ୍ର ଶିଶୁ ଭବନ ସ୍ଥିତ ଆହାର କେନ୍ଦ୍ରରେ ସଟ୍‌ଡାଉନ୍ ସମୟାରେ ଖାଦ୍ୟ ବନା ଯାଉନଥିବାରୁ ରୋଗୀ ମାନଙ୍କ ଅଭିଭାବକ ମାନେ ଖାଦ୍ୟ ପାଇବାରୁ ବଞ୍ôଚତ ହେବା ସହ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଯେହେତୁ କଟକ ହସପିଟାଲକୁ ଓଡିଶାର ପ୍ରତ୍ୟେକ ଅଞ୍ଚଳରୁ ରୋଗୀମାନେ ଆସୁଛନ୍ତି ଏବଂ ତାଙ୍କ ସାହ ତାଙ୍କର ସମ୍ପର୍କୀୟ ମାନେ ଆସୁଛନ୍ତି ଏଣୁ ସଟ୍‌ଡାଉନ୍ ସମୟରେ ଆହାର କେନ୍ଦ୍ର ଗୁଡିକ ଖୋଲାରଖି ଖାଦ୍ୟର ମାତ୍ରାକୁ ବୃଦ୍ଧି କରାଇଲେ ଅସହାୟ ଲୋକମାନେ ଉପକୃତ ହୋଇପାରିବେ ଆଚ୍ଛା ସଙ୍ଗଠନ ପକ୍ଷରୁ ପ୍ରକାଶ କରାଯାଇଛି । ଏଣୁ ଆଚ୍ଛା ସଙ୍ଗଠନ ପକ୍ଷରୁ ସାଧାରଣ ଅସହାୟ ଲୋକମାନଙ୍କ ହିତ ପାଇଁ କଟକ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଦିଆଯାଇଛି କି ଏଥିପ୍ରତି ଧ୍ୟାନ ଦେଲେ ରୋଗୀମାନଙ୍କ ସମ୍ପର୍କୀୟ ଏବଂ ବାସହରା ଅସହାୟ ଲୋକମାନେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟରେ ଭୋକିଲା ନରହି ଖାଦ୍ୟ ପାଇପାରିବେ ।

Leave a Reply