Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

Activities

ସମସ୍ତ ପ୍ରମାଣ ଦେବା ସତ୍ୱେ ପଶୁ ଚିକିତ୍ସା ବିଭାଗ ତଦନ୍ତ ନକରି ଅପରାଧିକ ମାମଲା ଥିବା ପ୍ରଣୀ ଚିକିତ୍ସକ ଡ. ଚିନ୍ମୟ କୁମାର ସାହୁଙ୍କୁ ପ୍ରମଶନ ଦେବା ପ୍ରତିବାଦରେ ପତ୍ର ଏବଂ ଧାରଣା ପାଇଁ ଚେତାବନୀ ଆଚ୍ଛା ସଙ୍ଗଠନ

By February 4, 2021January 9th, 2023No Comments

କଟକ (୦୪-୦୨-୨୦୨୧) – ଆଚ୍ଛା ସଙ୍ଗଠନ ପକ୍ଷରୁ ଗତ ତା. ୧୪-୧୨-୨୦୨୦ ରିଖରେ ପଶୁ ଚିକିତ୍ସା ବିଭାଗକୁ ସଙ୍ଗଠନର ପତ୍ର ନଂ 382/AACHHA/2020 ଦ୍ୱାରା ଲିଖିତ ଅବଗତ କରାଇଥିଲେ କି ପଶୁ ଚିକିତ୍ସା ବିଭାଗର ଜଣେ ପ୍ରାଣୀ ଚିକିତ୍ସକ ଡ. ଚିନ୍ମୟ କୁମାର ସାହୁ ନିଜ କର୍ମରେ ଖିଲାପ କରିବା ସହ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇ ବାରମ୍ବାର ମାନ୍ୟବର ନ୍ୟାୟଳୟଙ୍କ ଦ୍ୱାରସ୍ଥ ହେଉଛନ୍ତି । ଏହି ପତ୍ରଟିକୁ ବିଭାଗ ଗ୍ରହଣ କରି ତଦନ୍ତ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଉକ୍ତ ପତ୍ରରେ ପ୍ରାଣୀ ଚିକିତ୍ସ୍ୟକ ଡ. ଚିନ୍ମୟ କୁମାର ସାହୁଙ୍କ ଅପରାଧିକ ମାମଲାର ପ୍ରମାଣ ଗୁଡିକ ମଧ୍ୟ ସଂଲଗ୍ନ କରି ଦେଇଥିଲେ । ସେହି ଅଭିଯୋଗ ପତ୍ରର ଗ୍ରହଣ କପି ମଧ୍ୟ ପଶୁ ଚିକିତ୍ସା ବିଭାଗ ଆଚ୍ଛା ସଙ୍ଗଠନକୁ ପ୍ରଦାନ କରିଥିଲେ । ମାତ୍ର ଜଣେ ସରକାରୀ ଅଫିଷର ଅପରାଧିକ ମାମଲାରେ ଜଡିତ ଥିବା ସମୟରେ ପଶୁ ଚିକିତ୍ସା ବିଭାଗ ତାଙ୍କ ଉପରେ ତଦନ୍ତ କରି ଦଣ୍ଡିତ କରିବା ବଦଳରେ ତାଙ୍କୁ ପୁରଷ୍କାରରେ ଜଗତସିଂପୁର ଜିଲ୍ଲାର ରଘୁନାଥପୁରରେ ବି.ଭି.ଓ. ଭାବେ ପ୍ରମଶନ କରିଛନ୍ତି । ପ୍ରଣୀ ବିଭାଗର ପ୍ରମଶନ ଲିଷ୍ଟରେ ଆଦେଶ ନାମା ଘକ୍ଟ. 14261 / FARD, Dt. ୩୧/୧୨/୨୦୨୦ ରେ ୨୩ ନମ୍ବର କ୍ରମାଙ୍କରେ ବ୍ୟକ୍ତିଙ୍କ ନାମ ଉଲ୍ଲେଖ ଅଛି । ଏହି ଘଟଣାଟି ୫-ଟି ସରକାର ଅର୍ଥାତ ଓଡିଶା ସରକାରଙ୍କ ଦୃଶ୍ଟି ଆକର୍ଶଣ ହୋଇଛି କି ନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ । ଏଣୁ ପଶୁ ଚିକିତ୍ସା ବିଭାଗକୁ ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ ୧୫ ଦିନର ସମୟ ପ୍ରଦାନ କରୁବା ସହ କହିଛନ୍ତି ଜଦି ଆଗାମୀ ୧୫ ଦିନ ମଧ୍ୟରେ ଏହି ଘଟଣା ବାବଦରେ ତଦନ୍ତ କରି ଉକ୍ତ ଅଫିସରଙ୍କ ପ୍ରମଶନ ବାତିଲ ନ କରାଯାଏ ତାହାଲେ ୫-ଟି ସରକାରଙ୍କ ଦୃଷ୍ଟି ଆକର୍ଶଣ କରିବା ପାଇଁ ଆଚ୍ଛା ସଙ୍ଗଠନ ପକ୍ଷରୁ ପଶୁ ଚିକିତ୍ସା ବିଭାଗ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି । ଉକ୍ତ କର୍ଯ୍ୟକ୍ରମରେ ସଂଗଠନର ଉପ ସଭାପତି ସୋନାଲି ପ୍ରିୟଦର୍ଶିନୀ, ରୋସ୍ନି ଦାସ, ଯୁଗ୍ମ ସମ୍ପାଦକ ରାଜେଶ କୁମାର ପାଣ୍ଡିଆ, ନିହାରିକା ଦାଶ, ରାଜ କୁମାର ପରିଡ଼ା, ଗୋପାଳ ଚନ୍ଦ୍ର ସାହୁ, ରୀଙ୍କୁ ଦାସ, କୃଷ୍ନେନ୍ଧୁ ନାୟକ, ସୌମ୍ୟ ରଞ୍ଜନ ଦାସ, ଚିତ୍ତ ସାହୁ, ଗୁରୁପ୍ରସାଦ ଗୁଇଁ, ଚନ୍ଦନ ଦାସ, ନଲ ରାଜ ସାହୁ ପ୍ରଭୃତି ଆଚ୍ଛା ସଙ୍ଗଠନର ସଦଶ୍ୟ ସଦଶ୍ୟା ଉପସ୍ଥିତ ଥିଲେ ।

Leave a Reply